Daily Horoscope 14th August 2024: ଏହି ରାଶିର ବିଦ୍ୟାର୍ଥୀମାନେ ପଢାରେ ଉନ୍ନତି କରିପାରନ୍ତି ...

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ନବମୀ ଦିବା ୧୦.୨୪ ଗତେ ଦଶମୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି।

Aries

ମେଷ

Wednesday 14 Aug 2024

ଅଶ୍ୱନୀ- କର୍ମାରମ୍ଭରେ ସଂକଟର ସମ୍ମୁଖୀନ ହେଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍ ହୋଇଯିବ। ପାରିବାରିକ ସଦ୍ଭାବ ଅକ୍ଷୁଣ୍ଣ ରହିବା ହେତୁ ମାନସିକ ଶାନ୍ତି ଲଭିବେ। ଆନୁଷ୍ଠାନିକ ଅଥବା ସାମାଜିକ କାର‌୍ୟ୍ୟରେ ଯୋଗଦେଇ ପ୍ରଶଂସିତ ହେବେ।

ଦ୍ୱିଜା- କୌଣସି ଅଭାବ ନ ଥାଇ ଅତୀତ ଘଟଣାର ସମୀକ୍ଷାଜନିତ ମନ ବିଷାଦଗ୍ରସ୍ତ ହେବ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବେ। ବନ୍ଧୁସମ୍ପର୍କକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ବୃଦ୍ଧି ପାଇପାରେ।

କୃତିକା- ଋଣ ସୂତ୍ରରେ ଅର୍ଥଲାଭ କରିବେ ଓ ଶିଳ୍ପ ବାଣିଜ୍ୟରେ ଉନ୍ନତି ଘଟିବ। ଅନ୍ୟମାନଙ୍କ ଦ୍ୱାରା ପ୍ରତାରିତ ହୋଇ ମାନସିକ ସ୍ତରରେ କଷ୍ଟ ଅନୁଭବ କରିପାରନ୍ତି। ଭୂ-ସମ୍ପତ୍ତି କିଣିବାର ଯୋଗ ରହିଛି ।

ପ୍ରତିକାର- ସରସ୍ୱତୀଙ୍କ ପୂଜାପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :