• Astrospeak
  • Live TV
  • Read In English

ବୈଜ୍ଞାନିକଙ୍କ ସୁପାରିସରେ ବଢ଼ିଛି କୋଭିସିଲ୍ଡର ବ୍ୟବଧାନ ଅବଧି

ଭି.କେ. ପଲ୍ କହିଲେ ଟିକାର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ବିଜ୍ଞାନ ସମ୍ମତ ଗ୍ଲୋବାଲ ଟେଣ୍ଡର ଦ୍ୱାରା ଟିକା ଅଭାବ ଦୂର ନେଇ ଆଶାବାଦୀ ରାଜ୍ୟ ସରକାର ନୂଆଦିଲ୍ଲୀ : ଦେଶରେ ଟିକା ଅଭାବ ଯୋଗୁଁ ବ୍ୟବଧାନ ବଢ଼ିନି ବରଂ…

covisiled
covisiled

ନୂଆଦିଲ୍ଲୀ : ଦେଶରେ ଟିକା ଅଭାବ ଯୋଗୁଁ ବ୍ୟବଧାନ ବଢ଼ିନି ବରଂ କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ବିଜ୍ଞାନ ସମ୍ମତ । ଏକଥାକୁ ଗତକାଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଏପରିକି ବ୍ୟବଧାନକୁ ନେଇ କୌଣସି ପ୍ରକାର ଅପପ୍ରଚାର ବୈଜ୍ଞାନିକଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ନୀତି ଆୟୋଗ ସଦସ୍ୟ ଭି.କେ.ପଲ୍ । ସେପଟେ ଓଡ଼ିଶା ସରକାରଙ୍କ ଗ୍ଲୋବାଲ୍ ଟେଣ୍ଡର, ରାଜ୍ୟରେ ଟିକା ଅଭାବ ଦୂର କରିବା ନେଇ ଆଶାବ୍ୟକ୍ତ କରିଛନ୍ତି ଚିଫ୍ ସେକ୍ରେଟାରୀ ।

କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ବିଜ୍ଞାନ ସମ୍ମତ । ନିକଟରେ କେନ୍ଦ୍ର ସରକାର କୋଭିସିଲ୍ଡର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନକୁ ୬ରୁ ୮ ସପ୍ତାହ ପରିବର୍ତ୍ତେ ୧୨ରୁ ୧୬ ସପ୍ତାହକୁ ବଢ଼ାଇଥିବାରୁ ହେଉଥିବା ସମାଲୋଚନା ପରିପ୍ରେକ୍ଷୀରେ ଏନେଇ ସ୍ପଷ୍ଟ କରିଛନ୍ତି ନିତି ଆୟୋଗ ସଦସ୍ୟ । କହିଛନ୍ତି ବୈଜ୍ଞାନିକଙ୍କ ସୁପାରିସକୁ ନେଇ ବ୍ୟବଧାନ ଅବଧି ବୃଦ୍ଧି କରାଯାଇଛି । ଏହାକୁ ନେଇ ଅପପ୍ରଚାର ଏଇଠି ଶେଷ ହେଉ । ସେ ଆହୁରି ବି କହିଛନ୍ତି ଦେଶରେ କୋଭାକ୍ସିନ୍ ଟିକା ଉତ୍ପାଦନ ବୃଦ୍ଧି ନେଇ କେନ୍ଦ୍ର ସରକାର ଭାରତ ବାୟୋଟେକ୍ ସହ ମିଶି କାମ କରୁଛନ୍ତି । ଆରମ୍ଭରେ ମାସକୁ କୋଟିଏ ଟିକା ଉତ୍ପାଦନ ହେଉଥିଲା, ଏବେ ତାହା ଦେଢ଼ କୋଟି ହେଉଛି । ଆଗକୁ ମାସକୁ ୧୦ରୁ ୧୩ କୋଟି ପର୍ଯ୍ୟନ୍ତ କୋଭାକ୍ସିନ୍ ଉତ୍ପାଦନକୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ଥିବା ନେଇ ସୂଚନା ଦେଇଛନ୍ତି ଭି.କେ.ପଲ୍ ।

ଏପଟେ ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କ ସମସ୍ତଙ୍କୁ କେମିତି ଦିଆ ଯିବ ସୁରକ୍ଷା କବଚ ? ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କେନ୍ଦ୍ର ଟିକା ଉପଲବ୍ଧ କରାଉଥିଲା ବେଳେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ମାଗଣାରେ ଟିକାକରଣ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର । ହେଲେ ଟିକାର ଘୋର ଅଭାବରୁ ଏହି ପ୍ରକ୍ରିୟା କେବଳ ୫ଟି ମହାନଗରରେ ସୀମିତ ରହିଛି  । ତେଣୁ ଅଭାବ ଦୂର ପାଇଁ ପ୍ରାୟ ୨ କୋଟି ନାଗରିକକୁ ଟିକା ଦେବାକୁ ୩ କୋଟି ୮୦ ଲକ୍ଷ ଡୋଜ୍ କିଣିବାକୁ ଗ୍ଲୋବାଲ୍ ଟେଣ୍ଡରକୁ ଯାଇଛନ୍ତି । ରାଜ୍ୟ ସରକାର ଯେଉଁଥିରେ କି କେବଳ ଡିସିଜିଆଇ ଅନୁମୋଦିତ ଟିକା ଉତ୍ପାଦନକାରୀ କମ୍ପାନି ହିଁ ଭାଗ ନେଇପାରିବେ ୨୦ ତାରିଖ ଦିନ ୧୧ଟାରୁ ଟେଣ୍ଡର ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୮ତାରିଖ ଯାଏଁ ଚାଲିବ । ମୁଖ୍ୟ ଶାସନ ସଚିବ କହିଛନ୍ତି ସଫଳ ବିଡିଂ ହେଲେ ମେ ୨୮ ପରେ ହିଁ ଆମେ ଟିକା କିଣିପାରିବା ।

ହେଲେ ବଡ଼ କଥା ହେଉଛି ଏବେ ମାତ୍ର ତିନିଟି ଟିକା କମ୍ପାନିଙ୍କୁ ଡିସିଜିଆଇର ଅନୁମତି ମିଳିଛି ଏବଂ ଓଡ଼ିଶା ଭଳି ବହୁ ରାଜ୍ୟ ମଧ୍ୟ ଗ୍ଲୋବାଲ୍ ଟେଣ୍ଡରକୁ ଯାଇଛନ୍ତି । ତେଣୁ ଏଭଳି ସ୍ଥିତିରେ କେଉଁ କମ୍ପାନି ଟେଣ୍ଡରରେ ଭାଗ ନେବେ ଏବଂ ଟିକା ଅଭାବ ପୂରଣ ହେବ ତାକୁ ନେଇ ବି ଚର୍ଚ୍ଚା ହେଉଛି? ତେବେ ଟେଣ୍ଡରରେ ଆ ବେଦନ ଲାଗି ୨୮ ତାରିଖ ଯାଏଁ ସମୟ ଥିବାରୁ ଏହା ଭିତରେ ଆଉ କିଛି କମ୍ପାନିକୁ ଡିସିଜିଆଇର ଅନୁମତି ମିଳିବା ଆଶା କରାଯାଉଛି । ଏଭଳି ହେଲେ ଅଧିକର ଅଧିକ କମ୍ପାନି ବିଡିଂକୁ ଆ ସିବେ, ଏବଂ ଟିକା ଅଭାବର ସମାଧାନ ହୋଇପାରିବ ବୋଲି ଆଶାବାଦୀ ଅଛନ୍ତି ।

ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି  ଏକ ଉଚ୍ଚସ୍ତରୀୟ ବୈଠକରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ଅବସରରେ ଦେଶରେ ଟିକାକରଣକୁ ତ୍ୱରାନ୍ବିତ କରିବାକୁ ରାଜ୍ୟମାନଙ୍କ ସହ ମିଶି କାମ କରିବାକୁ କେନ୍ଦ୍ରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।