ୱାସିଂଟନ୍ : କାଟୁ କରୁଛି କୋଭାକ୍ସିନ୍ । କରୋନା ଭାଇରସର ଆଲଫା ଏବଂ ଡେଲଟା ଭାରିଆଣ୍ଟ୍ ପାଇଁ ପ୍ରଭାବଶାଳୀ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକା । ଆମେରିକାର ସର୍ବୋଚ୍ଚ ସ୍ୱାସ୍ଥ୍ୟ ଅନୁସନ୍ଧାନ ପ୍ରତିଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ (NIH) ଏପରି ଦାବି କରିଛି । ଦୁଇଟି ଅଧ୍ୟୟନର ଫଳାଫଳ ସଦୃଶ ସଂଗଠନ NIH କୋଭାକ୍ସିନ୍ ଟିକା ସମ୍ପର୍କରେ ସୂଚନା ଦେଇଛି । ସର୍ବପ୍ରଥମେ ଆଲଫା ଭାରିଆଣ୍ଟ ବ୍ରିଟେନରେ ଏବଂ ଭାରତରେ ଡେଲଟା ଭାରିଆଣ୍ଟରେ ଚିହ୍ନଟ ହୋଇଥିଲା ।
କୋଭାକ୍ସିନ ନେଇଥିବା ଲୋକଙ୍କ ବ୍ଲଡ୍ ସେରମ୍ ଉପରେ ଦୁଇଟି ଅଧ୍ୟୟନ କରାଯାଇଥିବା କହିଛି NIH । ଟିକା ନେବା ଦ୍ୱାରା ଶରୀରରେ ଆଣ୍ଟିବଡି ଉତ୍ପାଦନ କରୁଛି, ଯାହା SARS-CoV-2 ର ଆଲଫା (B.1.1.7) ଏବଂ ଡେଲଟା (B.1.617) ପ୍ରକାରକୁ ପ୍ରଭାବଶାଳୀ ଭାବରେ ମାତ୍ ଦେଇଥାଏ । ତେବେ ଅଧ୍ୟୟନ ସମୟରେ କାନସାସର ଲରେନ୍ସରେ ଅବସ୍ଥିତ ସଂସ୍ଥାର ବାୟୋଟେକ୍ କମ୍ପାନୀ ଭିରୋଭ୍ୟାକ୍ସ ଏଲଏସିରେ ମିଳୁଥିବା ଏଡଜୁଭେଣ୍ଟ୍ ଆଲହାଇଡ୍ରକ୍ସାଇକ୍-୨ ବିଷୟରେ ମଧ୍ୟ ଆଲୋଚନା କରଥିଲା । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏବଂ ଇନଫେକ୍ସିନ୍ ଡିଜିଜେସ୍ (NIAID) ର ଆଡଜୁଭାଣ୍ଟ ଡେଭଲପମେଣ୍ଟ ପ୍ରୋଗ୍ରାମ ଏହି ଅଧ୍ୟୟନରେ ସାହାଯ୍ୟ କରିଥିଲା ।
ଏଡଜୁଭେଣ୍ଟ ଏପରି ଏକ ପଦାର୍ଥ, ଯାହା ଟିକାର ପ୍ରଭାବକୁ ତ୍ୱରାନ୍ୱିତ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଟିକାର ଅଂଶ ଭାବରେ ପ୍ରସ୍ତୁତ କରାଯାଇଥାଏ । NIAIDର ନିର୍ଦ୍ଦେଶକ ଆନ୍ଥୋନି ଫାଉଚି କହିଛନ୍ତି, ଆମେରିକାରେ NIAID ସହ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ନୋଭାଲ୍ ଭାକ୍ସିନ୍ ଏଡଜୁଭେଣ୍ଟ୍ ଭାରତ ଲୋକଙ୍କ ପାଇଁ ଉପଲବ୍ଧ କୋଭିଡ -19 ଟିକାର ଅଂଶବିଶେଷ ହୋଇଥିବାରୁ ମୁଁ ବହୁତ ଖୁସି ।
ସୂଚନାଯୋଗ୍ୟ ଡେଲ୍ଟା ପ୍ଲସ୍ ଭାରିଏଣ୍ଟ ଉପରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଉଭୟ ଭ୍ୟାକ୍ସିନ୍ ଫଳପ୍ରଦ ବୋଲି ପୂର୍ବରୁ କୁହାଯାଇଥିଲା । ଆଲଫା, ବିଟା, ଗାମା ଇତ୍ୟାଦି ଭାରିଏଣ୍ଟ ଉପରେ ବି ଉଭୟ ଟିକା କାମ ଦେଉଛି । ICMR ଡିଜି ବଳରାମ ଭାର୍ଗବ କିଛି ଦିନ ପୂର୍ବରୁ ଏପରି ସୂଚନା ଦେଇଥିଲେ ।