କାଲି ଡିପ୍ରେସନ ପରେ ଜାଣିହେବ କେଉଁଠି ଅତିକ୍ରମ କରିବ ବାତ୍ୟା I ଶନିବାର ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ଓ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ I ୮ ଆକ୍ସନ ପଏଣ୍ଟ ଉପରେ ହାଇଲେବଲ ମିଟିଂରେ ଗୁରୁତ୍ୱ ।
Published: Satyendu Shekher Mishra
Last updated: 01 December 2021, 10:29 PM IST
ରାଜ୍ୟରେ ଆଗାମୀ ୩ ଦିନ ଯାଏଁ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ପ୍ରବଳ ଵର୍ଷାକୁ ନେଇ ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଏହି ୪ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ।