Advertisment

"ସୌମ୍ୟଙ୍କ ଦେହର ନିଆଁ ଲିଭାଇନଥିଲେ ବିଦ୍ୟା ଭାରତୀ"

ଘଟଣାରେ DFO କିମ୍ବା ରୋଷେୟାଙ୍କର କିଛି ସଂପୃକ୍ତି ନାହିଁ। ତେବେ ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରେ ଜଣାପଡ଼ିଛି। ସୌମ୍ୟଙ୍କ ଦେହରେ ଲାଗିଥିବା ନିଆଁକୁ ବିଦ୍ୟାଭାରତୀ ଲିଭାଇନଥିଲେ। ଏନେଇ ବିଦ୍ୟାଭାରତୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

author-image
Otv Khabar Bureau

ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲେ ବି ଲିଭାଇନଥିଲେ ପତ୍ନୀ ବିଦ୍ୟା। ଏଭଳି ଚାଞ୍ଚଲ୍ୟକର ସୂଚନା ଦେବାସହ ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା ପର୍ଦ୍ଦାଫାଶ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା। ପ୍ରେସମିଟ୍‌ରେ ସେ କହିଛନ୍ତି ଯେ ତଦନ୍ତରୁ ସୌମ୍ୟଙ୍କ ମୃତ୍ୟୁ ଏକ ଦୁର୍ଘଟଣା। ମୃତ୍ୟୁକାଳୀନ ଜମାନବନ୍ଦୀ ଓ ତଦନ୍ତରୁ ଏହା ଏକ ଦୁର୍ଘଟଣା ଜଣାପଡ଼ିଛି। ତଦନ୍ତର ନିର୍ଯ୍ୟାସ ଅନୁସାରେ ସୌମ୍ୟଙ୍କ କ୍ୱାର୍ଟର୍ସରେ ହିଁ ଘଟଣା ଘଟିଛି।

Advertisment
Crime Branch Paralakhemundi ACF Death
Advertisment
Advertisment