Advertisment

୧୪ଟି ରୁଟରେ ଗଡୁନି 'ମୋ ବସ୍' ,ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭରଙ୍କ ଆନ୍ଦୋଳନ

ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଆଜି ଭୁବନେଶ୍ୱରର ୧୪ଟି ରୁଟ୍‌ରେ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି। ଦରମା ବୃଦ୍ଧିକୁ ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବାରୁ ଭୁବନେଶ୍ୱରର ୧୪ଟି ରୁଟ୍‌ରେ ‘ମୋ ବସ୍’ ଚଳାଚଳ କରୁନି। ସମ୍ ହସ୍ପିଟାଲ ନିକଟ ଡିପୋରୁ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି।

author-image
Pallipuspa Samal
ଅଦ୍ୟତନ ହୋଇଛି

ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଆଜି ଭୁବନେଶ୍ୱରର ୧୪ଟି ରୁଟ୍‌ରେ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି। ଦରମା ବୃଦ୍ଧିକୁ ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବାରୁ ଭୁବନେଶ୍ୱରର ୧୪ଟି ରୁଟ୍‌ରେ ‘ମୋ ବସ୍’ ଚଳାଚଳ କରୁନି। ସମ୍ ହସ୍ପିଟାଲ ନିକଟ ଡିପୋରୁ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି। ମୋ ବସ୍’ ଡ୍ରାଇଭରଙ୍କ ଅଭିଯୋଗ ଯେ, ୩ ବର୍ଷ ହେଲା ମାସକୁ ସେମାନଙ୍କୁ ୧୨ ହଜାର ଟଙ୍କା ଲେଖାଏ ଦରମା ମିଳୁଛି। ଏଥିରୁ କଟିକି ୧୧,୫୦୦ ଟଙ୍କା ଆସୁଛି। ତେଣୁ ଏହାକୁ ୧୮ ହଜାର ଟଙ୍କା କରାଯାଉ। ସେମାନେ ଆଉ ଏକ ଅଭିଯୋଗ ଆଣିଛନ୍ତି, ‘ମୋ ବସ୍’ ଚଲାଇବା ପାଇଁ ମହାରାଷ୍ଟ୍ରର ଘରୋଇ କମ୍ପାନୀ ଟ୍ରାଭେଲ ଟାଇମ୍‌କୁ ପରିଚାଳନା ଦାୟିତ୍ୱ ଦିଆଯାଇଛି। ତେବେ ଏହି କମ୍ପାନୀ ଲକ୍‌ଡାଉନ୍‌ ସମୟରେ ଡ୍ରାଇଭରଙ୍କୁ ଦରମା ଦେଇ ନାହିଁ। 

Advertisment
Bus Strike Odisha Bhubaneswar Odisha
Advertisment
Advertisment