ଭୁବନେଶ୍ୱର ପରେ ଏବେ କଟକର ଭାଇରାଲ ଭିଡ଼ିଓକୁ ନେଇ ପୋଲିସର ବଢୁଛି ମୁଣ୍ଡବିନ୍ଧା

ଭୁବନେଶ୍ୱର ପରେ ଏବେ କଟକର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ କମିଶନରେଟ୍‌ ପୋଲିସର ବଢୁଛି ଟେନସନ୍‌

Alike KBN Gang

News Summary

କେବିଏନ୍ ଗ୍ରୁପ୍ ଭଳି କଟକରେ ବି ଯୁବ ଗୋଷ୍ଠୀଙ୍କ ମାରଣାସ୍ତ୍ର ସହ ଭିଡିଓ

ହାତରେ ବନ୍ଧୁକ ଧରି ସର୍ବସାଧାରଣ ସ୍ଥାନରେ କରିଛନ୍ତି ସର୍ଟ ଭିଡିଓ

ବନ୍ଧୁକ ଓ ଖଣ୍ଡା ଧରି ସର୍ବସାଧାରଣରେ କରୁଛନ୍ତି ପ୍ରଦର୍ଶନ

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ପୋଲିସର ତନାଘନା

ଘଟଣାର ଯାଂଚ ଆରମ୍ଭ କରିଛି କଟକ କମିଶନରେଟ ପୋଲିସ

କଟକ: ଭୁବନେଶ୍ୱରର କେବିଏନ୍ ଗ୍ରୁପ୍ ଭଳି କଟକରେ ବି ଯୁବ ଗୋଷ୍ଠୀଙ୍କ ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ହେଉଛି। ହାତରେ ବନ୍ଧୁକ ଧରି ସର୍ବସାଧାରଣ ସ୍ଥାନରେ କରିଛନ୍ତି ସର୍ଟ ଭିଡିଓ। କେବଳ ବନ୍ଧୁକ ନୁହେଁ ଖଣ୍ଡା ଧରି ସର୍ବସାଧାରଣରେ ପ୍ରଦର୍ଶନ କରିବା ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଳଦଣ୍ଡା କେନାଲ ନିକଟବର୍ତ୍ତି ଅଞ୍ଚଳରେ ଏହି ଭିଡିଓ ସୁଟ କରାଯାଇଥିବା ଜଣାପଡ଼ୁଛି।

ଏନେଇ ଖବର ମିଳିବା ପରେ କଟକ କମିଶନରେଟ ପୋଲିସ ଘଟଣାର ଯାଂଚ ଆରମ୍ଭ କରିଛି। କିଛି ଯୁବଗୋଷ୍ଠୀ ସମାଜରେ ଆତଙ୍କ ସୃଷ୍ଟିକରିବା ଭଳି ଭିଡ଼ିଓ ଛାଡ଼ିବା ଏବେ ଏକପ୍ରକାର ଟ୍ରେଣ୍ଡ ହୋଇଗଲାଣି। ରାଜଧାନୀରେ କମିଶନରେଟ ପୋଲିସ ଏଭଳି ଭିଡିଓ ଛାଡ଼ିଥିବା KBN ଗ୍ରୁପର ୯ ଜଣଙ୍କୁ ଗିରଫ କରିସାରିଲାଣି । ୨୯ ଜଣିଆ ଓ୍ୱାଣ୍ଟେଡ ଲିଷ୍ଟରୁ ଆଉ ୨୦ ଜଣଙ୍କୁ ଖୋଜୁଛି ପୋଲିସ।

 

ଏଭଳି ସ୍ଥିତିରେ କଟକର ଆତଙ୍କସୃଷ୍ଟିକାରୀ ଭିଡିଓ କମିଶନରେଟ ପୋଲିସ ପାଇଁ ମୁଣ୍ଡବିନ୍ଧା ବଢ଼ାଇଛି । କେବଳ ଏତିକି ନୁହେଁ ବରଂ ଏହି ଭିଡ଼ିଓରେ ସେମାନେ ଏପରି ଭାବରେ ଅଶ୍ଳୀଳ ଓ ଅସୌଜନ୍ୟ ଭାଷା କହୁଛନ୍ତି ଯାହା ଶୁଣିବା ଯୋଗ୍ୟ ନୁହେଁ। ତେବେ ଏହି ଭିଡ଼ିଓ କେବେ ଉତ୍ତୋଳନ କରାଯାଇଛି, କିଏ କରିଛି ଓ କେଉଁଠି କରାଯାଇଛି ସେନେଇ ଅଧିକ ଖୋଳତାଡ଼ କରୁଛି କମିଶନରେଟ୍‌ ପୋଲିସ।