Advertisment

ନାଜାଲ୍ କୋଭିଡ୍ ଭ୍ୟାକ୍ସିନ ଟ୍ରାଏଲ୍ ପାଇଁ ଭାରତ ବାୟୋଟେକକୁ ଅନୁମତି

ନାଜାଲ୍ କୋଭିଡ୍ ଭ୍ୟାକ୍ସିନ ଟ୍ରାଏଲ୍ ପାଇଁ ଭାରତ ବାୟୋଟେକକୁ ମିଳିଲା ଅନୁମତି। ଫେଜ୍ ଥ୍ରୀ କ୍ଲିନିକାଲ ଟ୍ରାଏଲ୍ ପାଇଁ ଡିସିଜିଆଇର ବିଶେଷଜ୍ଞ କମିଟି ଏହି ଅନୁମତି ପ୍ରଦାନ କରିଛି।

Corona

Corona

Advertisment

ନାଜାଲ୍ କୋଭିଡ୍ ଭ୍ୟାକ୍ସିନ ଟ୍ରାଏଲ୍ ପାଇଁ ଭାରତ ବାୟୋଟେକକୁ ମିଳିଲା ଅନୁମତି। ଫେଜ୍ ଥ୍ରୀ କ୍ଲିନିକାଲ ଟ୍ରାଏଲ୍ ପାଇଁ ଡିସିଜିଆଇର ବିଶେଷଜ୍ଞ କମିଟି ଏହି ଅନୁମତି ପ୍ରଦାନ କରିଛି। ଯେଉଁମାନେ କୋଭାକ୍ସିନର ୨ଟି ଡୋଜ୍ ନେଇଛନ୍ତି ସେମାନେ ଏହି ନାଜାଲ୍ ଭ୍ୟାକ୍ସିନର ବୁଷ୍ଟର ଡୋଜ୍ ନେବେ । ଦେଶର ୯ ଟି ସ୍ଥାନରେ ଭାରତ ବାୟୋଟେକ୍ ଏହି ପରୀକ୍ଷଣ କରିବ ବୋଲି ଜଣାପଡ଼ିଛି। ସେପଟେ ମେକ ଇନ୍ ଓଡ଼ିଶା ରାପିଡ ଆଣ୍ଟିଜେନ ଟେଷ୍ଟ କିଟ ବା ଇମକୋଭ-Agକୁ ICMR ର ଅନୁମୋଦନ ମିଳିଛି। ଏହି ଟେଷ୍ଟିଂ କିଟର ବିକାଶ କରିଛି ଭୁବନେଶ୍ୱର ଭିତ୍ତିକ ଇମଜେନେକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼।

Advertisment

ଏଥିଲାଗି ସବୁ ପ୍ରକାର ଇଣ୍ଟେଲେକଚୁଆଲ ସହାୟତା ଯୋଗାଇଛି ଆରଏମ୍ଆରସି ଭୁବନେଶ୍ୱର। ଇମକୋଭ-Ag ବିକାଶ ଲାଗି ଖର୍ଚ୍ଚ ହୋଇଛି ୧ କୋଟି ଟଙ୍କା। ୨୦୨୦ ଜୁନ ପରଠାରୁ ଏନେଇ ଗବେଷଣା ଚାଲିଥିଲା । ଦୁଇ ମାସ ମଧ୍ୟରେ କୋଭିଡ୍ ଟେଷ୍ଟିଂର ଏହି ରାପିଡ଼ ଆଣ୍ଟିଜେନ ଟେଷ୍ଟ କିଟ ବଜାରକୁ ଆସିବ ବୋଲି ଜଣାପଡ଼ିଛି। ଇମଜେନେକ୍ସ ଇଣ୍ଡିଆ ପ୍ରତିଷ୍ଠାତା ସିଇଓ ଡକ୍ଟର ସୁଜୟ ସିଂହ ଏହି ସୂଚନା ଦେଇଛନ୍ତି।

ସେପଟେ, ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଜିନମ୍ ସିକ୍ୱେନସିଂ ହେଉଥିବା ୭୫ ପ୍ରତିଶତଙ୍କ ଠାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହେଉଛି । କିନ୍ତୁ ଦେଶରେ ଏବେ ବି ଡେଲଟା ଭାରିଆଣ୍ଟ ସକ୍ରିୟ ଥିବା ନେସନାଲ ସେଣ୍ଟର ଅଫ୍ ଡିଜିଜ୍ କଣ୍ଟ୍ରୋଲ ଏନସିଡିସି ପକ୍ଷରୁ ସୂଚନା ଦିଆଯାଇଛି। ଓଡିଶା ସହ ପଶ୍ଚିମବଂଗ, ମହାରାଷ୍ଟ୍ରରେ ଡେଲଟା ଭାରିଆଣ୍ଟ ଚିହ୍ନଟ କରାଯାଉଛି। କରୋନାର ଦ୍ୱିତୀୟ ଲହରରେ ଡେଲଟା ଭାରିଆଣ୍ଟ ଘାତକ ସାବ୍ୟସ୍ତହୋଇଥିଲା ଅନେକ କରୋନା ଚିହ୍ନଟ ହେବାସହ ରୋଗୀମାନେ ଗୁରୁତର ହୋଇପଡିଥିଲେ ଏଥିଯୋଗୁଁ ହସ୍ପିଟାଲରେ ରୋଗୀ ସଂଖ୍ୟା ବଢିଥିଲା ।

Advertisment
Coronavirus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ