ଗରମ ଏମିତି ହେଉଛି ଯେ ଯଦି ଫ୍ୟାନ୍ର ସ୍ପିଡ୍ ୫ ନମ୍ବରରେ ନ ରହୁଛି, ତେବେ ଗରମରୁ କୌଣସି ମୁକ୍ତି ମିଳୁ ନାହିଁ। ତେବେ ଏହା ବିଦ୍ୟୁତ୍ ବିଲ୍ ଉପରେ ପ୍ରଭାବ ପକାଏ କି?
Author: Pramod Behera | Credit: OTV
ଯେତେବେଳେ ଆପଣ ୫ ସ୍ପିଡ୍ରେ ଫ୍ୟାନ୍ ଚଲାନ୍ତି, ଏହା ଅଧିକ ବିଦ୍ୟୁତ୍ ଖର୍ଚ୍ଚ କରେ। ଫ୍ୟାନ୍ର ଗତି ଯେତେ ଅଧିକ ହେବ, ମୋଟର ସେତେ ଦ୍ରୁତ ଗତିରେ ଘୂରିବ ଏବଂ ବିଦ୍ୟୁତ୍ ବ୍ୟବହାର ମଧ୍ୟ ବୃଦ୍ଧି ପାଇବ।
Author: Pramod Behera | Credit: Google
ଯଦିଓ, ଏହି ପାର୍ଥକ୍ୟ ବହୁତ ବଡ଼ ନୁହେଁ, ତଥାପି ଶକ୍ତି ବ୍ୟବହାର ବୃଦ୍ଧି ପାଏ। କିନ୍ତୁ ଏହା କାହିଁକି ହୁଏ, ଆସନ୍ତୁ ଜାଣିବା।
Author: Pramod Behera | Credit: Google
ତେବେ ବଜାରରେ ଏପରି ରେଗୁଲେଟର୍ ମଧ୍ୟ ମିଳେ, ଯାହାର ବିଦ୍ୟୁତ୍ ବ୍ୟବହାର ସହିତ କୌଣସି ସମ୍ପର୍କ ନାହିଁ। ଏଗୁଡ଼ିକ କେବଳ ଫ୍ୟାନ୍ର ସ୍ପିଡକୁ ନିୟନ୍ତ୍ରଣ କରେ।
Author: Pramod Behera | Credit: Google
ଆଗରୁ, ଏପରି ରେଗୁଲେଟର୍ ଉପଲବ୍ଧ ଥିଲା ଯାହା ଭୋଲଟେଜ ହ୍ରାସ କରି ଫ୍ୟାନର ସ୍ପିଡ୍କୁ ନିୟନ୍ତ୍ରଣ କରୁଥିଲା। ଏପରି ପରିସ୍ଥିତିରେ, ଫ୍ୟାନର ସ୍ପିଡ୍ ଅଧିକ ହେଉ କି କମ୍, ବିଦ୍ୟୁତ୍ ବ୍ୟବହାର ସମାନ ରହିଥାଏ।
Author: Pramod Behera | Credit: Google
ଯଦି ଆପଣଙ୍କ ପାଖରେ ଏପରି ରେଗୁଲେଟର୍ ଅଛି ତେବେ ଫ୍ୟାନ୍ ଜୋର୍ରେ ବୁଲୁ କି ଧିରେ କୌଣସି ଚିନ୍ତା ନାହିଁ, କାରଣ ଏଥିରେ ବିଦ୍ୟୁତ୍ ଖର୍ଚ୍ଚ ଉପରେ କୌଣସି ଫରକ ପଡେ ନାହିଁ।
Author: Pramod Behera | Credit: Google
ଆଜିକାଲି ଇ-ରେଗୁଲେଟର୍ ଅର୍ଥାତ୍ Electronic Regulators ବ୍ୟବହାର କରାଯାଉଛି। ଏହି ରେଗୁଲେଟର୍ ସ୍ପିଡ୍ ନିୟନ୍ତ୍ରଣ କରିବା ପାଇଁ ଶକ୍ତି ବ୍ୟବହାର କରେ।
Author: Pramod Behera | Credit: Google
ଏହାର ଅର୍ଥ ଯେତେବେଳେ ଆପଣ ଫ୍ୟାନର ସ୍ପିଡ୍ ବୃଦ୍ଧି କରନ୍ତି, ରେଗୁଲେଟର୍ ଏହା କରିବା ପାଇଁ ଅଧିକ ଶକ୍ତି ବ୍ୟବହାର କରେ। ଫଳରେ ନମ୍ବର ୧ରେ ପଙ୍ଖା ବୁଲି କମ୍, ନମ୍ବର ୫ରେ ଅଧିକ ବିଦ୍ୟୁତ୍ ଖର୍ଚ୍ଚ ହୁଏ।