Advertisment

ମାଟ୍ରିକରେ ବଂପର ରେଜଲ୍ଟ ପରେ ପ୍ଲସ ଟୁରେ ଆଡମିଶନ୍ ଚିନ୍ତା

ସୀମିତ ସିଟରେ କୃତୀ ଛାତ୍ରଛାତ୍ରୀ କିପରି ଆଡମିଶନ କରିବେ ତାହା ଏବେ ବଡ ପ୍ରଶ୍ନ

ଅଦ୍ୟତନ ହୋଇଛି
undefined

Matric Results

Advertisment

ବଢ଼ିବ କି ଯୁକ୍ତ ଦୁଇ ସିଟ୍ ! ମାଟ୍ରିକ ପାସ୍ ହାରଠୁ ଯୁକ୍ତ ଦୁଇ ସିଟ୍ ସଂଖ୍ୟା କମ୍। ବଢ଼ିଲା ଯୁକ୍ତ ଦୁଇ ଆଡମିଶନ ଟେନସନ୍। ପଛୁଆ ଅଞ୍ଚଳର କୃତୀ ପିଲାଙ୍କୁ ଘାରିଲାଣି ଡ୍ରପ୍ ଆଉଟ୍ ଭୟ। ଖାଲି ସେତିକି ନୁହେଁ ମାଟ୍ରିକରେ ରେକର୍ଡ ୯୬.୪୦ ପ୍ରତିଶତ ପାସ୍ ହାର ରହିବା ପରେ କଲେଜଗୁଡିକରେ କଟ୍ ଅଫ୍ ମାର୍କ ଚଳିତ ବର୍ଷ ଯଥେଷ୍ଟ ବଢିପାରେ। ଯେଉଁଥିଲାଗି ଅନେକ ମେଧାବୀ ଛାତ୍ରଛାତ୍ରୀ ଅଗ୍ରଣୀ କଲେଜଗୁଡିକରେ ପଢିବାର ସୁଯୋଗ ନପାଇପାରନ୍ତି। ସେପଟେ ଉପାନ୍ତ ଅଞ୍ଚଳରେ କଲେଜ ସଂଖ୍ୟା କମ୍ ଥିବାରୁ ମାଟ୍ରିକ ପରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ଡୋରି ବନ୍ଧା ହୋଇପାରେ। କେବଳ ପିଲାଙ୍କ ମନରେ ଏହି ଆଶଙ୍କା ନାହିଁ ସମାନ ଆଶଙ୍କା କଲେଜ ଅଧ୍ୟକ୍ଷମାନଙ୍କ ଭିତରେ ବି ଆସିଲାଣି।

Advertisment

ରାଜ୍ୟରେ ମୋଟ୍ ଦୁଇ ହଜାର ୬୭ଟି ଯୁକ୍ତ ଦୁଇ କଲେଜ ରହିଛି। ଯେଉଁଥିରେ ସିଟ୍ ସଂଖ୍ୟା ହେଲା ୫ ଲକ୍ଷ ୯ ହଜାର ୩୫୮। କିନ୍ତୁ ଏଥର ପାସ୍ କରିଛନ୍ତି ୫ଲକ୍ଷ ୧୨ ହଜାର ୪୬୦ ଜଣ। ଏହାବାଦ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ପ୍ରତିବର୍ଷ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ରାଜ୍ୟ ବୋର୍ଡକୁ ଆସିପାରନ୍ତି। ସବୁକୁ ହିସାବ କଲେ ରାଜ୍ୟରେ ପ୍ରାୟ ୧୮ ହଜାର ସିଟ୍ର ଅଭାବ ରହିଛି। ତେବେ ବଡ କଥା ହେଉଛି ପାଖାପାଖି ୧୮ଟି ଜିଲ୍ଲାରେ କମ୍ କଲେଜ ଥିବାରୁ ସେ ଅଞ୍ଚଳ ଛାତ୍ରଛାତ୍ରୀ ଅଧିକ ପ୍ରଭାବିତ ହୋଇପାରନ୍ତି।

ସୀମିତ ସିଟରେ କୃତୀ ଛାତ୍ରଛାତ୍ରୀ କିପରି ଆଡମିଶନ କରିବେ ତାହା ଏବେ ବଡ ପ୍ରଶ୍ନ। ଶିକ୍ଷାବିତଙ୍କ ମତ ହେଲା, ସରକାର ବୈଷୟିକ ଶିକ୍ଷାନୁଷ୍ଠାନ ସଂଖ୍ୟା ବଢାଇଲେ ଏ ସମସ୍ୟାର ସମାଧାନ ହୋଇପାରିବ। ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସୋମବାର ଏନେଇ ବୈଠକ ବସିବ। ପିଲାଙ୍କ ସୁବିଧା ପାଇଁ ଆବଶ୍ୟକ ପଡିଲେ ଯୁକ୍ତ ଦୁଇ ପ୍ରଥମ ବର୍ଷ ସିଟ୍ ବଢାଯିବ।ଏବେ ଅପେକ୍ଷା, ଗଣଶିକ୍ଷା ବିଭାଗ ସିଟ୍ ବଢାଇବା ଲାଗି ଜିଲ୍ଲାୱାରୀ କେଉଁ କଲେଜ ଗୁଡିକୁ ଚିହ୍ନଟ କରୁଛି ଓ କେତେ ଶୀଘ୍ର ଆଡମିଶନ ବିଜ୍ଞପ୍ତି ପ୍ରକାଶ କରୁଛି।

Advertisment
Matric Results Matric Results Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ