ରାଜ୍ୟରେ ଆଗାମୀ ୩ ଦିନ ଯାଏଁ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ପ୍ରବଳ ଵର୍ଷାକୁ ନେଇ ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଏହି ୪ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ।
ରାଜ୍ୟରେ ଆଗାମୀ ୩ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ମୟୁରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପୁଣି ଆଉ ଏକ ଘୂର୍ଣ୍ଣବଳୟ...ଏଥର ବର୍ଷା ଧୋଇଯିବ କି ପାର୍ବଣ ?
ଭିଜୁଛି ସାରା ରାଜ୍ୟ । ରାଜ୍ୟ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରାୟ ଜିଲ୍ଲାରେ ବର୍ଷା ହେଉଛି । ଏଥିପାଇଁ ୟେଲୋ ଆଲର୍ଟ ବି ଜାରି କରିଛି ପାଣିପାଗ କେନ୍ଦ୍ର। ଆଜି ଉପକୂଳ ଓ ପଶ୍ଚିମରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଅକ୍ଟୋବର ଆସିଲେ ଓଡିଶାକୁ ଘାରେ ବାତ୍ୟା ଭୟ। ଆଉ ଏହି ଭୟ ଭିତରେ ବିଶ୍ବ ପାଣିପାଗ ସଂସ୍ଥା ପକ୍ଷରୁ ଜାରି ରିପୋର୍ଟକୁ ନେଇ ବଢିଛି ଚିନ୍ତା । ରିପୋର୍ଟ ଅନୁସାରେ ସାମୁଦ୍ରିକ ଜଳବାୟୁ ପ୍ରକ୍ରିୟା ଲା ନିନା ସକ୍ରିୟ ହୋଇଥିବା କୁହାଯାଉଛି । ଲା ନିନା ସମ୍ଭାବ୍ୟ ବାତ୍ୟାକୁ ଅଧିକ ବଳ ଯୋଗାଉଥିବାରୁ ଭାରତର ପୂର୍ବ ଉପକୂଳ ପ୍ରତି ଦେଖାଦେଇପାରେ ବିପଦ ।
ଆଜି ସାରା ରାଜ୍ୟରେ ବର୍ଷା ସମ୍ଭାବନା । ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସବୁ ଜିଲ୍ଲାରେ ବର୍ଷାହେବାନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାନେଇ ଆଲର୍ଟ ଜାରି କରାଯାଇଛି । ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ସହ ସମଗ୍ର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । କାଲି ଉପକୂଳ ଓ ପଶ୍ଚିମରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମୁଦ୍ର ମଧ୍ୟକୁ ମତ୍ସଜୀବୀଙ୍କ ପ୍ରବେଶକୁ ବାରଣ କରାଯାଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ନେଇ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ସେପଟେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସାପ୍ତାହିକ ପୂର୍ବାନୁମାନ ଅନୁସାରେ ଆସନ୍ତା ୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର କିମ୍ବା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି।
ଲା-ନିନା ସକ୍ରିୟ ହେବା ସହ ସମୁଦ୍ର ତାପମାତ୍ରା ୨୬ ଦଶମିକ ୫ ଡିଗ୍ରୀରୁ ଅଧିକ ରହିଲେ ଏହା ବାତ୍ୟା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ। ଏପରିକି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଉପରେ ମଧ୍ୟ ଏହା ପ୍ରଭାବ ପଡ଼ିଥାଏ । ଚଳିତ ବର୍ଷ ସ୍ଥିତି ଅନୁକୂଳ ଥିବାରୁ ସେପଟେମ୍ବର ଶେଷ କିମ୍ବା ଅକ୍ଟୋବରରେ ବାତ୍ୟା ସୃଷ୍ଟି ସମ୍ଭାବନାକୁ ଦୃଢ଼ୀଭୂତ କରିଛି। ଏହା କହିଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ ।
ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତିକରିବ । ପରବର୍ତ୍ତୀ ୪୮ ଘଣ୍ଟାରେ ସଂଲଗ୍ନ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଛତିଶଗଡ଼ ଆଡ଼କୁ ଗତି କରିବ ଲଘୁଚାପ କ୍ଷେତ୍ର । ପ୍ରଭାବରେ ଆସନ୍ତା ଦୁଇଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।
ଜଳବନ୍ଦୀ ହୋଇପଡ଼ିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ବିଭିନ୍ନ ଅଞ୍ଚଳ । ଗତକାଲି ରାତିରେ ଆଦିବାସୀ ସାହିରେ ପଶିଛି ବନ୍ୟାପାଣି।
ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ୮ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର।
ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ଜଳ ପ୍ରଳୟ। ଲଗାଣ ବର୍ଷା, ଆଉ ଜମୁନାର ଉଚ୍ଛୁଳା ପାଣି ପାଇଁ ମହାନଗରୀରେ ବନ୍ୟା ସ୍ଥିତି।
ରାଜଧାନୀ ଦିଲ୍ଲୀକୁ କଲବଲ କରିଛି ଯମୁନାର ବନ୍ୟା ପାଣି। ଆଜି ବି ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି।
ଫୁଲୁଛି ହୀରାକୁଦ, ବଢୁଛି ଜଳସ୍ତର। ଆଉ ଖୋଲୁଛି ଗେଟ୍। ପୁଣି ୪ଟି ଗେଟ୍ ଖୋଲିଲା ହୀରାକୁଦ ଡ୍ୟାମ୍।
ରାଜଧାନୀ ଦିଲ୍ଲୀ ଜଳମଗ୍ନ । ଗତକାଲି ମଧ୍ୟ ଏତେ ଜୋରଦାର ବର୍ଷା ହୋଇଥିଲା ଯେ ରାସ୍ତାଘାଟ ପାଣିରେ ବୁଡ଼ିଯାଇଥିଲା ଏବଂ ରାସ୍ତାରେ ଗାଡ଼ିଗୁଡ଼ିକର ଲମ୍ବା ଧାଡ଼ି ଲାଗିଯାଇଥିଲା। ଏହା ସହିତ ଉଛୁଳୁ ଥିବା ଯମୁନା ଯୋଗୁଁ ରାଜଧାନୀ ଦିଲ୍ଲୀର ଅନେକ ତଳି ଅଞ୍ଚଳରେ ପାଣି ଭର୍ତ୍ତି ହୋଇଛି।
ବଦଳୁଛି ପାଗର ମିଜାଜ୍। ଜଳବାୟୁରେ ବଡ଼ ପରିବର୍ତ୍ତନ। ବର୍ଷା ତ ଯେମିତି ପିଛା ଛାଡୁନି। ବାରମ୍ବାର ଆସୁଛି ଲଘୁଚାପ। ଗୋଟିଏ ନଯାଉଣୁ ଆଉ ଗୋଟିଏ ଦାନା ବାନ୍ଧୁଛି। ଚଳିତ ବର୍ଷ ମେ' ମାସରୁ ବର୍ତ୍ତମାନ ସୁଦ୍ଧା ବଙ୍ଗୋପସାଗରରେ ୧୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲାଣି।
ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଗାମୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଓଡିଶା ମଧ୍ୟ ଦେଇ ଗତିକରିବା ସମ୍ଭାବନା ରହିଛି l
ରାତି ତମାମ୍ ବାଲେଶ୍ଵରରେ ବର୍ଷା ଫଳରେ ସକାଳୁ ବନ୍ୟା ଭଳି ସୃଷ୍ଟି ହୋଇଛି ସହରରେ। ସହରର ବିଭିନ୍ନ ସ୍ଥାନରେ ପାଣି ଦେଖିବାକୁ ମିଳୁଛି।
ସୃଷ୍ଟି ହେଲା ଲଘୁଚାପ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି । ୨୪ ଘଣ୍ଟା ମଧ୍ୟରେ ହେବ ଆହୁରି ଘନୀଭୂତ । ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତିକରିବା ସମ୍ଭାବନା ରହିଛି l
ଭୁବନେଶ୍ବରରୁ ବାଲେଶ୍ବର...ମାଲକାନଗିରିରୁ ସୁନ୍ଦରଗଡ଼, ଖାଲି ପାଣି ଆଉ ପାଣି
ଦେଶର ରାଜଧାନୀର କିଛି ଅଞ୍ଚଳରେ ସୋମବାର ଅପରାହ୍ନରେ ବର୍ଷା ହୋଇଥିଲା ଏବଂ ସହରରେ ହାଲୁକା ଓ ମଧ୍ୟମରୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୨୩.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ରାଜ୍ୟରେ ଆହୁରି ୪ ଦିନ ପ୍ରବଳ ବର୍ଷା
ପ୍ରବଳ ବର୍ଷା ନେଇ ସେପ୍ଟେମ୍ବର ୧ ଓ ୨ ତାରିଖରେ ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ଆହୁରି ଦୁଇ ଦିନ ବର୍ଷିବା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଜି ସାରା ରାଜ୍ୟକୁ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୫ ଜିଲ୍ଲା ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁରରେ ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ଅଚାନକ ବାଦଲ ଫଟା ବର୍ଷା ହେବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ଦୂରେଇ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।
ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ପାଣିପାଗ ବିଭାଗ । ସେହିପରି ପ୍ରବଳ ବର୍ଷା ନେଇ କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ନୟାଗଡ଼, ଗଂଜାମ ଓ ନବରଙ୍ଗପୁରକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।