Some causes of weak eyesight

ଛୋଟ ପିଲାମାନେ ମଧ୍ୟ ଚଷମା ବ୍ୟବହାର କରୁଛନ୍ତି। ଦୁର୍ବଳ ଆଖି ଆମ ଜୀବନର ସବୁ ସୁଖ ସାରିଦିଏ। ସ୍ପଷ୍ଟ ଭାବରେ ଦେଖିବାରେ ଅସୁବିଧା ଅନେକ ସମସ୍ୟା ସୃଷ୍ଟି କରେ।

ତେବେ ଏହି ସମସ୍ୟା ଆମର କିଛି ଭୁଲ ଅଭ୍ୟାସ ହେତୁ ହୋଇପାରେ। ଏହି କାରଣରୁ କମ ବୟସରେ ଚଷମା ବ୍ୟବହାର କରିବାକୁ ପଡେ।

ଯଦି ଆପଣ ମଧ୍ୟ କମ ବୟସରେ ଦୃଷ୍ଟି ଶକ୍ତି ସମସ୍ୟା ଭୋଗୁଛନ୍ତି, ତେବେ ଏହିସବୁ ଅଭ୍ୟାସକୁ ଆଜିଠାରୁ ପରିବର୍ତ୍ତନ କରିବା ଉଚିତ।

କମ୍ପ୍ୟୁଟରରେ ଦୀର୍ଘ ସମୟ କାମ କରିବା କିମ୍ବା ସ୍ମାର୍ଟଫୋନ୍ ମାଧ୍ୟମରେ ସ୍କ୍ରୋଲ୍ କରିବା ଯୋଗୁଁ ଆଖିର ପାଣି ମରିଯାଏ, ଯାହା ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ। ଏନେଇ ଆପଣଙ୍କୁ ସ୍କ୍ରିନ୍‌ ଟାଇମ୍ କମେଇବାକୁ ପଡିବ।

ଆପଣ ଯଦି ପର୍ଯ୍ୟାପ୍ତ ପରିମାଣର ପାଣି ପିଉ ନାହାଁନ୍ତି, ତେବେ ଆପଣଙ୍କ ଆଖିର ଜଳୀୟ ଅଂଶ କମିଯିବାର ସମ୍ଭାବନା ଅଧିକ। ତେଣୁ ପ୍ରତିଦିନ ପ୍ରଚୁର ପାଣି ପିଇବା ଜରୁରୀ।

ଖରାପ ଖାଦ୍ୟ ଆଖି ପାଇଁ କ୍ଷତିକାରକ। ଦୃଷ୍ଟି ଶକ୍ତି ପାଇଁ ସୁସ୍ଥ ଖାଦ୍ୟରେ ପତ୍ରଯୁକ୍ତ ପନିପରିବା, ଅଣ୍ଡା, ବାଦାମ ଏବଂ ସାମୁଦ୍ରିକ ଖାଦ୍ୟ ରହିବା ଉଚିତ।

ପ୍ରତିଦିନ ଛଅରୁ ଆଠ ଘଣ୍ଟା ଶୋଇବା ଜରୁରୀ। ନିଦ କମ ହେଲେ ଆଖିରେ ଥକ୍କାପଣ ସହିତ ଷ୍ଟ୍ରେନ୍ ଦେଖାଯିବା ଆରମ୍ଭ ହୁଏ।