Daily Horoscope 29th Nov 2023: ସୁଖମୟ ହେବ ସାଂସାରିକ ଜୀବନ, ଶରଣାଗତ ହେବେ ଶତ୍ରୁ

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ। ଇଂରାଜୀରେ ୨୯ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୨ୟା ଦିବା ୦୧.୫୭ ଗତେ ୩ୟା । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୧.୫୭ ପର୍ଯ୍ୟନ୍ତ ।

Aries

ମେଷ

Wednesday 29 Nov 2023

ଅଶ୍ୱନୀ- ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ । କାର୍ଯ୍ୟ କ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବା ସହ ଉଚ୍ଚ ସମ୍ଭାବନାର ଆଶା ପାଇବେ । ଜୀବିକା ଅର୍ଜନରେ ସଫଳତା ଲାଭ ପାଇବେ ।

ଦ୍ୱିଜା- ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ । କିଛି ଯାନ୍ତ୍ରିକ ଜିନିଷ ଉପକରଣ କ୍ରୟ କରିପାରନ୍ତି । ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ବିଦେଶକୁ ଯାଇପାରନ୍ତି ।

କୃତିକା-ନିଜର ଦକ୍ଷତା ଅନୁସାରେ କର୍ମ କ୍ଷେତ୍ରରେ ଉଚ୍ଚତର ପଦ ପାଇପାରନ୍ତି । କଚେରି ମାମଲାରେ ସାମୟିକ ଦୁଶ୍ଚିନ୍ତାରୁ ରକ୍ଷା ପାଇ ପାରିବେନି । ମହିଳାମାନେ ଦୁଃଖିତ ରହିବେ ।

ପ୍ରତିକାର - ଧାର୍ମିକ ସ୍ଥାନରେ କଳା ସୋରିଷ ତେଲ ଦାନ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :