ସୌର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ସୋମବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୬ଷ୍ଠୀ ଦିବା ୦୩.୧୪ ଗତେ ୭ମୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶି । ପୁଷ୍କର ଦୋଷ- ଦିବା ୦୩.୧୪ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୧.୨୨ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।
ଅଶ୍ୱନୀ- ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସି ଶାରୀରିକ କଷ୍ଟ ଦୂର ହେବ । ପିଲାମାନଙ୍କ ପଢାକୁ ନେଇ ମନ ଖୁସି ରହିବ ସାମାଜିକ କ୍ଷେତ୍ରରେ ଆଶା କରୁଥିବା ଖବର ପାଇ ଆନନ୍ଦିତ ହେବେ । ବ୍ୟବସାୟରେ ଭାଗୀଦାରଙ୍କ ସହ ମନାନ୍ତର ଦୂରେଇ ଯିବ ।
ଦ୍ୱିଜା- ଶିକ୍ଷାରେ ପ୍ରଗତି ହେବାରେ ସମ୍ଭାବନା ଅଛି । ରାଜନୀତିରେ ବିଶେଷ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ପରିବାର ସଦସ୍ୟଙ୍କ ସହିତ ଆପଣଙ୍କର ଆଚରଣ ଭଲ ରହିବ ।
କୃତିକା- ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ନିଜ ଟଙ୍କା ସହିତ ବିଶେଷ ସତର୍କ ରହିବା ଉଚିତ ହେବ କାରଣ ଆପଣ ଏହାକୁ ହରାଇବାର ଆଶଙ୍କା ଅଛି । ଏକ କାର କ୍ରୟ କରିବାର ସୁଯୋଗ ଉପସ୍ଥାପନ କରିପାରନ୍ତି ।
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯