• Astrospeak
  • Live TV
  • Read In English

କରୋନାରେ ଆକ୍ରାନ୍ତ ହେଲେ ୭୪ ହଜାର, ସୁସ୍ଥ ହେଲେ ୭୬ ହଜାର

ନୂଆଦିଲ୍ଲୀ: ଦେଶରେ ଆଜି ବି ୭୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ୨୪ ଘଣ୍ଟାରେ ୯ଶହରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ପ୍ରଭାବ କମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨ ହଜାର ୬୮୫କୁ ଛୁଇଁଲା । ସେହିଭଳି ଦିନକରେ ୭୪ ହଜାର ୪୪୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ […]

corona
corona

ନୂଆଦିଲ୍ଲୀ: ଦେଶରେ ଆଜି ବି ୭୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ୨୪ ଘଣ୍ଟାରେ ୯ଶହରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଦେଶରେ କରୋନା ପ୍ରଭାବ କମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨ ହଜାର ୬୮୫କୁ ଛୁଇଁଲା । ସେହିଭଳି ଦିନକରେ ୭୪ ହଜାର ୪୪୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତ ସଂଖ୍ୟା ୬୬ ଲକ୍ଷ ୨୩ ହଜାର ୮୧୬କୁ ବୃଦ୍ଧି ଘଟିଛି ।

ତେବେ ଆଶ୍ୱାସନାର କଥା ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ୭୬, ୭୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ସୁସ୍ଥଙ୍କ ସଂଖ୍ୟା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଅଧିକ ରହିଛି। ବର୍ତ୍ତମାନ ସୁଦ୍ଧା ୫୫, ୮୬, ୭୦୩ ରୋଗୀ କରୋନା ଭାଇରସରୁ ମୁକ୍ତ ହୋଇଛନ୍ତି। ଦେଶରେ ବର୍ତ୍ତମାନ ଆକ୍ଟିଭ କେସ ୯, ୩୪, ୪୨୭ ରହିଛି।