ବ୍ରହ୍ମପୁର ସହରରେ ଅବକାରୀ ମୋବାଇଲ୍ ସ୍ୱାଡ ପକ୍ଷରୁ ଚାଲିଥିଲା ଅପରେସନ୍ ପ୍ରହାର୍। ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ବ୍ରାଉନସୁଗାର ବେପାରୀଙ୍କୁ ବାନ୍ଧିଛି ଟିମ୍। ମୁଖ୍ୟ ବେପାରୀ ମାଆ ଓ ପୁଅକୁ ଗିରଫ କରିଛି ଅବକାରୀ ମୋବାଇଲ ସ୍ୱାଡ ।
ଗହଳିପୂର୍ଣ୍ଣ ଛକରେ ହୁତୁ ହୁତୁ ହୋଇ ଜଳିଗଲେ । ଇନଷ୍ଟା ରିଲ୍ରେ ସୁଇସାଇଡ୍ କରିବାର ଭିଡିଓ । ବରହମପୁର ମଣ୍ଟୁ ଛକରେ ଘଟିଛି ଅଭାବନୀୟ ଘଟଣା । ରାତି ପ୍ରାୟ ୯ଟା ବେଳେ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇଦେଇଥିଲେ। ଜନଗହଳିପୂର୍ଣ୍ଣ ଜାଗାରେ ଯୁବକ ଜଣଙ୍କ ହୁ ହୁ ହୋଇ ଜଳୁଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।
ମୁଁ ପଛେ ଶାଗ ପଖାଳ ଖାଇ ସ୍ୱାଭିମାନୀ ଓଡ଼ିଆ ହୋଇ ରହିବି, ହେଲେ ଅଣଓଡ଼ିଆଙ୍କ କ୍ରୀତଦାସ ହେବିନାହିଁ। ଏମିତି କହି ପାଣ୍ଡିଆନ୍ ଓ ନବୀନଙ୍କ ଉପରେ ବର୍ଷିଲେ ହରିଶଙ୍କର ରାଉତ। ହରି ସଙ୍କର ରାଉତ ହେଉଛନ୍ତି ଛାତ୍ର ବିଜେଡ଼ିର ପୂର୍ବତନ ସାଧାରଣ ସମ୍ପାଦକ। ସେ ଆଜି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ତାଙ୍କ ମନରେ ଥିବା ସବୁ କଥା କହି ଦେଇଛନ୍ତି।
ଜଗତସିଂହପୁର ଜିଲ୍ଲା ଶିଆଳି ଓ ରାମତରା ନିକଟରେ ପୁଣି କୂଳ ଲଙ୍ଘିଲା ସମୁଦ୍ର। ପ୍ରାୟ ୭୦୦ ମିଟର ପର୍ଯ୍ୟନ୍ତ ଜନବସତି ଆଡ଼କୁ ସମୁଦ୍ର ମାଡି ଆସିବା ସହିତ ରାମତରା, ଶିଆଳି ଓ କଳାବେଦି ଗାଁ ସମେତ ନିକଟସ୍ଥ ଚାଷ ଜମିରେ ଲୁଣି ପାଣି ମାଡ଼ି ଯାଇଛି।
ଷ୍ଟେଜରେ ଦେଉଥିଲେ ଭାଷଣ, ଫୁଟିଲା ଗୁଳି । ସମସ୍ତଙ୍କ ଆଖି ସାମ୍ନାରେ ଟଳିପଡିଲେ ଟ୍ରମ୍ପଙ୍କ ଖାସ୍ ବନ୍ଧୁ । ହେଲେ କିଏ ସେ ଦୁର୍ବୃତ୍ତ ? କାହିଁକି ଟ୍ରମ୍ପଙ୍କ ବନ୍ଧୁଙ୍କୁ ଗୁଳି ମାରିଲା ?ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ହତ୍ୟା କରାଯାଇଛି, ତା' ବି ସର୍ବସମ୍ମୁଖରେ । ଚାଲିଥିଲା କଲେଜ ଡିବେଟ୍ । ଷ୍ଟେଜ୍ ଉପରେ ବସି ଭାଷଣ ଦେଉଥାନ୍ତି ଚାର୍ଲି କିର୍କ । ହଠାତ୍ ଫୁଟିଲା ଗୁଳି । ଗୁଳି ସିଧା ଯାଇ ବାଜିଲା କିର୍କଙ୍କ ବେକରେ । କେହି କିଛି ବୁଝିବା ପୂର୍ବରୁ ସେଇଠି ଟଳିପଡିଲେ କିର୍କ । ଏହାର ଲାଇଭ୍ ଭିଡିଓ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ, ଯାହା ସମସ୍ତଙ୍କୁ ବିଚଳିତ କରିଦେବ ।
ଡର ହଟିବ, ଏବେ କ୍ୟାନସର ବି ଭଲ ହେବ । ଋଷିଆ ଆଣିଛି ଗେମଚେଞ୍ଜର ଟୀକା - ଏଣ୍ଟୋରୋମିକ୍ସ । ପ୍ରି-କ୍ଲିନିକାଲ୍ ଟ୍ରାଏଲ୍ ପାସ୍ କରିବା ପରେ ଏବେ ଏ ଟୀକାକୁ ନେଇ ବିଶ୍ୱରେ ବଡ଼ ଚର୍ଚ୍ଚା, ବହୁତ ଉତ୍ସାହ ।
ଲାଇନ୍ ବିଲ୍ ଫ୍ରି, ପାଣି ଫ୍ରି, ସବୁ ଫ୍ରି ଲୋକ କାହିଁ କି କ୍ୱାର୍ଟର୍ସ ଛାଡ଼ିବେ? ଲୋକେ ଏଠି ଚାଷବାସ କରୁଛନ୍ତି। ଲେବର ଠୁ ନେଇ କେତେ କିଏ ରହୁଛନ୍ତି।' - ବାଣୀବିହାର କ୍ୱାର୍ଟରରେ ରହୁଥିବା ଯୁବତୀ
ପୁଣି ଯୁବକଙ୍କ ଆତ୍ମାହୁତି ଉଦ୍ୟମ । ପୁରୁଣା ବ୍ରହ୍ମପୁର ମେଣ୍ଟୁ ଛକରେ ଆତ୍ମଦାହ ଉଦ୍ୟମ କରିଛନ୍ତି ଜଣେ ଯୁବକ । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କ ପରେ ବଡଚଣାର ପୂର୍ବତନ ବିଧାୟକ ଅମର ଶତପଥୀ ବିଶ୍ବାସର ସହ କହୁଛନ୍ତି ବିଜେଡି ଫାଳ ଫାଳ ହୋଇଯିବ। ନୂଆ ବିଜେଡିର ମୂଳଦୁଆ ପଡି ସାରିଲାଣି। ବିଜେଡି କର୍ମୀ ହିଁ ନୂଆ ବିଜେଡି ତିଆରି କରିବେ। ବର୍ତ୍ତମାନ ସ୍ଥିତି ଯାହା ବିଜେଡି ଉପରୁ ଆସ୍ଥା ଓ ବିଶ୍ବାସ ଉଠି ସାରିଲାଣି।
ଦିଲ୍ଲୀର ଯମୁନା ନଦୀରେ ଖେଳୁଛି ନାଗ !... ? ସୁଅ କାଟି ପହଁରୁଛି ସାପ । ନଦୀର ଜଳସ୍ତର ଧିରେଧିରେ କମୁଛି ମାତ୍ର ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା। ଦିଲ୍ଲୀରୁ ଆସିଲା ଚିତ୍ର...
ଇଟାଲିଆନ୍ ମହିଳାଙ୍କ ସନାତନ ପ୍ରେମ । କହିଲେ ସନାତନ ଧର୍ମ ମୋର ପସନ୍ଦ । ଭାରତୀୟ ସଂସ୍କୃତିକୁ ମୁଁ ଭଲପାଏ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା। ୟୁନିଭର୍ସିଟି ଡିବେଟ୍ କାର୍ଯ୍ୟକ୍ରମରେ ଗୁଳି କରି ହତ୍ୟା । କଞ୍ଜରଭେଟିଭ୍ ୟୁଥ୍ ଗ୍ରୁପ୍ 'ଟର୍ନିଂ ପଏଣ୍ଟ ୟୁଏସଏ' ସିଇଓ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଚାର୍ଲି ଆମେରିକା ରାଷ୍ଟ୍ରପତିଙ୍କ ଡୋନାଲ୍ଡ ଟ୍ରମ୍ପଙ୍କ ଅତି ଘନିଷ୍ଠ ଭାବେ ଜଣାଶୁଣା ।
ଭୁବନେଶ୍ୱରର ବାଣୀବିହାରରୁ ଆରମ୍ଭ ହେଲା କ୍ୱାର୍ଟର୍ସରୁ ଉଚ୍ଛେଦ । ବେଆଇନ୍ ସରକାରୀ କ୍ୱାର୍ଟର୍ସକୁ ଖାଲି କରାଯାଉଛି । ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ବ୍ୟାପକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।
ହାଇକୋର୍ଟର ଦ୍ୱାରସ୍ତ ହେଲେ ଐଶ୍ୱର୍ଯ୍ୟା ରାୟ । ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ କଲେ ଗୁହାରି । ହେଲେ କାହା ବିରୋଧରେ କୋର୍ଟ ଗଲେ ଐଶ୍ୱର୍ଯ୍ୟା, କେଉଁ କଥାକୁ ନେଇ ରାଗିଲେ ସେ ? ମଙ୍ଗଳବାର ବଚ୍ଚନ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଏର କରିଛନ୍ତି । ବ୍ୟକ୍ତିଗତ ଅଧିକାରର ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ଅଭିନେତ୍ରୀ ।
ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କାରୁ ବଂଚିତ ହୋଇଥିବା ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ହେବ ଡୋର ଟୁ ଡୋର ସର୍ଭେ। ୧୫ ଦିନ ଭିତରେ ଫିଲ୍ଡ ଭିଜିଟ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ। ଦୁଇ ଦିନ ଭିତରେ ଖୋଲିବ ଅଭିଯୋଗ ପୋର୍ଟାଲ। ବାଦ ପଡ଼ିଥିବା ହିତାଧିକାରୀ ମାନେ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ସାମିଲ ପାଇଁ ଆବେଦନ କରି ପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।
ନେପାଳରେ Gen Z ର ବିରୋଧ ଭୟଙ୍କର ହେଉଥିବା ବେଳେ ଜଣେ ଭାରତୀୟ ମହିଳା ସେଠାରେ ଫସି ରହିଛନ୍ତି ଆଉ ଉଦ୍ଧାର ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ ଭାରତ ସରକାରଙ୍କ ଠାରୁ ସାହାଯ୍ୟ ଲୋଡିଛନ୍ତି। ମହିଳା ଜଣଙ୍କ ସୋସିଆଲ୍ ମିଡିଆରେ ପ୍ଲାଟଫର୍ମରେ ଭିଡିଓ ପୋଷ୍ଟ୍ କରି ଏମିତି ଗୁହାରି କହିଛନ୍ତି, ଯାହା ଖୁବ ସ୍ପର୍ଶକାତର।
କାହିଁକି ଆତ୍ମହତ୍ୟା କରୁଛନ୍ତି ଯୁବଗୋଷ୍ଠୀ? ଆତ୍ମହତ୍ୟା ପୂର୍ବରୁ କେମିତି ରହେ ବଡିଲାଙ୍ଗୁଏଜ୍? ଶୁଣନ୍ତୁ କଣ କହୁଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶର୍ମିଷ୍ଠା ପ୍ରିୟଦର୍ଶିନୀ..
ଶ୍ରୀମନ୍ଦିର ଭିତରକୁ ଧସେଇ ପଶିବା ବେଳେ ଯୁବକ ଅଟକ । ଶ୍ରୀମନ୍ଦିର ସିଂହଦ୍ବାର ଖୋଲିବା ପୂର୍ବରୁ ଜଣେ ଯୁବକ ହଠାତ ସିଂହଦ୍ବାର ସମ୍ମୁଖରେ ପହଞ୍ଚି ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଉଦ୍ୟମ କରୁଥିଲେ ।
ନେପାଳରେ ଶାନ୍ତି ବଜାୟ ରଖିବାକୁ ନିଜ ନିୟନ୍ତ୍ରଣକୁ ନେଇଛି ସେନା । ଜାରି ହୋଇଛି କର୍ଫ୍ୟୁ । ସାରା ଦେଶରେ ଆଜି ଓ ଆସନ୍ତାକାଲି ପାଇଁ କର୍ଫ୍ୟୁ ଜାରି କରିଛି ନେପାଳୀ ସେନା।
ପୁଣି ଭାରତ ଆଗରେ ନଇଁଲେ ଟ୍ରମ୍ପ୍ ! ଟାରିଫ୍ ବିବାଦର ସମାଧାନ ପାଇଁ ଟ୍ରମ୍ପଙ୍କ ଭରପୁର ଉଦ୍ୟମ। ସୋସିଆଲ ମିଡିଆରେ ଟ୍ରମ୍ପ କହିଛନ୍ତି, ଭାରତ ସହିତ ବାଣିଜ୍ୟ ପ୍ରତିବନ୍ଧକ ଦୂର କରିବାକୁ ଆଲୋଚନା ଜାରି ରଖିଛୁ।
ପୁଣି ଜଗତସିଂହପୁର ଏରସମାରେ ଉଗ୍ରହେଲା ସମୁଦ୍ର । ରାମତରା ନିକଟରେ ଜନବସତି ଆଡ଼କୁ ୭୦୦ ମିଟର ମାଡ଼ିଆସିଲା ଜୁଆର । ଫଳରେ ବ୍ୟାପକ ଅଞ୍ଚଳରେ ମାଡ଼ିଯାଇଛି ଲୁଣିପାଣି । ଚାଷ ଜମିରେ ମଧ୍ୟ ସମୁଦ୍ର ପାଣି ପଶିଛି ।
ଯୁଆଡ଼େ ଦେଖିବେ ଜଳାପୋଡ଼ା ଆଉ ଭଙ୍ଗାରୁଜା । ସୋସିଆଲ୍ ମିଡିଆ ନିଆଁରେ ଜଳୁଛି ନେପାଳ । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଇସ୍ତଫା ପରେ ବି ଆୟତ୍ତକୁ ଆସୁନି ସ୍ଥିତି । ଚରମ ସୀମା ପାର୍ କରିଛି ଗୃହଯୁଦ୍ଧ।
ଦୁଇ ଦୁଇଟା ଛୁଆକୁ ହରାଇ ନିସ୍ତବ୍ଧ ହୋଇଯାଇଛି ମା’। ବାପା ପାଟିରୁ ବି ଶବ୍ଦଟିଏ ବାହାରୁନି। କାରଣ କାଲି ପରିବାର ପାଇଁ ଥିଲା କାଳ ରାତି। ଆଉ କାଳ ସାଜି ଆସିଥିଲା ବିଷଧର ସାପ। କେହି ଦେଖିନଥିଲେ କେହିବି ଜାଣି ନଥିଲେ। ଭୋରୁ ଭୋରୁ ୧୧ ବର୍ଷର ଝିଅ କହିଲା ମୁଁ ମରିଯିବି।
କାନ୍ଦିବା ପାଇଁ ଦେବାକୁ ପଡ଼ିବ ଟଙ୍କା। ୫୦୦ ଟଙ୍କିଆଟେ ଦିଅନ୍ତୁ ମନଇଚ୍ଛା କାନ୍ଦନ୍ତୁ। ସଜେଇ ହୋଇ କ୍ରାଇଙ୍ଗ୍ କ୍ଲବ ଯିବେ ଯୁବପିଢ଼ି ।
ମୁଣ୍ଡରେ ଗଜରା ଲଗାଇବାକୁ ଅଧିକାଂଶ ମହିଳା ଭଲପାଆନ୍ତି। ଆଉ ଏହା ସାଧାରଣ କଥା ମଧ୍ୟ। ମହିଳାମାନେ ବିଭିନ୍ନ କିସମର ଫୁଲକୁ ମାଲ କରି ମାଖନ୍ତି ମୁଣ୍ଡରେ। ଏହା ମହିଳାଙ୍କ ସୁନ୍ଦରତାକୁ ବଢ଼ାଇଥାଏ ବି। ହେଲେ ଏହି ଫୁଲ ଲଗାଇବା ଜଣେ ଅଭିନେତ୍ରୀଙ୍କୁ ଏବେ ମହଙ୍ଗା ପଡିଛି।