Khel Ratna Award Renamed
ଭାରତରେ ଦିଆଯାଇଥିବା ଖେଳ ରତ୍ନ ପୁରସ୍କାର ମେଜର ଧ୍ୟାନ ଚାନ୍ଦଙ୍କ ନାମରେ ନାମିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଘୋଷଣା କରିଛନ୍ତି । ଏହି ନୂଆ ଘୋଷଣା ପରେ ପୁରସ୍କାରକୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର କୁହାଯିବ। ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି, ‘‘ଦେଶକୁ ଗର୍ବିତ କରିଥିବା ସମୟ ମଧ୍ୟରେ ଅନେକ ଦେଶବାସୀଙ୍କ ଅନୁରୋଧ ମଧ୍ୟ ସାମ୍ନାକୁ ଆସିଛି ଯେ ଖେଳ ରତ୍ନ ପୁରସ୍କାରର ନାମ ମେଜର ଧ୍ୟାନ ଚାନ୍ଦଙ୍କୁ ଉତ୍ସର୍ଗ କରାଯିବା ଉଚିତ୍। ଲୋକଙ୍କ ଭାବନାକୁ ବିଚାରକୁ ନେଇ ବର୍ତ୍ତମାନ ଏହାକୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ଦିଆଯାଉଛି। ଜୟ ହିନ୍ଦ ।’’
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)