• Astrospeak
  • Live TV
  • Read In English

ଏଣିକି ଅଧଘଣ୍ଟାରେ ହେବ କୋଭିଡ୍ ଟେଷ୍ଟ

ନୂଆଦିଲ୍ଲୀ: ଖୁବଶୀଘ୍ର କମ୍ ଖର୍ଚ୍ଚରେ ମାତ୍ର ଅଧଘଣ୍ଟାରେ ହୋଇପାରିବ କୋଭିଡ୍ ଟେଷ୍ଟ୍। ଦେଶର ପ୍ରଥମ ସ୍ୱଦେଶୀ କୋଭିଡ୍ CRISPR ଟେଷ୍ଟ କିଟ୍ ଫେଲୁଦାକୁ DCGI ଅନୁମୋଦନ ପ୍ରଦାନ କରିଛି। ଟାଟା ଗ୍ରୁପ୍ ଓ ସିଏସଆଇଆର୍ ଦ୍ୱାରା ପ୍ରସ୍ତୁତ ଏହି ଟେଷ୍ଟ୍ କିଟର କମର୍ସିଆଲ୍ ଲଞ୍ଚ୍ ପାଇଁ ଅନୁମତି ମିଳିଛି। ଏହା ପାରମ୍ପାରିକ RTPCR ଟେଷ୍ଟ ଭଳି ସଠିକ୍ ଯାଞ୍ଚ କରୁଥିବା ପରୀକ୍ଷାରୁ ଜଣାପଡ଼ିଛି। ତେବେ RTPCR ଟେଷ୍ଟର ଏକ ତୃତୀୟାଂଶ ଖର୍ଚ୍ଚରେ ଏହି ଟେଷ୍ଟ୍ ହୋଇପାରିବ। ଏଥିସହ […]

covid
covid

ନୂଆଦିଲ୍ଲୀ: ଖୁବଶୀଘ୍ର କମ୍ ଖର୍ଚ୍ଚରେ ମାତ୍ର ଅଧଘଣ୍ଟାରେ ହୋଇପାରିବ କୋଭିଡ୍ ଟେଷ୍ଟ୍। ଦେଶର ପ୍ରଥମ ସ୍ୱଦେଶୀ କୋଭିଡ୍ CRISPR ଟେଷ୍ଟ କିଟ୍ ଫେଲୁଦାକୁ DCGI ଅନୁମୋଦନ ପ୍ରଦାନ କରିଛି। ଟାଟା ଗ୍ରୁପ୍ ଓ ସିଏସଆଇଆର୍ ଦ୍ୱାରା ପ୍ରସ୍ତୁତ ଏହି ଟେଷ୍ଟ୍ କିଟର କମର୍ସିଆଲ୍ ଲଞ୍ଚ୍ ପାଇଁ ଅନୁମତି ମିଳିଛି। ଏହା ପାରମ୍ପାରିକ RTPCR ଟେଷ୍ଟ ଭଳି ସଠିକ୍ ଯାଞ୍ଚ କରୁଥିବା ପରୀକ୍ଷାରୁ ଜଣାପଡ଼ିଛି।

ତେବେ RTPCR ଟେଷ୍ଟର ଏକ ତୃତୀୟାଂଶ ଖର୍ଚ୍ଚରେ ଏହି ଟେଷ୍ଟ୍ ହୋଇପାରିବ। ଏଥିସହ RTPCR ଟେଷ୍ଟ୍ ପାଇଁ ପ୍ରାୟ ୫ ଘଣ୍ଟା ଲାଗୁଥିବା ବେଳେ ଏହି ପଦ୍ଧତିରେ ମାତ୍ର ଅଧଘଣ୍ଟା ଭିତରେ କୋଭିଡ୍ ହୋଇଛି କି ନାହିଁ ଜଣାପଡ଼ିଯିବ। ଟାଟା ଗ୍ରୁପ୍ ଓ ସିଏସଆଇଆର୍ ପକ୍ଷରୁ ମାତ୍ର ୧୦୦ ଦିନ ଭିତରେ ଏହି ଟେଷ୍ଟ୍ କିଟ୍ ପ୍ରସ୍ତୁତ କରାଯାଇଛି।

ସୂଚନାଯୋଗ୍ୟ, ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୩କୋଟି ୯ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ୯ଲକ୍ଷ ୬୦ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ଆଶ୍ୱସ୍ତିକର କଥା ହେଉଛି ବିଶ୍ୱରେ ଏପର୍ଯ୍ୟନ୍ତ ୨ କୋଟି ୨୫ ଲକ୍ଷ ଲୋକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେବି ୭୫ଲକ୍ଷରୁ ଅଧିକ ଆକ୍ଟିଭ୍ ମାମଲା ରହିଛି।