Advertisment

ପ୍ରିୟଜନଙ୍କ ସନ୍ଧାନ ପାଇଁ ହାତରେ ଖଣ୍ଡେ ଫଟୋ ଧରି ଘୂରି ବୁଲୁଛନ୍ତି ସମ୍ପର୍କୀୟ

କାହାକୁ ବା ଶାନ୍ତ୍ୱନା ଦେବେ, କାହାକୁ ବା ସମବେଦନା ଜଣାଇବେ। ଏଇଠି ତ ବୋଲ ମାନୁନି ଲୁହ...

ଅଦ୍ୟତନ ହୋଇଛି
Odisha Train Mishap

Odisha Train Mishap

Advertisment

ନା ପୁଅର ପତ୍ତା ମିଳୁଛି ନା ଝିଅର। ନା ବାପା ମା’ଙ୍କ ସୂଚନା ମିଳୁଛି ନା ପତ୍ନୀର। ବାହାନଗାର ଟ୍ରେନ୍ ଟ୍ରାଜେଡି, ସତେଯେମିତି ହଜାଇ ଦେଇଛି ଶହ ଶହ ଯାତ୍ରୀଙ୍କ ଠିକଣା। ତାହାରି ଭିତରେ ପ୍ରିୟଜନଙ୍କ ସନ୍ଧାନ ପାଇଁ ହାତରେ ଖଣ୍ଡେ ଫଟୋ ଆଉ ପରିଚୟ ପତ୍ର ଧରି  ଧନ୍ଧି ହେଉଛନ୍ତି ସମ୍ପର୍କିୟ। ମୃତ୍ୟୁର ବିଭୀଷିକାକୁ ଦେଖି ମନକୁ ପାପ ଛୁଉଁଛି ସତ, ତଥାପି ଯେକୌଣସି ଅବସ୍ଥାରେ ବି ଆପଣାର ମଣିଷଙ୍କୁ ଧରି ନିଜ ଘରକୁ ନେଇଯିବେ ବୋଲି ବ୍ୟସ୍ତବିବ୍ରତ ଭାବେ ଖୋଜିବୁଲୁଛନ୍ତି ଏତେତେଣେ। 

Advertisment

ଏ କାହାଣୀ ଆପଣଙ୍କୁ ଦୋହଲାଇ ଦେବ। କାରଣ ୟେ କୌଣସି ମାମୁଲି ଅଘଟଣ ନୁହେଁ, ୟେ ମୃତ୍ୟୁର ଭୟଙ୍କର ଏବଂ ବୀଭିଷିକାର ରକ୍ତରଂଜିତ ସ୍ୱାକ୍ଷର। ଲୁହ ଆଉ ଲହୁରେ ବତୁରିଯାଇଥିବା ବୀରେନ୍ଦ୍ର କୁମାର। ରେଳ ଦୁର୍ଘଟଣାରେ ତାଙ୍କ ଭାଇଙ୍କ ଦେହାନ୍ତ ହୋଇଥିବା ନେଇ ଜିଲ୍ଲା ପ୍ରଶାସନଠାରୁ ଖବର ପାଇବା ପରେ ବିହାରର ଧାଇଁ ଆସିଛନ୍ତି ମୃତଦେହକୁ ନେଇଯିବା ପାଇଁ। କିନ୍ତୁ ପାଉନାହାଁନ୍ତି ତାଙ୍କ ଭାଇଙ୍କୁ। ଶବର ପାହାଡ଼ ଭିତରେ ଆଡ଼େଇ ଆଡ଼େଇ ମୋବାଇଲ ଆଲୁଅରେ ଚିହ୍ନିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ, ମିଳୁନି ତାଙ୍କ ଭାଇଙ୍କ ମୃତଦେହ।

କାହାକୁ ବା ଶାନ୍ତ୍ୱନା ଦେବେ, କାହାକୁ ବା ସମବେଦନା ଜଣାଇବେ। ଏଇଠି ତ ବୋଲ ମାନୁନି ଲୁହ...କାଳେ ସାନ ଭାଇ ସହ କିଛି ଘଟିଯାଇଥିବା ସେହି ଆଶଙ୍କାରେ ସମସ୍ତେ। ପଶ୍ଚିମବଙ୍ଗ ପୂର୍ବ ମେଦିନପୁର ଜିଲ୍ଲାର ଉଦୟପୁର ଗ୍ରାମର ସେକ୍ ଜାହାଙ୍ଗିର। ତାଙ୍କ ସାନଭାଇ ସେକ ସୋହେଲ ଅଲ୍ଲୀଙ୍କ ୩ଦିନ ହେଲା ପତ୍ତା ମିଳୁନି। ବାହାନଗାର ଦୁର୍ଘଟଣାସ୍ଥଳରୁ ଆରମ୍ଭ କରି ସାରା ବାଲେଶ୍ୱର ଏବଂ କଟକର ମେଡ଼ିକାଲ ଗୁଡ଼ିକରେ ଖୋଜିସାରିଲେଣି। କିନ୍ତୁ ପାଉନାହାଁନ୍ତି ପତ୍ତା। 

Advertisment

ଟ୍ରେନ୍ ଟ୍ରାଜେଡିକୁ ଇତିମଧ୍ୟରେ ବିତିଯାଇଛି ୪୮ ଘଣ୍ଟା। ୨୭୫ଟି ମୃତଦେହ ଆଉ ୩୮୨ ଜଣ ଆହତଙ୍କ ଭିତରେ କେଉଁଠି ଅଛି ପୁଅ, କେଉଁ ଅବସ୍ଥାରେ ଅଛି, ଜାଣିପାରୁନାହାଁନ୍ତି ବିହାର ମୋତିହାର ଅଲ୍ଲୀ ହୁସନ। ତାଙ୍କ ଦୁଇ ପୁଅ କରମଣ୍ଡଳରେ ଚେନ୍ନାଇ ଯାଉଥିଲେ। କିନ୍ତୁ ସାନ ପୁଅକୁ ସୋର ମେଡ଼ିକାଲରେ ଠାବ କରିଥିବାବେଳେ ଦୁର୍ଘଟଣା ପରଠୁ ମିଳୁନି ବଡ଼ ପୁଅର ପତ୍ତା। ପ୍ରମୋସନ ଟ୍ରେନିଂ ପାଇଁ ଖଡ଼ଗପୁରରୁ ପଞ୍ଜାବ ଯାଉଥିବା ଜଣେ ସିଆରପିଏଫ ଯବାନଙ୍କ ତ ସନ୍ଧାନ ହିଁ ମିଳୁନି।

କୋଲକାତା ବଙ୍କୁଡ଼ା ଜିଲ୍ଲା କୁସମୁଡି ଗାଁର ସିଆରପିଏଫ ଯବାନ ନିଖିଲ ଧାରା ପଞ୍ଜାବ ଯିବା ପାଇଁ ଖଡ଼ଗପୁରରୁ କରମଣ୍ଡଳରେ ଆସୁଥିବାବେଳେ ଦୁର୍ଘଟଣା ପରଠୁ ଆଉ ତାଙ୍କ ଖୋଜ ଖବର ମିଳୁନି। ପରିବାର ଲୋକେ ଆସି ଖୋଜା ଖୋଜି ପରେ ବ୍ୟାଗ ଓ ମୋବାଇଲ ପାଇଛନ୍ତି ସତ, କିନ୍ତୁ ନିଖିଳଙ୍କ କୌଣସି ସନ୍ଧାନ ମିଳୁନି। ତେଣୁ ପରିବାର ଲୋକେ ଭୁବନେଶ୍ୱର ଆସିଛନ୍ତି। 

Advertisment

ମୃତାହତଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ତାମିଲନାଡୁର। କରମଣ୍ଡଳଟି ଯେହେତୁ ବାଲେଶ୍ବର ଦେଇ ଯାଉଥିଲା କିଛି ଓଡ଼ିଆ ଯାତ୍ରୀ ବି ଥିଲେ। ତେବେ ଏହି ରାଜ୍ୟ ଗୁଡ଼ିକର ମୃତ ଯାତ୍ରୀଙ୍କ ଫଟୋ ସବୁ ଥୁଆ ହୋଇ ରଖାଯାଇଛି ବାଲେଶ୍ୱର ନୋସୀ ବିଜନେସ ପାର୍କରେ। ୧୮୨ ଜଣ ମୃତକଙ୍କ ଫଟୋ ଗୁଡ଼ିକୁ ଚିହ୍ନଟ ପାଇଁ ରଖିଛି ଜିଲ୍ଲା ପ୍ରଶାସନ। ଫଟୋ ଗୁଡ଼ିକ ଏତେ ବୀଭତ୍ସ ଯେ, ତାକୁ ଦେଖାଇବା ସମ୍ଭବ ନୁହେଁ।

ତାହାରି ଭିତରେ ପ୍ରିୟ ପରିଜନଙ୍କ ଫଟୋ ଏବଂ ପରିଚୟପତ୍ର ଧରି ଖୋଜୁଛନ୍ତି। କିଏ ଶବ ଚିହ୍ନଟ କରି ଘରକୁ ନେଇଯାଉଛନ୍ତି ତ ଆଉ କିଏ ପତ୍ତା ହିଁ ପାଉନାହାଁନ୍ତି। ବାଲେଶ୍ବରରୁ ଭଦ୍ରକ, କଟକରୁ ଭୁବନେଶ୍ବର। ୪ଟି ସ୍ଥାନରେ ଏବେ ଏଭଳି ସ୍ଥିତି ମୃତାହତଙ୍କ ସଂପର୍କୀୟଙ୍କୁ ନାକେଦମ କରିଛି।

Train Accident Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ