Daily Horoscope 11th May 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ଦୂରସ୍ଥାନକୁ ଯାତ୍ରାର ଯୋଗ ରହିଛି

ସୌର ମେଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୧ ତାରିଖ ଶନିବାର। ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି-୪ର୍ଥୀ ରାତ୍ରୀ ୦୨.୦୪ ଗତେ ୫ମୀ। ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷୀହାନି-ଭୂମିଦାନ।

Aries

ମେଷ

Saturday 11 May 2024

ଅଶ୍ୱନୀ- ଭଲ ଲୋକଙ୍କ ସହ ମିଶିବାର ଅବସର ପାଇବେ । ନୂତନ ଭାବେ ଆରମ୍ଭ କରୁଥିବା କାମରେ ନେତୃତ୍ୱ ନେଇ ପ୍ରଂଶସିତ ହେବେ । ଘରେ ଆଗନ୍ତୁକମାନଙ୍କ ସେବା କରି ଆନନ୍ଦିତ ରହିବେ।

କୃତିକା- ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ । ନିଷ୍ପତି ନେବାରେ ଦ୍ୱନ୍ଦର ସମ୍ମୁଖିନ ହେବାକୁ ପଡିପାରେ । କାଳକ୍ଷେପଣ ପଦ୍ଧତି ଅନୁଯାୟୀ ସମସ୍ୟାର ସମାଧାନ କରିବେ ।

ଦ୍ୱିଜା- ବିବାଦୀୟ ପରିସ୍ଥିତିକୁ ଦୃଢ ମୁକାବିଲା କରିବେ । ମହିଳାମାନେ ସଙ୍ଗୀତ କ୍ଷେତ୍ରରେ ମନ ଲଗାଇବେ । କମ୍ ପରିଶ୍ରମ କରି ନିଜର ଉଦ୍ଦେଶ୍ୟ ହାସଲ କରିନେବେ ।

ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :