people wearing mask
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଅଗଷ୍ଟ ୪ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୩୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅଗଷ୍ଟ ୫ର ରିପୋର୍ଟ ଅନୁସାରେ ୧୨୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୭୦୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୫୦୬ ରହିଛି। କଟକରେ ଧୀରେ ଧୀରେ ସଂକ୍ରମଣ କମୁଥିବା ବେଳେ ଖୋର୍ଦ୍ଧାରେ ସଂକ୍ରମଣ କମୁ ନାହିଁ। ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହେଉଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୯୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୭୩ ଚିହ୍ନଟ ହୋଇଛନ୍ତି।
ସେହିପରି ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, କଟକରୁ ୧୧, ଗଞ୍ଜାମରୁ ୧୦, ବାଲେଶ୍ୱରରୁ ୬, ଅନୁଗୁଳରୁ ୪, କେନ୍ଦୁଝରରୁ ୩,ବଲାଙ୍ଗିର, ମୟୂରଭଞ୍ଜ, ପୁରୀରୁ ୨ ଜଣ ଲେଖାଏ,ଭଦ୍ରକ, ଝାରସୁଗୁଡ଼ା, କନ୍ଧମାଳ, ନୟାଗଡ଼, ନୂଆପଡ଼ା, ରାୟଗଡ଼ାଅ ଓ ସମ୍ବଲପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୩୦୨ରେ ପହଞ୍ଚିଛି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫୫, ବାଲେଶ୍ୱରରୁ ୬୩, ବରଗଡ଼ରୁ ୫, ଭଦ୍ରକରୁ ୨୨, ବଲାଙ୍ଗିରରୁ ୫, କଟକରୁ ୧୭୩, ଦେବଗଡ଼ରୁ ୫, ଢେଙ୍କାନାଳରୁ ୧୫, ଗଜପତିରୁ ୧, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୬୦, ଯାଜପୁରରୁ ୫୭, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୨, କନ୍ଧମାଳରୁ୧୬, କେନ୍ଦ୍ରାପଡ଼ାରୁ ୩୨, କେନ୍ଦୁଝରରୁ ୧୬, ଖୋର୍ଦ୍ଧାରୁ ୩୯୯, କୋରାପୁଟରୁ ୨, ମାଲକାନଗିରିିରୁ ୪, ମୟୂରଭଞ୍ଜରୁ ୩୩, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨୫, ନୂଆପଡ଼ାରୁ ୨, ପୁରୀରୁ ୫୮, ରାୟଗଡ଼ାରୁ ୮, ସମ୍ବଲପୁରରୁ ୨୪, ସୁବର୍ଣ୍ଣପୁରରୁ ୩, ସୁନ୍ଦରଗଡ଼ରୁ ୨୦ ଓ ଷ୍ଟେଟପୁଲରୁ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
6. Cuttack: 173
7. Deogarh: 5
8. Dhenkanal: 15
9. Gajapati: 1
10. Ganjam: 12
11. Jagatsinghpur: 60
12. Jajpur: 57
13. Jharsuguda: 3
14. Kalahandi: 2
15. Kandhamal: 16
16. Kendrapada: 32
17. Keonjhar: 16
18. Khurda: 399
19. Koraput: 2
20. Malkangiri: 4
21. Mayurbhanj: 33
— I & PR Department, Odisha (@IPR_Odisha) August 6, 2021
22. Nawarangpur: 4
23. Nayagarh: 25
24. Nuapada: 2
25. Puri: 58
26. Rayagada: 8
27. Sambalpur: 24
28. Sonepur: 3
29. Sundargarh: 20
30. State Pool: 84New recoveries: 1652
Cumulative tested: 16424645
Positive: 984731
Recovered: 965370
Active cases: 13006
— I & PR Department, Odisha (@IPR_Odisha) August 6, 2021
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୮୪,୭୩୧ରେ ପହଞ୍ଚିଛି। ତେବେ ଆକ୍ଟିଭ୍ କେସ୍ ୧୩,୦୦୬ ଥିବାବେଳେ ୯,୬୫,୩୭୦ ଜଣ ସୁସ୍ଥ ହୋଇଛନ୍ତି।
ଟିକାକରଣରେ ଏବେ ଗ୍ରାମାଞ୍ଚଳକୁ ଫୋକସ୍ରେ ରଖା ଯାଇଛି। ରାଜ୍ୟରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଯେତେଶୀଘ୍ର ସମ୍ଭବ ଟିକାକରଣ ସାରିବାକୁ ଚେଷ୍ଟା କରୁଛୁ। ଏଯାଏ ରାଜ୍ୟରେ ୧. ୭୧ କୋଟି ଡୋଜ୍ ଟିକାକରଣ ହୋଇଛି । ପ୍ରଥମ ଡୋଜ ୪୨.୫%, ଉଭୟ ଡୋଜ୍ ୧୩% ଟିକାକରଣ ହୋଇଛି । ସହରାଞ୍ଚଳରେ ୮୦% ଟିକାକରଣ ସରିଛି, ଏବେ ଗ୍ରାମାଞ୍ଚଳକୁ ଗୁରୁତ୍ୱ ଦିଆଯାଉଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1628219260.jpg)