Advertisment

”ତୃତୀୟ ଲହରୀ ଆଶଙ୍କା କମ୍, ତଥାପି ଶୀଘ୍ର ସ୍କୁଲ ଖୋଲିବା ନିଷ୍ପତ୍ତି ଠିକ୍ ନୁହେଁ’

ଦେଶରେ କରୋନାର ତୃତୀୟ ଲହରୀର ଆଶଙ୍କା ଖୁବ୍ କମ୍ । ଯଦିଓ ତୃତୀୟ ଲହରୀ ଆସେ, ତେବେ ଦ୍ୱିତୀୟ ଲହରୀ ଅପେକ୍ଷା ଦୁର୍ବଳ ସାବ୍ୟସ୍ତ ହେବ ବୋଲି ଦାବି କରିଛନ୍ତି ପୂର୍ବତନ ଆଇସିଏମଆର ବୈଜ୍ଞାନିକ ଡଃ ରମଣ ଗଙ୍ଗାଖେଡକର (Dr Raman Gangakhedkar) । ତୃତୀୟ ଲହରୀ ଦୁର୍ବଳ ହେଲେ ସୁଦ୍ଧା ତୁରନ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେବା ଉଚିତ୍ ନୁହେଁ

ଅଦ୍ୟତନ ହୋଇଛି
corona virus

corona virus

Advertisment

ନୂଆଦିଲ୍ଲୀ : ଦେଶରେ କରୋନାର ତୃତୀୟ ଲହରୀର ଆଶଙ୍କା ଖୁବ୍ କମ୍ । ଯଦିଓ ତୃତୀୟ ଲହରୀ ଆସେ, ତେବେ ଦ୍ୱିତୀୟ ଲହରୀ ଅପେକ୍ଷା ଦୁର୍ବଳ ସାବ୍ୟସ୍ତ ହେବ ବୋଲି ଦାବି କରିଛନ୍ତି ପୂର୍ବତନ ଆଇସିଏମଆର ବୈଜ୍ଞାନିକ ଡଃ ରମଣ ଗଙ୍ଗାଖେଡକର (Dr Raman Gangakhedkar) । ତୃତୀୟ ଲହରୀ ଦୁର୍ବଳ ହେଲେ ସୁଦ୍ଧା ତୁରନ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେବା ଉଚିତ୍ ନୁହେଁ । ପିଲାମାନଙ୍କ ମଧ୍ୟରେ କୋଭିଡର ପ୍ରଭାବ ଦୀର୍ଘ ସମୟ ଧରି ଭୟଙ୍କର ହୋଇପାରେ ବୋଲି କିଛି ନୂତନ ଅଧ୍ୟୟନରେ କୁହାଯାଉଛି । ଏପରିସ୍ଥଳେ ପିଲାଙ୍କ ପାଇଁ ବିଶେଷ ଧ୍ୟାନ ଦେବା ଜରୁରୀ । ଏହାସହ ସ୍କୁଲ ଖୋଲିବା ପାଇଁ ଏକ ଭିନ୍ନ ଆଭିମୁଖ୍ୟ ରହିବା ଉଚିତ ବୋଲି ସେ କହିଛନ୍ତି ।

Advertisment

ଭବିଷ୍ୟତରେ କୋଭିଡ -19 ଇନଫ୍ଲୁଏଜା ଭାଇରସ୍ ପରି ହୋଇପାରେ ବୋଲି କହିଛନ୍ତି ଶୀର୍ଷ ବୈଜ୍ଞାନିକ । 'ଟିକା ନେଇଥିବା ଲୋକେ କରୋନା ସଂକ୍ରମିତ ହେଲେ ମଧ୍ୟ ଲକ୍ଷଣ ଦେଖାଇ ନପାରେ, କିମ୍ବା ସାମାନ୍ୟ ଲକ୍ଷଣ ଦେଖାଯିବାର ସମ୍ଭାବନା ରହିଛି ।' ତେବେ ବର୍ତ୍ତମାନ ସମୟରେ ସଂକ୍ରମଣ ସଂଖ୍ୟା ଜାରି ରହିବ କାରଣ ଟିକା Sterilizing immunity ଦେବାକୁ ସକ୍ଷମ ନୁହେଁ । ଟିକା ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିପାରିବ ନାହିଁ, କିନ୍ତୁ ସଂକ୍ରମିତ ହେଲେ ମଧ୍ୟ ଗୁରୁତର ହେବାର ସମ୍ଭାବନାକୁ କମାଇ ଦେବ ।

Advertisment

କୌଣସି ନୂତନ ପ୍ରକାର ଭାରିଏଣ୍ଟ୍ ନଆସିଲେ କିମ୍ବା ଟିକାକରଣ କାର୍ଯ୍ୟକ୍ରମକୁ ଜାରି ରଖିଲେ, କରୋନା ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ନାହିଁ । ପ୍ରଥମ ଏବଂ ଦ୍ୱିତୀୟ ଲହରୀର ପ୍ରଭାବ କମ୍ ଥିବା ଅଞ୍ଚଳରେ ତୃତୀୟ ଲହୀର ଲୋକଙ୍କୁ ଅଧିକ ସଂକ୍ରମିତ କରିପାରେ। ଯେଉଁମାନେ ଟିକା ନେଇନାହାନ୍ତି, ସେମାନେ ତୃତୀୟ ଲହରୀରେ ଅଧିକ ସଂକ୍ରମିତ ହୋଇପାରନ୍ତି । ଏହାସହ ସେ କହିଛନ୍ତି 'କୋଭିଡ ଆମକୁ ବହୁତ ଶିକ୍ଷା ଦେଉଛନ୍ତି । କୋଭିଡି ସମ୍ମନ୍ଧିତ ନିଷ୍ପତ୍ତିରେ କିଛି ସ୍ପଷ୍ଟ ଆକଳନ କରିହେବ ନାହିଁ । ସଚେତନ ରହିବା ସହ ଆଭିମୁଖ୍ୟ ପରିବର୍ତ୍ତନ କରିବାକୁ ପଡିବ ।

COVID-19 Covid Third Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ