ଶ୍ରୀଜଗନ୍ନାଥଙ୍କ ଜମି ହଡ଼ପ ଉଦ୍ୟମର ପର୍ଦ୍ଦାଫାସ୍

ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ଜମିକୁ ମ୍ୟୁଟେସନ କରି ସ୍ଥିତିବାନ କରିବାପାଇଁ ଯେଉଁ ଚିଠି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋର ତହସିଲକୁ ଆସିଥିଲା , ତାହା କେତେଦୂର ସଠିକ, ଯାଞ୍ଚ କରିବା ପାଇଁ ସୋର ତହସିଲଦାର ଶ୍ରୀମନ୍ଦିର ପ୍ରଶାସନକୁ ଗତ ୧୬ତାରିଖରେ ଚିଠି ସମ୍ପର୍କରେ ଅବଗତ କରାଇଥିଲେ। 

Land Encroachment

ସୋର: ଶ୍ରୀଜଗନ୍ନାଥଙ୍କ ଜମିକୁ ଚଞ୍ଚକତା କରି ହାତେଇବା ଉଦ୍ୟମର ପର୍ଦ୍ଦାଫାସ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋର ତହସିଲକୁ ଆସିଥିବା ଚିଠିର ଦସ୍ତଖତ ଓ ସଠିକତାକୁ ନେଇ ସନ୍ଦେହ କରିବା ସହ ସୋର ତହସିଲଦାର ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିବାପରେ ଚଞ୍ଚକତା ସ୍ପଷ୍ଟ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଉଛି ବୋଲି ଉନ୍ନୟନ ପ୍ରଶାସକ କହିଛନ୍ତି। 

ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ଜମିକୁ ମ୍ୟୁଟେସନ କରି ସ୍ଥିତିବାନ କରିବାପାଇଁ ଯେଉଁ ଚିଠି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋର ତହସିଲକୁ ଆସିଥିଲା , ତାହା କେତେଦୂର ସଠିକ, ଯାଞ୍ଚ କରିବା ପାଇଁ ସୋର ତହସିଲଦାର ଶ୍ରୀମନ୍ଦିର ପ୍ରଶାସନକୁ ଗତ ୧୬ତାରିଖରେ ଚିଠି ସମ୍ପର୍କରେ ଅବଗତ କରାଇଥିଲେ। 

ସୋର ତହସିଲଦାରଙ୍କ ନିକଟରେ ଶ୍ରୀଜଗନ୍ନାଥଙ୍କ ଜମିକୁ କିସମ ପରିବର୍ତ୍ତନ ସହ ମ୍ୟୁଟେସନ କରିବା ଉପରେ ଚିଠି ଏବଂ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ସଂଯୋଗ କରାଯାଇଥିଲା। ଯାହା ସନ୍ଦେହ ଉପୁଜିବାରୁ ସୋର ତହସିଲଦାର ବିସ୍ତୃତ ଭାବରେ ଶ୍ରୀମନ୍ଦିର ପ୍ରଶାସନକୁ  ଚିଠିର ବୈଧତା ସମ୍ପର୍କରେ ଅବଗତ କରାଇଥିଲେ ା ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଥିଲା ଏବଂ ଏହା ସମ୍ପୂର୍ଣ୍ଣ ଫେକ୍ ବୋଲି କୁହାଯାଇଛିା ..