yogasanas for hair growth and reduce hair fall

ବୟସ ବଢିବା ସହିତ ଚୁଟିର ରଙ୍ଗ ମଧ୍ୟ କମିବା ଆରମ୍ଭ କରେ। ଏହାର କାରଣ ହେଉଛି ଖରାପ ଜୀବନଶୈଳୀ ଏବଂ ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ।

ଏହି କାରଣରୁ ଅନେକ ଚିନ୍ତାରେ ପଡିଯାଉଛନ୍ତି। ଏଥିରୁ ମୁକୁଳିବାକୁ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି। ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି।

ଏଥିରୁ ରକ୍ଷା ପାଇବା ପାଇଁ ସର୍ବପ୍ରଥମେ, ନିଜର ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଉନ୍ନତି ଆଣିବା ଜରୁରୀ। ଏହା ସହିତ କିଛି ଯୋଗାସନ ଅଭ୍ୟାସ କରିବା ମଧ୍ୟ ଉଚିତ।

ଶୀର୍ଷାସନ କଲେ ମୁଣ୍ଡକୁ ରକ୍ତ ପ୍ରବାହ ବଢେ, ଯାହା ଚୁଟି ବଢିବାରେ ସାହାଯ୍ୟ କରେ। ଯେଉଁମାନେ ଏହି ସମସ୍ୟା ଭୋଗୁଛନ୍ତି ସେମାନେ ଦକ୍ଷ ଯୋଗପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ଶିର୍ଷାସନ ଅଭ୍ୟାସ କରିବା ଉଚିତ।

ବାଳାସନ ଅଭ୍ୟାସ କରିବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଏବଂ ଚାପରୁ ମୁକ୍ତି ମିଳିଥାଏ। ପେଟଜନିତ ସମସ୍ୟା ଏବଂ ଚାପ ଯୋଗୁଁ ଚୁଟି ଝଡିଥାଏ। ତେଣୁ ବାଳାସନ ଚୁଟିକୁ ବଢେଇବା ସହିତ ମୋଟା କରିଥାଏ।

ଯଦି ଚୁଟି ଅକାଳରେ ପାଚିଯାଏ, ଶୁଷ୍କତା ଦେଖାଯାଏ ଏବଂ ଅତ୍ୟଧିକ ଉପୁଡୁଥାଏ ତେବେ ତ୍ରିକୋଣାସନ ଅଭ୍ୟାସ କରନ୍ତୁ।

ଉତ୍ତାନାସନ ଅଭ୍ୟାସ ମଧ୍ୟ କେଶ ସମସ୍ୟାକୁ ହ୍ରାସ କରିପାରେ। ଏହାକୁ ପ୍ରତିଦିନ ଅଭ୍ୟାସ କରନ୍ତୁ।