Astrospeak
  • Live TV
  • Read In English

ବିଡି ପ୍ୟାକେଟ୍‌ର ବିଜ୍ଞାପନରେ ଧର୍ମେନ୍ଦ୍ର ଓ ହେମା ମାଳିନୀ

ବେଳେବେଳେ ଅଭିନେତାମାନେ ଏମିତି ବିଜ୍ଞାପନରେ କାମ କରନ୍ତି ଯେ ଯାହା ତାଙ୍କୁ ବଦନାମ କରେ। ଏହି ସବୁ ମାମଲାରେ ପୂର୍ବରୁ ଅମିତାଭ ବଚ୍ଚନ, ଅଜୟ ଦେବଗନ, ବରୁଣ ଧୱନ୍, ଆଲିଆ ଭଟ୍ଟ ଆଦି ଛନ୍ଦି ହୋଇଥିବା ବେଳେ ଏବେ ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ନାଁ ସାମ୍ନାକୁ ଆସିଛି।

Dharmendra and Hema Malini on Bidi packet
ବିଡି ପ୍ୟାକେଟ୍‌ର ବିଜ୍ଞାପନରେ ଧର୍ମେନ୍ଦ୍ର ଓ ହେମା ମାଳିନୀ

ମୁମ୍ବାଇ: ବଲିଉଡ୍‌ର ଏପରି ଅନେକ ଆଗଧାଡିର ଅଭିନେତା ଅଛନ୍ତି, ଯେଉଁମାନଙ୍କର ଫଟୋ ଦିନେ ବିଡି ପ୍ୟାକେଟ୍‌ରେ ଦେଖାଯାଇଥିଲା। ସେଥିମଧ୍ୟରୁ ଜଣେ ହେଉଛନ୍ତି ବଲିଉଡ୍‌ର ମହାନ ଅଭିନେତା ଧର୍ମେନ୍ଦ୍ର ଏବଂ ତାଙ୍କ ପତ୍ନୀ ହେମା ମାଳିନୀ। ନିକଟରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଡି ପ୍ୟାକେଟ୍‌ରେ ଛପାଯାଇଥିବା ଧର୍ମେନ୍ଦ୍ର ଓ ତାଙ୍କ ପତ୍ନୀ ହେମା ମାଳିନୀଙ୍କ ଏକ ଫଟୋ ନେଇ ଟାର୍ଗେଟ୍‌ କରିଥିଲେ। ବର୍ତ୍ତମାନ ଧର୍ମେନ୍ଦ୍ର ଏହାର ଉଚିତ ଜବାବ ଦେଇଛନ୍ତି।

ଏହି ସୋସିଆଲ ମିଡିଆ ବ୍ୟବହାରକାରୀ ଟ୍ୱିଟର୍‌ରେ ଦୁଇଟି ବିଡି ପ୍ୟାକେଟ୍‌ର ଫଟୋ ଶେୟାର କରିଛନ୍ତି। ଗୋଟିଏ ପ୍ୟାକେଟ୍‌ରେ ହେମା ମାଳିନୀଙ୍କ ଫଟୋ ଥିବା ବେଳେ ଅନ୍ୟଟିରେ ଧର୍ମେନ୍ଦ୍ରଙ୍କ ଫଟୋ ଛପାଯାଇଛି। ବିଡିର ଉଭୟ ପ୍ୟାକେଟ୍‌ର ଫଟୋ ଶେୟାର କରିବାବେଳେ କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି ଯେ “ଯେତେବେଳେ ସୁପର୍‌ଷ୍ଟାର୍‌ମାନେ ବିଡିର ବିଜ୍ଞାପନ କରୁଥିଲେ।

ଏହି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଟ୍ୱିଟ୍‌କୁ ରିଟ୍ୱିଟ୍‌ କରି ଧର୍ମେନ୍ଦ୍ର ଏକ ଉଚିତ ଜବାବ ରଖିଛନ୍ତି। ଧର୍ମେନ୍ଦ୍ର ଲେଖିଛନ୍ତି ଯେ “ସେତେବେଳେ ... ବିନା ପ୍ରଶ୍ନରେ ... କେହିବି ... କିଛି ବି... ଛାପି ଦେଉଥିଲେ ... ଶୁଭକାମନା ... ଏହିସବୁର ପ୍ରସାରଣ ପାଇଁ ... ପ୍ରଶାନ୍ତ ଜୀ, ଆପଣ ଭଲରେ ଥାଆନ୍ତୁ। ପ୍ରକାଶଥାଉ ଯେ ୮୬ ବର୍ଷ ବୟସରେ ମଧ୍ୟ ଧର୍ମେନ୍ଦ୍ର ତାଙ୍କ ଫିଟ୍‌ନେସ୍‌ ପ୍ରତି ବହୁତ ଧ୍ୟାନ ଦିଅନ୍ତି। ଅନେକ ସମୟରେ ତାଙ୍କର ମଜାଳିଆ ବ୍ୟାୟାମ ଭିଡିଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଭାଇରାଲ ହୋଇଥାଏ। ଏ ବୟସରେ ବି ଧର୍ମେନ୍ଦ୍ର ନିଜକୁ ବଲିଉଡ୍‌ ସହିତ ଜଡିତ ରଖିଛନ୍ତି। ଧର୍ମେନ୍ଦ୍ର ଖୁବ୍ ଶୀଘ୍ର କରଣ ଜୋହରଙ୍କ ଫିଲ୍ମ ‘ରକୀ ଔର୍ ରାନୀ କୀ ପ୍ରେମ୍ କହାନୀ’ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ରଣଭୀର ସିଂ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଛନ୍ତି। ଧର୍ମେନ୍ଦ୍ରଙ୍କ ଏହି ଫିଲ୍ମ ୨୦୨୩ ମସିହା ଫେବୃଆରୀ ୧୦ରେ ମୁକ୍ତିଲାଭ କରିବ।

ଏଥି ସହିତ ନିକଟରେ ଧର୍ମେନ୍ଦ୍ରଙ୍କୁ ବିଗ୍ ବସ୍ ୧୫ର ନୂଆବର୍ଷର ବିଶେଷ ଏପିସୋଡ୍‌ରେ ଦେଖିବାକୁ ମିଳିଥିଲା। ଶୋ’ରେ ଶୋଲେର ଆଇକନିକ୍ ଦୃଶ୍ୟକୁ ଧର୍ମେନ୍ଦ୍ର ରିକ୍ରିଏଟ୍ କରିଥିଲେ। ଧର୍ମେନ୍ଦ୍ର ସଲମାନଙ୍କ ସହ ଖୁବ ମଜାମସ୍ତି କରିଥିଲେ। ଏହି ଅବସରରେ ସେ ତାଙ୍କ ସାନ ପୁଅ ବବି ଦେଓଲଙ୍କ ଏମିତି ଏକ ରହସ୍ୟର ଉନ୍ମୋଚନ କରିଥିଲେ ଯେ ଯାହା ସମସ୍ତଙ୍କୁ ହସେଇଥିଲା। ସେ କହିଥିଲେ ଯେ ଥରେ ବବି ଦେଓଲ୍ ବିନା ଚଡିରେ ସେଟ୍‌କୁ ଚାଲିଆସିଥିଲେ।