ଭାରତର ୧୦ଟି ସର୍ବୋଚ୍ଚ କୋଠା

Author: Amaresh Biswal | Credit: Canva

ଭାରତରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଅଛି। ସେଥିରୁ ସର୍ବାଧିକ ରହିଛି ମୁମ୍ୱାଇ ମହାନଗରୀରେ। ଆସନ୍ତୁ ଦେଖିବା ୧୦ଟି ଏହିପରି ଉଚ୍ଚତମ କୋଠା।

Author: Amaresh Biswal | Credit: Canva

Palais Royale: ମଧ୍ୟ ମୁମ୍ବାଇର ଓ୍ୱର୍ଲିରେ ନିର୍ମାଣାଧୀନ ଥିବା ଏହି କୋଠାଟି ୮,୭୦୦ ସ୍କୋୟାର ଫୁଟ ପରିମିତ ଅଞ୍ଚଳରେ ଠିଆ ହୋଇଛି। କୋଠାରେ ଅଛି ୮୮ ତାଲା, ଉଚ୍ଚତା ୩୨୦ ଫୁଟ।

Author: Amaresh Biswal | Credit: Canva

Lakhandwala Minerva: ମୁମ୍ୱଇରେ ଥିବା ଏହି ୭୮ ମହଲା ବିଶିଷ୍ଟ କୋଠାଟି ଏକ ଆବାସ ଆପାର୍ଟମେଣ୍ଟ। ଆରବ ସାଗର କୂଳରେ ଥିବା ୩୦୧ ମିଟର ବିଶିଷ୍ଟ ଏହି କୋଠାକୁ ଦେଶର ଦ୍ୱିତୀୟ ଉଚ୍ଚତମ ଟାଓ୍ୱାର କୁହାଯାଉଛି।

Author: Amaresh Biswal | Credit: Canva

Piramal Aranya Arav: ମୁମ୍ୱଇର ବାଇକୁଲାରେ ଥିବା ଏହି ୮୩ ମହଲା ବିଶିଷ୍ଟ ଏହି କୋଠାର ଉଚ୍ଚତ ୨୮୨.୨ ମିଟର। ଏହାକୁ ଦେଶର ୩ୟ ଉଚ୍ଚତମ କୋଠା କୁହାଯାଉଛି।

Author: Amaresh Biswal | Credit: Canva

Lodha World One: ମୁମ୍ୱଇର ୭୬ ତାଲା ବିଶିଷ୍ଟ ଏହି କୋଠାଟି ବିଶ୍ୱର ସୌଖୀନ ଆପାର୍ଟମେଣ୍ଟ ଗୁଡ଼ିକ ମଧ୍ୟରୁ ଗୋଟିଏ, ଯେଉଁଠିକାର ରହଣୀ ଶୈଳୀ ଅତ୍ୟଧିକ ସୌଖୀନ ଓ ଗ୍ଲାମରସ୍। ଏହାର ଉଚ୍ଚତା ୨୮୦.୨ ମିଟର।

Author: Amaresh Biswal | Credit: Canva

Lodha World View: ଲୋଧା ଓ୍ୱାର୍ଲଡ ଓ୍ୱାନ୍ କଡ଼ରେ ରହିଛି ଏହି ୭୩ ତାଲା ବିଶିଷ୍ଟ କୋଠାଟି, ଯାହାର ଉଚ୍ଚତ ୨୭୭.୬ ମିଟର।

Author: Amaresh Biswal | Credit: Canva

Lodha Trump Tower: ସେଣ୍ଟ୍ରାଲ୍ ମୁମ୍ୱାଇର ଓ୍ୱର୍ଲିରେ ଥିବା ଏହି ୭୬ ମହଲା ବିଶିଷ୍ଟ ଏହି କୋଠାଟିର ଉଚ୍ଚତା ୨୬୮ ମିଟର। ଏଥିରେ ବହୁ ମଡର୍ଣ୍ଣ ଫ୍ଲାଟ୍ ସହିତ କ୍ଲବ୍ ହାଉସ୍ ଓ ଫିଲ୍ମହଲ୍ ରହିଛି।

Author: Amaresh Biswal | Credit: Canva

Omkar 1973 Tower-A: ମୁମ୍ବଇର ୱର୍ଲିରେ ଥିବା ୭୩ ତାଲା ବିଶିଷ୍ଟ ଏହି କୋଟାର ଉଚ୍ଚତା ୨୬୭ ମିଟର। ଏହା ମଧ୍ୟ ଏକ ଅତ୍ୟଧିକ ଆରାମଦାୟକ ଆପାର୍ଟମେଣ୍ଟ।

Author: Amaresh Biswal | Credit: Canva

Omkar 1973 Tower-B: ଏହାର ଉଚ୍ଚତା ମଧ୍ୟ ଟାଓ୍ୱାର-ବି ସହିତ ସମାନ। ସମାନ ଜାଗା। ୨୬୭ ମିଟର ଉଚ୍ଚ ଏହି ଟାଓ୍ୱାରରେ ୭୩ଟି ତାଲା ରହିଛି।

Author: Amaresh Biswal | Credit: Canva

Nathani Heights: ମୁମ୍ୱାଇ ସେଣ୍ଟ୍ରାଲ୍ ରେଳ ଷ୍ଟେସନ ପାଖରେ ଥିବା ଏହି ୭୨ ତାଲା ବିଶିଷ୍ଟ କୋଠାଟିର ଉଚ୍ଚତା ୨୬୨ ମିଟର। ଏହା ଏକ ସୌଖୀନ ଆପାର୍ଟମେଣ୍ଟ, ଯେଉଁଥିରେ ବିଶ୍ୱ ମାନର ବ୍ୟବସ୍ଥା ରହିଛି।

Author: Amaresh Biswal | Credit: Canva

Three Sixty West Tower-B: ନିଆରା ଦିଶୁଥିବା ଏହି କୋଠାଟି ମଧ୍ୟ ମୁମ୍ୱାଇରେ ରହିଛି। ୬୬ ତାଲା ବିଶିଷ୍ଟ ଏହି କୋଠାର ଉଚ୍ଚତା ୨୬୦ ମିଟର। ଏହା ଏକ ଟ୍ୱିନ୍ ଟାଓ୍ୱାର, କିନ୍ତୁ ଟାଓ୍ୱାର-ବି ଅଳ୍ପ ଡେଙ୍ଗା।