• Astrospeak
  • Live TV
  • Read In English

ହିଜ୍‌ବୁଲ୍‌ ମୁଖ୍ୟ କମାଣ୍ଡର ସୌଫୁଲ୍ଲାହ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ଣୀରର ରାଜଧାନୀ ଶ୍ରୀନଗରରେ ହିଜ୍‌ବୁଲ୍‌ ମୁଜାହିଦୀନ ଆତଙ୍କୀ ସଙ୍ଗଠନର ମୁଖ୍ୟ କମାଣ୍ଡର ସୌଫୁଲ୍ଲାହ ନିହତ ହୋଇଛି। ଭାରତୀୟ ସେନା, ଜାମ୍ମୁ କାଶ୍ମୀର ପୋଲିସ୍‌ ଓ ସିଆରପିଏଫ ଯବାନଙ୍କ ମିଳିତ ଅପରେସନ୍‌ରେ ଏହି ସଫଳତା ମିଳିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଜାମ୍ମୁ କାଶ୍ମୀର ପୋଲିସ୍‌ ଏବଂ ସେନାକୁ ଶ୍ରୀନଗରର ରଙ୍ଗରେଥ ଅଞ୍ଚଳରେ ଦୁଇଜଣ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିଥିଲା। ଏହାକୁ ଆଧାର କରି ସେନାର ରାଷ୍ଟ୍ରୀୟ ରାଇଫଲ, ଜାମ୍ମୁ କାଶ୍ମୀର ପୋଲିସ୍‌ର ଏସ୍‌ଓଜି ଏବଂ ସିଆରପିଏଫ […]

dd
dd

ଶ୍ରୀନଗର: ଜାମ୍ମୁ କାଶ୍ଣୀରର ରାଜଧାନୀ ଶ୍ରୀନଗରରେ ହିଜ୍‌ବୁଲ୍‌ ମୁଜାହିଦୀନ ଆତଙ୍କୀ ସଙ୍ଗଠନର ମୁଖ୍ୟ କମାଣ୍ଡର ସୌଫୁଲ୍ଲାହ ନିହତ ହୋଇଛି। ଭାରତୀୟ ସେନା, ଜାମ୍ମୁ କାଶ୍ମୀର ପୋଲିସ୍‌ ଓ ସିଆରପିଏଫ ଯବାନଙ୍କ ମିଳିତ ଅପରେସନ୍‌ରେ ଏହି ସଫଳତା ମିଳିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଜାମ୍ମୁ କାଶ୍ମୀର ପୋଲିସ୍‌ ଏବଂ ସେନାକୁ ଶ୍ରୀନଗରର ରଙ୍ଗରେଥ ଅଞ୍ଚଳରେ ଦୁଇଜଣ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିଥିଲା। ଏହାକୁ ଆଧାର କରି ସେନାର ରାଷ୍ଟ୍ରୀୟ ରାଇଫଲ, ଜାମ୍ମୁ କାଶ୍ମୀର ପୋଲିସ୍‌ର ଏସ୍‌ଓଜି ଏବଂ ସିଆରପିଏଫ ଯବାନ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ।

ଏନ୍‌କାଉଣ୍ଟରର ଆରମ୍ଭରୁ ସେହି ଅଞ୍ଚଳର ଲୋକ ହିଂସାତ୍ମକ ପ୍ରଦର୍ଶନ କରି ଅପରେସନ୍‌ରେ ବାଧା ପହଞ୍ଚାଇଥିଲେ। ଏହାର ଜବାବରେ ସିଆରପିଏଫ ଯବାନ ଲୁହ ବୁହା ଗ୍ୟାସ୍‌ର ପ୍ରୟୋଗ କରି ସେମାନଙ୍କୁ ସେଠାରୁ ତଡ଼ିବାରେ ସକ୍ଷମ ହୋଇଥିଲେ।

ଏହାପରେ ଦୁଇ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ କୁହାଯାଇଥିଲା। କିନ୍ତୁ ସେମାନେ ପ୍ରଥମେ ଗୁଳିଚାଳନା କରି ସେଠାରୁ ଖସିଯିବା ପାଇଁ ଚେଷ୍ଟା କଲେ। ଏହାର ଜବାବରେ ସେନା ଗୁଳିଚାଳନା କରିବା ଫଳରେ ହିଜ୍‌ବୁଲ୍‌ ମୁଖ୍ୟ ସୌଫୁଲ୍ଲାହ ନିହତ ହୋଇଥିଲା। ଏଥିସହ ଜଣେ ସନ୍ଦିଗ୍ଧକୁ ମଧ୍ୟ ଗିରଫ କରାଯାଇଛି।