Daily Horoscope 23th May 2023: ଏହି ରାଶିର ବ୍ୟକ୍ତିଙ୍କର ଆଜି ହଠାତ୍ ପ୍ରଚୁର ଧନଲାଭ ହୋଇପାରେ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ମଙ୍ଗଳବାର । ଚନ୍ଦ୍ର – ମିଥୁନ ଅହୋରାତ୍ର,ତିଥି – ୪ର୍ଥୀ ରାତ୍ରି ୧୨.୫୮ ଗତେ ୫ମୀ,ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର ,ଘାତ ବାର – ମକର,ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମିଦାନ ଦିବା ୧୨.୩୯ ଗତେ ୨ ପାଦ

Aries

ମେଷ

Tuesday 23 May 2023

ଅଶ୍ୱନୀ- ମଧୁର କଥାରେ ପରକୁ ଆପଣାର କରିପାରନ୍ତି । ଥଣ୍ଡାଜନିତ ଅସୁସ୍ଥତା ଅନୁଭବ କରିବେ । ଶିଳ୍ପ , ବାଣିଜ୍ୟ ଓ ବ୍ୟବସାୟରେ ନିଜର ଯୋଜନାମୁତାବକ କାମ କରିବେ । ପାରିବାରିକ କ୍ଷେତ୍ରରେ ବୁଝାବଣା ଠିକ୍ ରହିବ

ଦ୍ୱିଜା- ସରକାରୀ ଓ ବେସରକାରୀ ସ୍ତରରେ ସମ୍ମାନିତ ହେବ । ବିଦ୍ୟାର୍ଥୀ ମାନେ ଦିଦ୍ୟାପ୍ରେମୀ ହୋଇପାରନ୍ତି । ରାଜନୈତିକ ସ୍ତରରେ ପ୍ରଂଶସିତ ହେବେ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ

କୃତିକା- ବିବାଦରେ ମଧ୍ୟସ୍ଥି କରିବାରେ ନିବୃତ ରୁହନ୍ତୁ । ମହିଳା ମାନେ ଭ୍ରମଣର ସୁଯୋଗ ପାଇବେ । ନୂତନ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହୋଇପାରେ । ବନ୍ଧୁଙ୍କ ସହିତ ଦୂରଯାତ୍ରା କରି ପାରନ୍ତ

ପ୍ରତିକାର - ମାଆ ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :