Memory Power: ସ୍ମୃତି ଶକ୍ତି ଦୁର୍ବଳ କରିଦିଏ ଏହି ୧୦ ଅଭ୍ୟାସ

Author: Namita Biswal | Credit: Canva

କ'ଣ ଆପଣ ଏଠି ସେଠି ଜିନିଷ ରଖି ଭୁଲି ଯାଉଛନ୍ତି ? ଘଣ୍ଟା ଘଣ୍ଟା ଧରି ପଢିଲେ ବି ମନେ ରହୁନି ? ଯଦି ହଁ ! ଏହା ଆପଣଙ୍କ ଦୁର୍ବଳ ସ୍ମୃତି ଶକ୍ତିର ଏକ ସଙ୍କେତ । ଆଜିର ଖରାପ ଜୀବନଶୈଳୀ ଓ ଖାଦ୍ୟାଭ୍ୟାସ କାରଣରୁ ସ୍ମରଣ ଶକ୍ତି କମିବା ଓ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି । ଆଜି ଜାଣନ୍ତୁ ଏପରି ୧୦ଟି ଖରାପ ଅଭ୍ୟାସ, ଯାହା ସ୍ମୃତି ଶକ୍ତି ଦୁର୍ବଳ କରିଦିଏ ।

Author: Namita Biswal | Credit: Canva

ଅନିଦ୍ରା: ନିଦ୍ରା ଅଭାବ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରେ । ଜଣେ ବ୍ୟକ୍ତି ଦିନକୁ ଅତି କମରେ ୭ରୁ ୮ ଘଣ୍ଟା ଶୋଇବା ଉଚିତ୍ । କମ୍ ଶୋଇଲେ ସ୍ମୃତି ଶକ୍ତି ଦୁର୍ବଳ ହେବା ସହ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ।

Author: Namita Biswal | Credit: Canva

ପୋଷଣ ଅଭାବ: ଶରୀରକୁ ସଠିକ୍ ପୋଷଣ ନ ମିଳିଲେ ବ୍ରେନ ଉପରେ କୁପ୍ରଭାବ ପଡେ । ଏଥିପାଇଁ ଓମେଗା-୩ ଫ୍ୟାଟି ଏସିଡ୍, ଭିଟାମିନ ବି, ଭିଟାମିନ ଡି ଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ଖାଇବା ଉଚିତ୍ । ଏହା ଆମର ମସ୍ତିଷ୍କକୁ ସୁସ୍ଥ ରଖେ ଓ ସ୍ମରଣ ଶକ୍ତି ବୃଦ୍ଧି କରେ ।

Author: Namita Biswal | Credit: Canva

ଅତ୍ୟଧିକ ଚାପ: ଅତ୍ୟଧିକ ମାନସିକ ଚାପ ଆମ ସ୍ମୃତି ଶକ୍ତି ଦୁର୍ବଳ ହେବାର ଏକ ବଡ କାରଣ । ଦୀର୍ଘ ଦିନ ଧରି ଚାପରେ ରହିଲେ ଏହା ମସ୍ତିଷ୍କ କୋଶିକାଗୁଡିକ କ୍ଷତି ପହଞ୍ଚାଏ । ଏହାଦ୍ବାରା ଆପଣ ମାନସିକ ସ୍ବାସ୍ଥ୍ୟ ସମସ୍ୟାର ଶିକାର ହୋଇପାରନ୍ତି ।

Author: Namita Biswal | Credit: Canva

ବ୍ୟାୟାମ/ଯୋଗ ନକରିବା: ଶାରିରୀକ ଓ ମାନସିକ ସୁସ୍ଥତା ପାଇଁ ପ୍ରତିଦିନ ଯୋଗ, ବ୍ୟାୟାମ କରିବା ଜରୁରୀ । ନିୟମିତ ବ୍ୟାୟାମ କରିବା ଦ୍ବାରା ମସ୍ତିଷ୍କରେ ରକ୍ତ ସଞ୍ଚାଳନ ଉନ୍ନତ ହୁଏ । ଏହା ସ୍ମୃତି ଶକ୍ତି ବୃଦ୍ଧି କରେ । ମାନସିକ ସ୍ବାସ୍ଥ୍ୟ ଠିକ୍ ରଖେ ।

Author: Namita Biswal | Credit: Canva

ଅଧିକ ସମୟ ବସିବା: ଲମ୍ବା ସମୟ ଯାଏ ବସି ରହିବା ଅଭ୍ୟାସ ଉଭୟ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟ ଲାଗି ହାନିକାରକ । ଏହା ସ୍ମୃତି ଶକ୍ତି ଦୁର୍ବଳ କରିଥାଏ ଓ ମାନସିକ ସମସ୍ୟା ହୋଇପାରେ । ତେଣୁ ଅଫିସରେ କାମ କରୁଥିଲେ ପ୍ରତି ୩୦-୪୦ ମିନିଟରେ ଛିଡା ହୋଇ ଚଲାବୁଲା କରନ୍ତୁ ।

Author: Namita Biswal | Credit: Canva

ମଲ୍ଟିଟାସ୍କିଙ୍ଗ: ଏକ ସମୟରେ ବିଭିନ୍ନ ପ୍ରକାର କାର୍ଯ୍ୟ କରିବା ଦ୍ବାରା ବ୍ରେନ ଉପରେ ଅଧିକ ଚାପ ପଡେ । ଏହା ଧୀରେ ଧୀରେ ସ୍ମୃତି ଶକ୍ତି ଦୁର୍ବଳ କରିଦିଏ । ଏକାଗ୍ରତା କମିଯାଏ ।

Author: Namita Biswal | Credit: Canva

ଅଧିକ ସ୍କ୍ରିନ ଟାଇମ୍: ଅଧିକ ସମୟ ମୋବାଇଲ ଦେଖିବା, କମ୍ପ୍ୟୁଟର, ଟିଭି ଆଗରେ ଅଧିକ ସମୟ ବସି ରହିବା ଆମର ସ୍ମୃତି ଶକ୍ତିକୁ ପ୍ରଭାବିତ କରିଥାଏ ।

Author: Namita Biswal | Credit: Canva

ମଦ ଓ ଧୂମପାନ: ମଦ ପିଇବା ଓ ଧୂମପାନ ଦ୍ବାରା ମସ୍ତିଷ୍କ କୋଶିକାଗୁଡିକୁ କ୍ଷତି ପହଞ୍ଚେ । ଫଳରେ ଧୀରେ ଧୀରେ ସ୍ମତି ଶକ୍ତି ଦୁର୍ବଳ ହେବାକୁ ଲାଗେ । ଏଣୁ ମଦ ଓ ଧୂମପାନ ଅଭ୍ୟାସ ଛାଡିବା ଉଚିତ୍ ।

Author: Namita Biswal | Credit: Canva

ସୋସିଆଲ ମିଡିଆ: ଅଧିକ ସମୟ ସୋସିଆଲ ମିଡିଆ ବ୍ୟବହାର କରିବା ଆମର ଫୋକସ୍ କମ୍ କରିଥାଏ । ଏହା ସ୍ମୃତି ଶକ୍ତି ଉପରେ ଖରାପ ପ୍ରଭାବ ପକାଏ । ଏଥିପାଇଁ ସୋସିଆଲ ମିଡିଆ ବ୍ୟବହାର ସୀମିତ କରନ୍ତୁ । ଏହା ବଦଳରେ ବହି ପଢନ୍ତୁ ନଚେତ୍ ନାଚ, ଗୀତ, ପେଣ୍ଟିଂ ଇତ୍ୟାଦି ଗତିବିଧିରେ ସମୟ ବିତାନ୍ତୁ ।

Author: Namita Biswal | Credit: Canva

ସ୍ବାସ୍ଥ୍ୟ ସମସ୍ୟାକୁ ଅବହେଳା: ବ୍ଲଡପ୍ରେସର, ଡାଇବେଟିସ୍, ଡିପ୍ରେସନ ଭଳି ସମସ୍ୟା ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ । ଏସବୁ ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ, ଆବଶ୍ୟକ ଚିକିତ୍ସା କରନ୍ତୁ । ଏହାଦ୍ୱାରା ମସ୍ତିଷ୍କ ଠିକ୍ ଭାବେ କାର୍ଯ୍ୟ କରିପାରେ । ସ୍ମୃତି ଶକ୍ତି ଭଲ ରହେ ।