how to spot liars
OTV Logo

ଆପଣ ଏମିତି ଅନେକ ଲୋକଙ୍କ ସଂପର୍କରେ ଆସନ୍ତି, ଯେଉଁମାନେ ମିଛ କହିବାକୁ ଭଲ ପାଆନ୍ତି। ଆହୁରି ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ମିଛ କହିବା ଠାରୁ ଦୂରେଇ ରୁହନ୍ତି। ତେବେ ମିଛ କହୁଥିବା ଲୋକଙ୍କୁ ଆପଣ କେମିତି ଚିହ୍ନିବେ। ଜାଣନ୍ତୁ କିଛି ଟିପ୍ସ…।

Author: Sonali Kabi | Credit: Canva

how to spot liars
OTV Logo

କାନ ନାଲି ପଡ଼ିଯିବା: ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ଲୋକେ ମିଛ କୁହନ୍ତି ସେମାନଙ୍କ ଶରୀର ସ୍ୱାଭାବିକ ଅପେକ୍ଷା ଭିନ୍ନ ପ୍ରତିକ୍ରିୟା ଦେଖାଇଥାଏ। ଏହି କ୍ରମରେ ମିଛ କହୁଥିବା ଲୋକର କାନ ନାଲି ପଡ଼ିଯାଏ।

Author: Sonali Kabi | Credit: Canva

how to spot liars
OTV Logo

ଆଖିର ପଲକ ଶୀଘ୍ର ପଡ଼ିବା: ମିଛ କହିବା ବେଳେ ସେହି ଲୋକର ଆଖି ପଲକ ଶୀଘ୍ର ପଡେ ଏବଂ ଅନେକ ଲୋକଙ୍କ ଆଖିର ରଙ୍ଗ ମଧ୍ୟ ବଦଳିଯାଏ।

Author: Sonali Kabi | Credit: Canva

how to spot liars

ନାକ କୁଣ୍ଡେଇବା: ମିଛ କହିବା ବେଳେ ଅନେକ ଲୋକଙ୍କ ନାକ କୁଣ୍ଡେଇ ହେବା ଆରମ୍ଭ ହୁଏ। ଏହି ସମସ୍ତ ପ୍ରକ୍ରିୟା ମିଛ କହିବା ସମୟରେ ଶରୀରର ପ୍ରତିକ୍ରିୟା ସହିତ ଜଡିତ।

Author: Sonali Kabi | Credit: Canva

how to spot liars

କଥା କହିବାର ତରିକା ବଦଳିଯିବା: ସେହିପରି ମିଛ କହିବା ସମୟରେ କଥା କହିବାର ତରିକା ମଧ୍ୟ ବଦଳିଯାଏ। ଲୋକଟି ସାଧାରଣ ଭାବେ ଯେମିତି କଥାବାର୍ତ୍ତା କରେ ମିଛ କହିବା ବେଳେ ସେଥିରେ ବ୍ୟତିକ୍ରମ ଘଟେ। ଫଳରେ ମିଛ ଧରାପଡ଼ିଯାଏ।

Author: Sonali Kabi | Credit: Canva

how to spot liars

ଆଖି ମିଶାଇନପାରିବା: ଯେତେବେଳେ ବି ଜଣେ ମିଛ କୁହେ ସେ ସାମ୍ନା ଲୋକ ସହ ଆଖି ମିଳେଇ ପାରେନି। ସାମ୍ନା ଲୋକକୁ ନଚାହିଁ ସେ ବାରମ୍ବାର ୟାଡ଼େସାଡ଼େ ଚାହେଁ।

Author: Sonali Kabi | Credit: Canva

how to spot liars

ଆତ୍ମବିଶ୍ୱାସ ହରାଏ: ସାମ୍ନା ଲୋକଟି ଯେତେବେଳେ ମିଛ କହିବା ଆରମ୍ଭ କରେ ସେ ଆତ୍ମବିଶ୍ୱାସ ହରାଇବା ପରି ଜଣାପଡ଼େ। କିଛି ଉତ୍ତର ଦେବାରେ ବିଳମ୍ବ କରେ। ଏହା ଦ୍ୱାରା ତା’ର ମିଛ ଧରାପଡ଼ିଯାଏ।

Author: Sonali Kabi | Credit: Canva

how to spot liars

ଭୟଭୀତ ଜଣାପଡ଼େ: ମିଛ କହୁଥିବା ଲୋକଟି ଭୟଭୀତ ଜଣାପଡ଼େ, ଯାହା ସାମ୍ନା ଲୋକଟି ସହଜରେ ଜାଣିପାରେ। ଯାହା ପଚାରିଲେ ଡରି ଡରି ଉତ୍ତର ଦିଏ।

Author: Sonali Kabi | Credit: Canva

how to spot liars

କଥାରେ ତାଳମେଳ ରୁହେନି: ମିଛ କହୁଥିବା ଲୋକଟି କଥାରେ ତାଳମେଳ ରୁହେନି। ତାକୁ କିଛି ବୁଲେଇବାଲେଇ ପଚାରିଲେ ସେ ଥତମତ ହୋଇ ମୂଳରୁ କହିଥିବା କଥାଟିକୁ ଖଣ୍ଡନ କରିଦିଏ।