କେଶ ଉଭୟ ପୁରୁଷ ଓ ନାରୀଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଥାଏ। କିନ୍ତୁ ବଦଳୁଥିବା ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା, ଠିକ୍ ଭାବେ ନିଦ ନ ହେବା ହେତୁ ଯୁବାବସ୍ଥାରେ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା ହୋଇଛି।
Author: Sujit kumar Swain | Credit: OTV
ତେବେ ଏହାର ଭଲ ଘରୋଇ ଉପଚାର ରହିଛି। ଆସନ୍ତୁ ଜାଣିବା ସେ ବିଷୟରେ।
Author: Sujit kumar Swain | Credit: OTV
କେଶରେ ଆମେ ସାଧାଣରତଃ ବିଭିନ୍ନ ପ୍ରକାରର ତେଲ ଲଗାଇଥାନ୍ତି। ହେଲେ ନଡ଼ିଆ ତେଲକୁ ଉଷୁମ କରି ସେଥିରେ ଲେମ୍ବୁ ମିଶାଇ ଚୁଟିରେ ଲଗାନ୍ତୁ। ସପ୍ତାହରେ ୪ ଥର ଏପରି କରନ୍ତୁ। ପରେ ଚୁଟିକୁ ସାମ୍ପୁରେ ଧୋଇ ଦିଅନ୍ତୁ। ଦେଖିବେ କିଛି ଦିନ ଭିତରେ ଚୁଟି ଝଡ଼ିବା କମ୍ ହୋଇଯିବ।
Author: Sujit kumar Swain | Credit: OTV
ମେହେନ୍ଦି ଲଗାଇଲେ ମଧ୍ୟ ଚୁଟି ଝଡ଼ିବା କମ୍ ହୋଇଥାଏ। ମେହେନ୍ଦିରେ ସୋରିଷ ତେଲ ମିଶାଇ ଚୁଟିରେ ଲଗାନ୍ତୁ। ଏହି ମିଶ୍ରଣ ଚୁଟିରେ ଲଗାଇ ଶୁଖିଲା ପର୍ଯ୍ୟନ୍ତ ରଖନ୍ତୁ। ପରେ ଚୁଟିକୁ ସାମ୍ପୁରେ ଧୋଇ ଦିଅନ୍ତୁ।
Author: Sujit kumar Swain | Credit: OTV
ଦହିରେ ବେସନ ଓ ଲେମ୍ବୁ ରସକୁ ମିଶାଇ ଚୁଟିରେ ଲଗାନ୍ତୁ। ଏହି ମିଶ୍ରଣକୁ ଚୁଟିରେ ଲଗାଇ ୩ରୁ ୪ ଘଣ୍ଟା ଶୁଖିବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ପରେ ଚୁଟିରେ ସାମ୍ପୁ ଲଗାଇ ଧୋଇ ଦିଅନ୍ତୁ। ଏପରି କଲେ ଦେଖିବେ କିଛି ଦିନ ଭିତରେ ଚୁଟି ଝଡ଼ିବା କମ୍ ହୋଇଯିବ।