Daily Horoscope 17th August 2024: ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ବଡ଼ ସଫଳତା...

କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ସାମାଜିକ ସହଯୋଗ ଲାଭ କରିବେ । ପିଲାମାନେ ଅସୁସ୍ଥତା ବଶତଃ କର୍ତ୍ତବ୍ୟରେ ତ୍ରୁଟି କରିପାରନ୍ତି ।

Aries

ମେଷ

Saturday 17 Aug 2024

ଅଶ୍ୱନୀ- କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୂତି ପ୍ରଦର୍ଶନ କରିବେ । ସ୍ୱାସ୍ଥ୍ୟରେ ସୁଧାର ସାଙ୍ଗକୁ ମାନସିକ ସ୍ଥିରତା ଅକ୍ଷୁର୍ଣ୍ଣ ରହିବ । ଶିକ୍ଷା କ୍ଷେତ୍ରରେ କଠିନ ପରିଶ୍ରମ କଲେ ସଫଳତା ଅର୍ଜନ କରିବେ ।

ଦ୍ୱିଜା- ଆନୁଷ୍ଠାନିକ କାର‌୍ୟ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ । ସାମାଜିକ ସ୍ତରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅନୁତାପ କରିପାରନ୍ତି । ପିଲାମାନଙ୍କ ଉଚ୍ଚଶିକ୍ଷା ସକାଶେ ପ୍ରାଧାନ୍ୟ ଦେଇପାରନ୍ତି ।

କୃତିକା- ଦୂରଯାତ୍ରାରେ ପ୍ରିୟଜନଙ୍କ ସହ ମିଳନ ହେବା ସହ ଅଟକିଥିବା କାର‌୍ୟ୍ୟ ପୂରଣ ହେବ । ପୁରାତନ ରୋଗର ପ୍ରକୋପରେ ହଇରାଣ ହରକତ ହୋଇ ପାରନ୍ତି । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ ।

ପ୍ରତିକାର - ମା’ ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :