Advertisment

ଏଣିକି CBSE ସ୍କୁଲରେ ଓଡ଼ିଆରେ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ

ଏମିତିକି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଲାଗି ଥିବା ପ୍ରତିବନ୍ଧକ ଦୂର ପାଇଁ ୨୨ଟି ଭାରତୀୟ ଭାଷାରେ ପୁସ୍ତକ ପ୍ରସ୍ତୁତ କରିବାକୁ ଶିକ୍ଷା ମନ୍ତ୍ରଣାଳୟ NCERTକୁ ନିର୍ଦ୍ଦେଶ ଦେଇଛି। ଆସନ୍ତା ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ ଭାଷାରେ ପୁସ୍ତକ ବି ଉପଲବ୍ଧ ହେବ।

CBSE students can now learn in 22 regional languages including Odia

CBSE students can now learn in 22 regional languages including Odia

Advertisment

ଆଞ୍ଚଳିକ ଭାଷାରେ ପଢ଼ିବାର ସୁଯୋଗ ପାଇବେ CBSE ଛାତ୍ରଛାତ୍ରୀ। ସବୁ ଅନୁବନ୍ଧିତ ସ୍କୁଲକୁ ଏଭଳି ସର୍କୁଲାର ଜାରି କରିଛି CBSE। ଏ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ମାତୃଭାଷାରେ ପାଠ ପଢ଼ାଇବାର ବ୍ୟବସ୍ଥା ଧୀରେ ଧୀରେ ଆପଣାଇବେ ସ୍କୁଲ। ଏ ନେଇ ବିକଳ୍ପ ଚୟନ ଛାତ୍ରଛାତ୍ରୀଙ୍କ ନିଜସ୍ବ ରହିବ। ପ୍ରାରମ୍ଭିକ ଭାବେ ଏହା କଷ୍ଟକର ହେଲେ ବି ଛାତ୍ରଛାତ୍ରୀଙ୍କ ପାଇଁ ଲାଭଦାୟକ ହେବ ବୋଲି ଘରୋଇ ସ୍କୁଲ କହୁଥିବା ବେଳେ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛି ଅଭିଭାବକ ସଂଘ।

Advertisment

ଏଣିକି CBSE ସ୍କୁଲରେ ଓଡ଼ିଆରେ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ। ଇଂରାଜୀ ଓ ହିନ୍ଦୀ ମାଧ୍ୟମ ବାଦ୍ ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ବି ପାଠ ପଢ଼ିବାର ବିକଳ୍ପ ମିଳିବ। ପ୍ରାକ୍ ପ୍ରାଥମିକ ଶ୍ରେଣୀରୁ ଦ୍ବାଦଶ ଯାଏଁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟକୁ ଆଞ୍ଚଳିକ ଭାଷାରେ ପାଠପଢ଼ାର ଅନ୍ୟତମ ବିକଳ୍ପ ଯୋଗାଇବେ ସ୍କୁଲ କର୍ତ୍ତୃପକ୍ଷ। ଏନେଇ ଶୁକ୍ରବାର ସବୁ CBSE ଅନୁବନ୍ଧିତ ସ୍କୁଲ ମୁଖ୍ୟଙ୍କୁ ସର୍କୁଲାର ଜାରି କରିଛି CBSE। ସର୍କୁଲାରରେ କୁହାଯାଇଛି, ଜାତୀୟ ଶିକ୍ଷା ନୀତି ୨୦୨୦ରେ ଘରୋଇ ଭାଷା, ମାତୃଭାଷା, ସ୍ଥାନୀୟ ଭାଷାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଲାଗି ଗୁରୁତ୍ବ ଦିଆଯାଇଛି।

ଏମିତିକି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଲାଗି ଥିବା ପ୍ରତିବନ୍ଧକ ଦୂର ପାଇଁ ୨୨ଟି ଭାରତୀୟ ଭାଷାରେ ପୁସ୍ତକ ପ୍ରସ୍ତୁତ କରିବାକୁ ଶିକ୍ଷା ମନ୍ତ୍ରଣାଳୟ NCERTକୁ ନିର୍ଦ୍ଦେଶ ଦେଇଛି। ଆସନ୍ତା ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ ଭାଷାରେ ପୁସ୍ତକ ବି ଉପଲବ୍ଧ ହେବ। ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମାତୃଭାଷାରେ ଶିକ୍ଷାଦାନ ଦ୍ବାରା ଛାତ୍ରଛାତ୍ରୀମାନେ ପାଠକୁ ଭଲ ଭାବେ ବୁଝିପାରିବେ। ତେବେ ଏଥିପାଇଁ କୌଣସି ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଇପାରିବ ନାହିଁ, ଯିଏ ଚାହିଁବ ଆଞ୍ଚଳିକ ଭାଷାରେ ପାଠପଢ଼ାର ବିକଳ୍ପ ବାଛିପାରିବେ। 

Advertisment

CBSEର ଏ ନିର୍ଦ୍ଦେଶ ପାଳନ ଲାଗି ଆବଶ୍ୟକ ପଡ଼ିବ ଅଧିକ ଭିତ୍ତିଭୂମି ଓ ଅଧିକ ଶିକ୍ଷକ। ଏଭଳି ସ୍ଥିତିରେ ସରକାରଙ୍କ ନିର୍ଦ୍ଦେଶକୁ କେତେ ଦୂର ମାନିବେ ଘରୋଇ ସିବିଏସଇ ସ୍କୁଲ ? ଘରୋଇ ସିବିଏସଇ ସ୍କୁଲର ମତ, ମାତୃଭାଷାରେ ପାଠ ପଢ଼ିଲେ ନିଶ୍ଚିତ ଭାବେ ପିଲାମାନେ ସହଜରେ ବୁଝି ପାରିବେ। ପ୍ରାରମ୍ଭିକ ଭାବେ ସ୍କୁଲ କର୍ତ୍ତୃପକ୍ଷଙ୍କ ଲାଗି ଏହା ସାମାନ୍ୟ କଷ୍ଟକର ହୋଇପାରେ, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ପିଲାଙ୍କ ଲାଗି ଏହା ବେଶ୍ ଲାଭଦାୟକ ହେବ। ଏପଟେ ଅଭିଭାବକ ସଂଘ ସିବିଏସ୍ଇ ନିଷ୍ପତ୍ତିକୁ ସ୍ବାଗତ କରିଥିଲେ ବି ରାଜ୍ୟର ବହୁ କେନ୍ଦ୍ରୀୟ ବିଦ୍ୟାଳୟରେ ଆଞ୍ଚଳିକ ଭାଷାରେ ଶିକ୍ଷକ ନ ଥିବାରୁ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛି।

ପ୍ରଶ୍ନ ଉଠୁଛି, ନିଜ ପିଲାଙ୍କୁ ଓଡ଼ିଆ ମାଧ୍ୟମ ସ୍କୁଲରେ ନ ପଢ଼ାଇ ଇଂରାଜୀ ମାଧ୍ୟମ ସ୍କୁଲକୁ ଛାଡ଼ୁଥିବା ବାପାମାଆ, ନିଜ ଛୁଆକୁ ଆଞ୍ଚଳିକ ଭାଷାରେ ପାଠ ପଢ଼ିବାକୁ ଦେବେ ତ ?

Advertisment
CBSE
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ