Daily Horoscope 20th August 2023: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ସିଂହ  ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ରବିବାର । ଚନ୍ଦ୍ର-କନ୍ୟା ଅହୋରାତ୍ର, ତିଥି – ୪ର୍ଥୀ ରାତ୍ରି ୧୨.୨୨  ଗତେ ୫ ମୀ, ଘାତ ଚନ୍ଦ୍ର- ବୃଷ ରାଶି ର ଅହୋରାତ୍ର, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି ଭୂମିଦାନ

Aries

ମେଷ

Sunday 20 Aug 2023

ଅଶ୍ୱନି - ବହୁଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ। ସ୍ୱାସ୍ଥ୍ୟ ସମସ୍ୟା ପରିବର୍ତ୍ତିତ ନହେବା ହେତୁ ସାମୟିକ ଦୁଶ୍ଚିନ୍ତା ବୃଦ୍ଧି ଘଟିବ । ପରିବାର ଭିତରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ ।

ଦ୍ୱିଜା - ସଭାସମିତ, ସଙ୍ଗଠନ, ରାଜନୀତି, ପ୍ରଶାସନ, ଆଲୋଚନା, କ୍ଷେତ୍ରରୁ ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତି ପୂର୍ବପରି ରହିବ ଓ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧିପାଇବ। ପ୍ରତ୍ୟେକ କଥାକୁ ସହଜ, ସରଳ ଢଙ୍ଗରେ ଗ୍ରହଣକଲେ କ୍ଷତିରେ ପଡ଼ିପାରନ୍ତି ।

କୃତିକା - ଛୋଟ ଘଟଣାକୁ ଗୁରୁତର ମନେକରି ଭାବପ୍ରବଣ ହୋଇପାରନ୍ତି । ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ସାହିତ୍ୟ କ୍ଷେତ୍ରରେ ବେଶ୍ ଆଦୃତ ହେବେ । କୋର୍ଟରେ ତାରିଖ ସ୍ଥିରଧାର୍ଯ୍ୟ ହୋଇପାରେ ।

ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :