ଶ୍ରୀନଗର : ଚୀନର ଆଉ ଏକ ଷଡ଼ଯନ୍ତ୍ରର ଖୁଲାସା । ପିଓକେ ଜରିଆରେ ଭାରତକୁ ଘେରିବାକୁ ନୂଆ ଚାଲ କରୁଛି ପଡ଼ୋଶୀ ଦେଶ । ପିଓକେ ସ୍ଥିତ ସ୍କାର୍ଦ୍ଦୁ ରାସ୍ତାକୁ ସିଧାସଳଖ କାରାକୋରମ ହାଇୱେ ସହ ଯୋଡ଼ୁଛି, ଯଦ୍ୱାରା ଚୀନ ଓ ପାକିସ୍ତାନ ଲାଭବାନ ହୋଇପାରିବେ । କାରଗିଲ ଠାରୁ ସ୍କାର୍ଦ୍ଦୁର ଦୂରତା ମାତ୍ର ୧୦୦ କିଲୋମିଟର ହେଉଥିବା ବେଳ ଭାରତରେ ଅନୁପ୍ରବେଶ ପାଇଁ ନୂଆ ନୂଆ ଯୋଜନା କରୁଛି। ସାମରିକ ଗୁରୁତ୍ତ୍ୱ ବହନ କରୁଥିବା ଏହି ନୂଆ ରାସ୍ତା ଗିଲଗିଟ ଠାରୁ ଆରମ୍ଭ ହୋଇ ସ୍କାର୍ଦ୍ଦୁରେ ଶେଷ ହୋଇଥାଏ । ସ୍କାର୍ଦ୍ଦୁ ଓ ଗିଲଗିଟ ଉଭୟ ହିଁ ସାମରିକ ଦୃଷ୍ଟିକୋଣରୁ ଖୁବ ଗୁରୁତ୍ତ୍ୱପୂର୍ଣ୍ଣ । ଏଠାରେ ପାକିସ୍ତାନର ଶକ୍ତି ବୃଦ୍ଧି ହେବା ଅର୍ଥ ଲଦାଖରେ ଶତ୍ରୁ ଦେଶ ଆଡ଼ୁ ସିଧାସଳଖ ଭୟ ।
୧୯୫୯ରେ ଚୀନ, ପାକିସ୍ତାନର ପଞ୍ଜାମର ହସନ ଅବ୍ଦାଲରୁ କାରାକୋରମ ହାଇୱେ ନିର୍ମାଣ ଆରମ୍ଭ କରିଥିଲା । ଆଉ ୧୯୭୨ରେ ଏହାକୁ ଯିବାଆସିବା ପାଇଁ ଖୋଲି ଦିଆଯାଇଥିଲା । ୧୩୦୦ କିଲୋମିଟର ବିଶିଷ୍ଟ ଏହି ଜାତୀୟ ରାଜପଥ ମାଧ୍ୟମରେ ଚୀନ୍ ଯେକୌଣସି ସମୟରେ ଲଦାଖ ଏବଂ କାଶ୍ମୀରରେ ଭାରତ ପାଇଁ ଏକ ବିପଦ ସୃଷ୍ଟି କରିପାରେ । ଗତ ବର୍ଷ ଭାରତ-ଚୀନ୍ ତିକ୍ତତା ସମୟରେ ଚୀନର ବାୟୁସେନା ବିମାନ ଲଗାତାର ସ୍କାର୍ଦ୍ଦୁ ଏୟାରବେସରେ ନଜର ଆସୁଥିଲା ।
ଏବେ ପାକିସ୍ତାନ, ସାମରିକ ଗୁରୁତ୍ତ୍ୱ ବହନ କରୁଥିବା ଗିଲଗିଟ-ସ୍କାର୍ଦ୍ଦୁ ରାସ୍ତାକୁ ଚଉଡ଼ା କରିବା ଆରମ୍ଭ କରିଦେଇଛି। ସେପ୍ଟେମ୍ବର ପର୍ଯ୍ୟନ୍ତ କାମ ଶେଷ କରିବାକୁ ଜୋରସୋରରେ ଲାଗିପଡ଼ିଛି ଶତ୍ରୁ ଦେଶ । ତେବେ ଏହି ରାସ୍ତା ଚଉଡ଼ା ହେବାଦ୍ୱାରା ଚୀନ ନିଜର ସେନା ବାହିନୀକୁ ଅତି କମ୍ ସମୟରେ କାରଗିଲରୁ ୧୦୦ କିମି ଦୂର ପର୍ଯ୍ୟନ୍ତ ଆଣିପାରିବ। ଏହି ରାସ୍ତାର ଓସାର ପୂର୍ବରୁ ୩.୫ ମିଟର ଥିବାବେଳେ, ଏହାକୁ ଏବେ ଦୁଇ ଗୁଣା ବୃଦ୍ଧି କରାଯାଇ ୭.୫ ମିଟର କରାଯାଉଛି । ବଡ଼ ବଡ଼ ସେନା ଗାଡ଼ି ଖୁବ ସହଜରେ ଏହି ରାସ୍ତା ଦେଇ ଯିବାଆସିବା କରିପାରିବେ, ଯାହା ଭାରତ ପାଇଁ ଶୁଭଙ୍କର ନୁହେଁ । ଆଉ ଏଥିପାଇଁ ତୀକ୍ଷ୍ଣ ମୋଡ଼କୁ ବ୍ୟାପକ କରାଯାଉଛି । ୧୬୭ କିଲୋମିଟର ବିଶିଷ୍ଟ ରାସ୍ତାକୁ ଏପରି ନିର୍ମାଣ କରାଯାଉଛି, ଯଦ୍ୱାରା ଟ୍ୟାଙ୍କ, ତୋପ ଭଳି ବଡ଼ ଅସ୍ତ୍ରଶସ୍ତ୍ର ଭାରତ ସୀମାକୁ ଆଣିବାରେ ସକ୍ଷମ ହେବ ଚୀନ ।
ସ୍କାର୍ଦ୍ଦୁ ଉପରେ ସର୍ବଦା ଭାରତୀୟ ସେନା ଉପରେ ନଜର ରଖିଥାଏ । କାରଣ ଏହି ରାସ୍ତାକୁ ପାକିସ୍ତାନ ପ୍ରତ୍ୟେକ ଯୁଦ୍ଧରେ ବ୍ୟବହାର କରିଥାଏ। ସ୍କାର୍ଦ୍ଦୁ ଏବଂ ଗିଲଗିଟ ସମେତ ପୂରା ବେଲୁଚିସ୍ତାନକୁ ପାକିସ୍ତାନ, ୧୯୪୭-୪୮ରେ ପ୍ରଥମ ଭାରତ-ପାକିସ୍ଥାନ ଯୁଦ୍ଧରେ କବଜା କରି ନେଇଥିଲା । ସ୍କାର୍ଦ୍ଦୁ ଉପରେ ପାକିସ୍ତାନୀ ସେନା ୯ ମାସରୁ ଅଧିକ ସମୟ ଧରି ଅବରୋଧ କରିଥିଲେ । ଆଉ ସେଠାରେ ଉପସ୍ଥିତ ଥିବା ସମସ୍ତ ଭାରତୀୟ ବୀର ପାକିସ୍ତାନ ଆକ୍ରମଣରେ ସହିଦ ହୋଇଯାଇଥିଲେ । ପରେ ୧୯୬୫, ୧୯୭୧ଯୁଦ୍ଧ ଏବଂ କାରଗିଲ ଯୁଦ୍ଧରେ ସ୍କାର୍ଦ୍ଦୁ ହିଁ ପାକିସ୍ତାନୀ ସେନାର ମୁଖ୍ୟ ବେସ ପାଲିଟିଥିଲା ପାଲଟିଛନ୍ତି ।