Daily Horoscope 8th September 2024: ଆଜି ଏହି ରାଶିର ବ୍ୟକ୍ତି ରାଜନୀତି କ୍ଷେତ୍ରରେ ସମ୍ମାନ ପାଇବେ

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୮ତାରିଖ ରବିବାର। ଚନ୍ଦ୍ର- ତୁଳା ଅହୋରାତ୍ର ,ତିଥି- ୫ମୀ ରାତ୍ରି ୦୭.୫୮ ଗତେ ୬ଷ୍ଠୀ ,ଘାତଚନ୍ଦ୍ର- ନାସ୍ତି,ଘାତବାର- ମେଷ ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୩.୩୦ ଗତେ ୨ ପାଦ-କୃଷି-ବଂଶହାନି-ଭୂମି-ତିଳକାଞ୍ଚନ ଦାନ

Aries

ମେଷ

Sunday 08 Sep 2024

ଅଶ୍ୱନୀ- ଶାରୀରିକ କ୍ଲାନ୍ତି ଦୂର ହେବ । ପରିବାରେ ପରସ୍ପରକୁ ସାହାର୍ଯ୍ୟ ସହଯୋଗ କରି ଗଠନ ମୂଳକ ଦିଗ ପ୍ରତି ଆଗ୍ରହୀ ହେବେ । କର୍ମ କ୍ଷେତ୍ରରେ ଉନ୍ନତି ହେବା ସହ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ପେଇବ ।

ଦ୍ୱିଜା- ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତିର୍ଣ୍ଣ ହେବେ । ରାଜନୈତିକ କ୍ଷେତ୍ରରେ ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ପ୍ରିୟଜନ ମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ସାହାର୍ଯ୍ୟ କରିବେ ।

କୃତିକା- ପ୍ରେମିକ, ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ । ପରିବହନ ଓ ଶିଳ୍ପରେ ମାନ୍ଦା ହେବାର ଦେଖାଦେଇ ପାରେ । ପୂର୍ବରୁ କରିଥିବା କର୍ମ ପାଇଁ ଦଣ୍ଡ ପାଇ ପାରନ୍ତି

ପ୍ରତିକାର - ମଙ୍ଗଳଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :