ବ୍ରଣ ହେଇଥିଲେ କଣ କରିବେ

Author: Saroj Kumar Jena | Credit: Google

ଜିଙ୍କ ଥିବା ଖାଦ୍ୟ ଖାଇବା ଦ୍ବାରା ବ୍ରଣ କମ ହୋଇଥାଏ। ତେଣୁ ଜିଙ୍କ ଯୁକ୍ତ ଖାଦ୍ୟ ଯେପରି ରାଜମା, ଅଏଷ୍ଟର, ମାଂସ ଓ କଖାରୁ ମଞ୍ଜି ଖାଇବା ଉଚିତ।

Author: Saroj Kumar Jena | Credit: Twitter

ଓମେଗା୩ କୁ ନିଜ ଡାଏଟରେ ସାମିଲ କରିବା ଦ୍ବାରା ବ୍ରଣ ସଂକ୍ରମଣ କମ ହୋଇଥାଏ। ସାଲମନ, ଟ୍ରାଉଟ ପରି ମାଛ ସପ୍ତାହକୁ ଦୁଇ ଥର ଖାଇବା ଉଚିତ। ଚିଲା ଓ ରାଶି ଖାଇବା ସହିତ ରିଫାଇନ ତେଲରୁ ଦୂରେଇ ରହିବା ଉଚିତ।

Author: Saroj Kumar Jena | Credit: Twitter

ଆଲୋଭେରାର ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଏହାକୁ ବ୍ରଣ ପାଇଁ ଅନ୍ୟତମ ଶ୍ରେଷ୍ଠ ମେଡିସିନ ପ୍ରମାଣିତ କରିଥାଏ। ଆଲୋଭେରା ଜୁସ ନିୟମିତ ସେବନ କରିବା ଦ୍ବାରା ଶରୀର ଡିଟକ୍ସ ହୋଇଥାଏ ଓ ବ୍ରଣମୁକ୍ତ ତ୍ବଚା ମିଳିଥାଏ।

Author: Saroj Kumar Jena | Credit: google

କ୍ଷୀରରେ ଏମିତି ହରମୋନ ରହିଥାଏ ଯାହା ବ୍ରଣ ବୃଦ୍ଧି କରିଥାଏ। ତେଣୁ ଗାଇର କ୍ଷୀରକୁ ଯଥା ସମ୍ଭବ ଆଭଏଡ କରିବା ଉଚିତ।

Author: Saroj Kumar Jena | Credit: OTV

ଶରୀରରେ ଆୟୋଡିନ ଅଧିକ ହେବା ବ୍ରଣ ବଢିବାର ଅନ୍ୟତମ କାରଣ। ଆୟୋଡାଇଜଡ ଲୁଣ, ସୁଶି ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟରୁ ଦୂରେଇ ରହିବା ଉଚିତ। ତେବେ ଆୟୋଡିନର ସନ୍ତୁଳନ ଶରୀରେ ବନି ରହିବା ନିତାନ୍ତ ଆବଶ୍ୟକ

Author: Saroj Kumar Jena | Credit: google

ଶର୍କରା ଜାତୀୟ ଖାଦ୍ୟ ଶରୀରରେ ରକ୍ତ ଶର୍କରା ବୃଦ୍ଧି କରିଥାଏ। ଏହା ହରମୋନ ଅସନ୍ତୁଳନର କାରଣ ହେବା ସହିତ ବ୍ରଣ ବୃଦ୍ଧିର କାରଣ ପାଲଟିଥାଏ। ଚିନି, ରିଫାଇନଡ ଗ୍ରେନ, ସୋଡା, ସସକୁ ଯଥା ସମ୍ଭବ ଆଭଏଡ କରିବା ଆବଶ୍ୟକ ।