• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Wall
ଭଙ୍ଗା କାନ୍ଥ ତଳେ ୩ ଜଣ !

କୋରାପୁଟ ବସ୍ ଷ୍ଟାଣ୍ଡ ନିକଟରେ ଭୁଶୁଡ଼ିଲା ଦୋକାନ ଘର । ଛାତତଳେ ୩ ଜଣ ଚାପି ହୋଇ ରହିଥିବା ସନ୍ଦେହ । ଦୋକାନ ଘର ଭାଙ୍ଗିବା ପରେ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

  • Saturday, 13 September 2025
Suresh
Part-Plot Sale: କିଏ ମନା କଲା ପ୍ରମାଣ ଦିଅ ମୁଁ ଆଜି ତାକୁ ସସପେଣ୍ଡ କରିବି

ପାର୍ଟ ପ୍ଲଟ୍ ବିକ୍ରିକୁ ନେଇ କିଏ ମନା କଲା? ମୋତେ ତଥ୍ୟ ପ୍ରମାଣ ଦିଅ ତା ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବୁ..ସସପେଣ୍ଡ କରିବୁ।' - ସୁରେଶ ପୂଜାରୀ, ରାଜସ୍ୱ ମନ୍ତ୍ରୀ

  • Saturday, 13 September 2025
Disha
Gangsters Open Fire:ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟ୍‌ରେ ଦିଶା ପାଟନୀ, ଘରକୁ କଲେ ଆଖିବୁଜା ଗୁଳିମାଡ଼

ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟ୍‌ରେ ପୁଣି ବଲିଉଡ ଷ୍ଟାର୍‌। ସଲମାନ ଖାନ୍‌, କପିଲ ଶର୍ମାଙ୍କ ପରେ ଏବେ ଦିଶା ପାଟନୀଙ୍କ ଘର ଉପରକୁ ହୋଇଛି ଗୁଳିମାଡ଼। ବାଇକ୍‌ରେ ଆସିଲେ, ଠୋ ଠା ଗୁଳି ଫୁଟାଇ ଛୁ ମାରିଲେ। ଇଏ ହେଉଛି ଦିଶା ପାଟନୀଙ୍କ ଘର ଉପରକୁ ଆକ୍ରମଣର ବେଳର ଦୃଶ୍ୟ।

  • Saturday, 13 September 2025
Brain-Eating Amoeba
Brain-Eating Amoeba: କୋରୋନା ପରେ ଏବେ 'ବ୍ରେନ ଇଟିଙ୍ଗ୍‌' ଆତଙ୍କ, ମାଡୁଛି ବିରଳ ମସ୍ତିଷ୍କ-ଖିଆ ରୋଗ

ନାକ ପଟେ ପଶୁଛି, ଜୀବନ ନେଉଛି । ବ୍ରେନ ଇଟିଙ୍ଗ୍ ବା ମସ୍ତିଷ୍କ-ଖିଆ ସଂକ୍ରମଣକୁ ନେଇ ବଢ଼ିଲାଣି ଭୟ, ମାସକରେ ମଲେଣି ୬ ଜଣ । କେରଳରେ ଆତଙ୍କ ଖେଳାଇଛି ଏହି ବିରଳ ପ୍ରକାରର ମସ୍ତିଷ୍କ ସଂକ୍ରମଣ । ମସ୍ତିଷ୍କ ଖାଉଥିବା ଏମିବା ସଂକ୍ରମଣରେ ଜଣକ ପରେ ଜଣକର ମୃତ୍ୟୁ ହେଉଛି । ଜାଣନ୍ତୁ ହେଲେ କ'ଣ ଏହି ମସ୍ତିଷ୍କ ଖିଆ ସଂକ୍ରମଣ ? ଏହା କେମିତି ବ୍ୟାପୁଛି ?

  • Saturday, 13 September 2025
OPL
ଖୁବଶୀଘ୍ର ଆରମ୍ଭ ହେବ ଓଡ଼ିଶା ପ୍ରିମିୟର ଲିଗ୍

ଆସନ୍ତା ୧୭ ତାରିଖରେ କଟକ ବାରବାଟୀ ଷ୍ଟାଡୟମରେ ଆରମ୍ଭ ହେବ ଓଡିଶା ପ୍ରିମିୟର ଲିଗ୍ କ୍ରିକେଟ। ଆଇପିଏଲ ଫର୍ମାଟରେ ଖେଳାଯିବ ଫଟାଫଟ କ୍ରିକେଟ । ଭୁବନେଶ୍ୱର ଏକ ତାରକା ହୋଟେଲରେ ହେଲା ଖେଳାଳି ନିଲାମୀ...

  • Saturday, 13 September 2025
Karishma-Sharma-Accident
ଟ୍ରେନରୁ ଡେଇଁଲେ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କରିସ୍ମା ଶର୍ମା ମୁମ୍ବାଇ ଲୋକାଲ ଟ୍ରେନରୁ ଡେଇଁବା କାରଣରୁ ଗୁରୁତର ଭାବେ ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। କରିସ୍ମା ଶର୍ମା ‘ରାଗିନୀ ଏମଏମଏସ ରିଟର୍ନ୍ସ’ ଏବଂ ‘ପ୍ୟାର କା ପଞ୍ଚନାମା’ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି। କରିସ୍ମା ନିଜ ସହିତ ଘଟିଥିବା ଘଟଣା ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

  • Saturday, 13 September 2025
Phulbani-Fevikwik-Horror
ସେବାଶ୍ରମ ହଷ୍ଟେଲରେ ଅଘଟଣ

ସେବାଶ୍ରମ ହଷ୍ଟେଲରେ ଅଘଟଣ। ଆଖିରେ feviquick ଅଠା ଲାଗି ୮ ଜଣ ଛାତ୍ର ଅସୁସ୍ଥ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ସଲାଗୁଡ଼ା ସେବାଶ୍ରମ ବିଦ୍ୟାଳୟରେ। ସେବାଶ୍ରମ ହଷ୍ଟେଲରେ ରାତିରେ ଶୋଇଥିବା ବେଳେ କିଛି ଛାତ୍ର, ଅନ୍ୟ ୮ ଜଣ ଛାତ୍ରଙ୍କ ଆଖିରେ Feviquick ଅଠା ପକାଇ ଦେଇଥିବା ଅଭିଯୋଗ ହୋଇଛି।

  • Saturday, 13 September 2025
Weather
Heavy Rainfall Alert: ସାରା ରାଜ୍ୟରେ ବର୍ଷିବ

ଆଜି ସାରା ରାଜ୍ୟରେ ବର୍ଷା ସମ୍ଭାବନା । ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସବୁ ଜିଲ୍ଲାରେ ବର୍ଷାହେବାନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାନେଇ ଆଲର୍ଟ ଜାରି କରାଯାଇଛି । ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ସହ ସମଗ୍ର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । କାଲି ଉପକୂଳ ଓ ପଶ୍ଚିମରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମୁଦ୍ର ମଧ୍ୟକୁ ମତ୍ସଜୀବୀଙ୍କ ପ୍ରବେଶକୁ ବାରଣ କରାଯାଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ନେଇ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ସେପଟେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସାପ୍ତାହିକ ପୂର୍ବାନୁମାନ ଅନୁସାରେ ଆସନ୍ତା ୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର କିମ୍ବା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି।

  • Saturday, 13 September 2025
Cyclone
ସେପଟେମ୍ବର ଶେଷ କିମ୍ବା ଅକ୍ଟୋବରରେ ବାତ୍ୟା ଆଶଙ୍କା

ଲା-ନିନା ସକ୍ରିୟ ହେବା ସହ ସମୁଦ୍ର ତାପମାତ୍ରା ୨୬ ଦଶମିକ ୫ ଡିଗ୍ରୀରୁ ଅଧିକ ରହିଲେ ଏହା ବାତ୍ୟା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ। ଏପରିକି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଉପରେ ମଧ୍ୟ ଏହା ପ୍ରଭାବ ପଡ଼ିଥାଏ । ଚଳିତ ବର୍ଷ ସ୍ଥିତି ଅନୁକୂଳ ଥିବାରୁ ସେପଟେମ୍ବର ଶେଷ କିମ୍ବା ଅକ୍ଟୋବରରେ ବାତ୍ୟା ସୃଷ୍ଟି ସମ୍ଭାବନାକୁ ଦୃଢ଼ୀଭୂତ କରିଛି। ଏହା କହିଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ ।

  • Friday, 12 September 2025
Archana
ED ବିରୋଧରେ ଅର୍ଚ୍ଚନା କେସ୍ କରିଛନ୍ତି

ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ । ୨୦୨୨ ଅର୍ଥ କାରବାର ମାମଲାରେ EDର ଛାନଭିନ୍ । ଶୁଣନ୍ତୁ ଏନେଇ କଣ କହୁଛନ୍ତି ଅର୍ଚ୍ଚନା ନାଗଙ୍କ ଓକିଲ...

  • Friday, 12 September 2025
Nag
ଅର୍ଚ୍ଚନା ନାଗଙ୍କ ଅଡୁଆ ବଢ଼ିଲା

ଅର୍ଚ୍ଚନା ନାଗ୍ ଙ୍କ ଘର ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସତ୍ୟବିହାର ସ୍ଥିତ G+2 ବିଲ୍ ଡିଂ ସହ ଆସବାବପତ୍ର ଆଟାଚ୍। ୨୦୨୨ ଅର୍ଥ କାରବାର ମାମଲାରେ ସମ୍ପୃକ୍ତି ନେଇ ମନି ଲଣ୍ଡରିଂ ଆକ୍ଟ ୨୦୦୨ରେ ଆକ୍ସନ। ପୂର୍ବରୁ ଘର ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲା ଇଡି।

  • Friday, 12 September 2025
Nag
ଅର୍ଚ୍ଚନା ନାଗଙ୍କ ଘରେ EDର ଛାନଭିନ୍

ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମର ଛାନଭିନ୍। ୨୦୨୨ ଅର୍ଥ କାରବାର ମାମଲାରେ ED ଚଳାଇଛି ତନାଘନା । ପୂର୍ବରୁ ଅର୍ଚ୍ଚନାଙ୍କୁ ଘର ଛାଡ଼ିବା ପାଇଁ ଇଡି ନିର୍ଦ୍ଦେଶ ଦେଇଥିଲା । ଅର୍ଚ୍ଚନା ନାଗ ଇଡି ନିର୍ଦ୍ଦେଶ ଅବମାନନା କରିଥିବା ସୂଚନା ମିଳିଛି ।

  • Friday, 12 September 2025
Reshuffle
ରାଜ୍ୟରେ IAS ସ୍ତରରେ ଅଦଳବଦଳ

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ଦାୟିତ୍ୱ । ଅଞ୍ଜନା ପଣ୍ଡା ଆୟୁଷ ନିର୍ଦ୍ଦେଶକ ଭାବେ ନିଯୁକ୍ତ । ପ୍ରେମଜିତ୍ ନାୟକ ST/SC ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ । ପି. ଅନ୍ୱେଷା ରେଡ୍ଡୀଙ୍କୁ IGR କଟକର ଅତିରିକ୍ତ ଦାୟିତ୍ୱ ।

  • Friday, 12 September 2025
Low Pressure
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତିକରିବ । ପରବର୍ତ୍ତୀ ୪୮ ଘଣ୍ଟାରେ ସଂଲଗ୍ନ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଛତିଶଗଡ଼ ଆଡ଼କୁ ଗତି କରିବ ଲଘୁଚାପ କ୍ଷେତ୍ର । ପ୍ରଭାବରେ ଆସନ୍ତା ଦୁଇଦିନ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।

  • Friday, 12 September 2025
Bribes
Bribes: ମାଗଣା ସ୍ୱାସ୍ଥ୍ୟସେବା, ଧର୍ମକୁ ଆଖି ଠାର, ସମସ୍ତେ ଖାଉଛନ୍ତି ଲାଞ୍ଚ

ରୋଗୀଙ୍କୁ ଆଶାଦିଦି ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ତାହା ପୁଣି ସେ ହିସାବ ଦେଇ ଟଙ୍କା ମାଗୁଛନ୍ତି। ଡାକ୍ତରଙ୍କ ସମେତ, ଆଉ କିଏ କେତେ ଟଙ୍କା ନେବେ, ତାହା ବି କହୁଛନ୍ତି।

  • Friday, 12 September 2025
Prafulla Mallik
ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ, ପ୍ରଫୁଲ୍ଲ ମଲ୍ଲିକ ସସପେଣ୍ଡ

ବିଜେଡିରୁ ପ୍ରଫୁଲ୍ଲ ମଲ୍ଲିକ ସସପେଣ୍ଡ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସସପେଣ୍ଡ କଲା ବିଜେଡି । ଗତକାଲି ବିଜେଡିକୁ ଚେତାବନୀ ଦେଇଥିଲେ ପ୍ରଫୁଲ୍ଲ ।

  • Friday, 12 September 2025
Suspicious Death
Suspicious Death: ମୋ ଭଉଣୀ ତମର କଣ କରିଥିଲା... ତାକୁ ମାରିଦେଲ

ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତକ ମହିଳା ଜଣକ ହେଲେ ରଞ୍ଜିତା ତ୍ରିପାଠୀ। ଗୁଣୁପୁର ଡମ୍ବସରା ପଞ୍ଚାୟତର ନାୟବ ସରପଞ୍ଚ ଥିଲେ ରଞ୍ଜିତା। ଗୁଣୁପୁର ଡମ୍ବସରାର ଆପନାଗୁଡା ଗ୍ରାମରେ ଘଟିଛି ଘଟଣା। ଶାଶୁଘର ଲୋକ ନିର୍ଯ୍ୟାତନା ଦେଇ ମାରିଥିବାର ଅଭିଯୋଗ ଆଣିଲେ ମୃତ ରଞ୍ଜିତାଙ୍କ ଭାଇ।

  • Friday, 12 September 2025
Balasore
Balasore: ହଷ୍ଟେଲ ଭିତରେ ଜୀବନ ହାରିଲେ ଛାତ୍ର, କାରଣ ଅସ୍ପଷ୍ଟ

ହସ୍ପିଟାଲ ହଷ୍ଟେଲ ଭିତରେ ଜୀବନ ହାରିଲେ ଛାତ୍ର । ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହଷ୍ଟେଲ ଭିତରେ ଝୁଲି ପଡିଲେ ବିଏସସି ନର୍ସିଂ ଟ୍ରେନି ଛାତ୍ର। ମୃତକ ହେଲେ ସୋର ଅଞ୍ଚଳର ୨୦ ବର୍ଷୀୟ ରୋମିଓ ରଞ୍ଜନ ସାମଲ। ସେ ଗୋଟିଏ ଘରୋଇ ନର୍ସିଂ କଲେଜରେ ପଢୁଥିଲେ। ଟ୍ରେନିଂ ପାଇଁ ଜିଲ୍ଲା ମୁଖ୍ୟ ହସ୍ପିଟାଲ ହଷ୍ଟେଲରେ ରହୁଥିଲେ। ତେବେ ସେ କାହିଁକି ଏଭଳି ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ ରହିଛି।

  • Friday, 12 September 2025
Odisha Healer’s Herbal
Herbal Cures: ପାନେ ଚେରମୂଳି ଛାଡ଼ି ପଳାଇବ ରୋଗ, ୩୦ ବର୍ଷ ହେଲାଣି ପ୍ରସ୍ତୁତ ହେଉଛି

୩୦ ବର୍ଷ ହେଲାଣି ପ୍ରସ୍ତୁତ ହେଉଛି ଜଡ଼ିବୁଟି। ଯାହାକୁ ବ୍ୟବହାର କରି ଲୋକଙ୍କ ରୋଗ ଭଲ କରୁଛନ୍ତି କବିରାଜ। ହେମଦସ୍ତାରେ କୁଟି ତିଆରି ଚାଲିଛି ମୋଦକ। ଆଉ ଆଣ୍ଠୁଗଣ୍ଠି ପାଇଁ ତିଆରି ହୋଇଥିବା ଏହି ତେଲ ରାମବାଣ ବୋଲି ସେ କହିଛନ୍ତି।

  • Friday, 12 September 2025
Youtuber
ରିଲ୍ସ ନିଶାରେ ୟୁଟ୍ୟୁବର ପତିପତ୍ନୀ

ରିଲ୍ସ ନିଶାରେ ଟ୍ରାଫିକ୍ ନିୟମ ଉଲଙ୍ଘନ କରିବାରୁ ୟୁଟ୍ୟୁବର ପତିପତ୍ନୀଙ୍କୁ ପଡ଼ିଲା ମହଙ୍ଗା। କଟିଲା ଫାଇନ୍। ରେଢ଼ାଖୋଲରୁ ଆସିଛି ଏଭଳି ଖବର

  • Thursday, 11 September 2025
Arrest
ମୁଖ୍ୟ ବେପାରୀ ମାଆ ଓ ପୁଅ ଗିରଫ

ବ୍ରହ୍ମପୁର ସହରରେ ଅବକାରୀ ମୋବାଇଲ୍ ସ୍ୱାଡ ପକ୍ଷରୁ ଚାଲିଥିଲା ଅପରେସନ୍ ପ୍ରହାର୍। ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ବ୍ରାଉନସୁଗାର ବେପାରୀଙ୍କୁ ବାନ୍ଧିଛି ଟିମ୍। ମୁଖ୍ୟ ବେପାରୀ ମାଆ ଓ ପୁଅକୁ ଗିରଫ କରିଛି ଅବକାରୀ ମୋବାଇଲ ସ୍ୱାଡ ।

  • Thursday, 11 September 2025
posting on Instagram
Instagram Post: ୨ ଟାରେ ରିଲ୍ ସେୟାର କଲେ, ରାତି ୯ଟାରେ ଦେହରେ ଢାଳିଲେ ପେଟ୍ରୋଲ

ଗହଳିପୂର୍ଣ୍ଣ ଛକରେ ହୁତୁ ହୁତୁ ହୋଇ ଜଳିଗଲେ । ଇନଷ୍ଟା ରିଲ୍‌ରେ ସୁଇସାଇଡ୍ କରିବାର ଭିଡିଓ । ବରହମପୁର ମଣ୍ଟୁ ଛକରେ ଘଟିଛି ଅଭାବନୀୟ ଘଟଣା । ରାତି ପ୍ରାୟ ୯ଟା ବେଳେ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇଦେଇଥିଲେ। ଜନଗହଳିପୂର୍ଣ୍ଣ ଜାଗାରେ ଯୁବକ ଜଣଙ୍କ ହୁ ହୁ ହୋଇ ଜଳୁଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।

  • Thursday, 11 September 2025
Former Student BJD Leader Harishankar Raut Resigns, Slams Pandian & Naveen
କୁଳବୁଡ଼ା ନୟନ ପିତୁଳା

ମୁଁ ପଛେ ଶାଗ ପଖାଳ ଖାଇ ସ୍ୱାଭିମାନୀ ଓଡ଼ିଆ ହୋଇ ରହିବି, ହେଲେ ଅଣଓଡ଼ିଆଙ୍କ କ୍ରୀତଦାସ ହେବିନାହିଁ। ଏମିତି କହି ପାଣ୍ଡିଆନ୍ ଓ ନବୀନଙ୍କ ଉପରେ ବର୍ଷିଲେ ହରିଶଙ୍କର ରାଉତ। ହରି ସଙ୍କର ରାଉତ ହେଉଛନ୍ତି ଛାତ୍ର ବିଜେଡ଼ିର ପୂର୍ବତନ ସାଧାରଣ ସମ୍ପାଦକ। ସେ ଆଜି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ତାଙ୍କ ମନରେ ଥିବା ସବୁ କଥା କହି ଦେଇଛନ୍ତି।

  • Thursday, 11 September 2025
Sea
କୂଳ ଖାଉଛି ଭୟଙ୍କର ହୋଇ ମାଡ଼ିଆସୁଛି

ଜଗତସିଂହପୁର ଜିଲ୍ଲା ଶିଆଳି ଓ ରାମତରା ନିକଟରେ ପୁଣି କୂଳ ଲଙ୍ଘିଲା ସମୁଦ୍ର। ପ୍ରାୟ ୭୦୦ ମିଟର ପର୍ଯ୍ୟନ୍ତ ଜନବସତି ଆଡ଼କୁ ସମୁଦ୍ର ମାଡି ଆସିବା ସହିତ ରାମତରା, ଶିଆଳି ଓ କଳାବେଦି ଗାଁ ସମେତ ନିକଟସ୍ଥ ଚାଷ ଜମିରେ ଲୁଣି ପାଣି ମାଡ଼ି ଯାଇଛି।

  • Thursday, 11 September 2025
Trump Aide
ଆମେରିକାରେ ଚାଞ୍ଚଲ୍ୟ

ଷ୍ଟେଜରେ ଦେଉଥିଲେ ଭାଷଣ, ଫୁଟିଲା ଗୁଳି । ସମସ୍ତଙ୍କ ଆଖି ସାମ୍ନାରେ ଟଳିପଡିଲେ ଟ୍ରମ୍ପଙ୍କ ଖାସ୍ ବନ୍ଧୁ । ହେଲେ କିଏ ସେ ଦୁର୍ବୃତ୍ତ ? କାହିଁକି ଟ୍ରମ୍ପଙ୍କ ବନ୍ଧୁଙ୍କୁ ଗୁଳି ମାରିଲା ?ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ହତ୍ୟା କରାଯାଇଛି, ତା' ବି ସର୍ବସମ୍ମୁଖରେ । ଚାଲିଥିଲା କଲେଜ ଡିବେଟ୍ । ଷ୍ଟେଜ୍ ଉପରେ ବସି ଭାଷଣ ଦେଉଥାନ୍ତି ଚାର୍ଲି କିର୍କ । ହଠାତ୍ ଫୁଟିଲା ଗୁଳି । ଗୁଳି ସିଧା ଯାଇ ବାଜିଲା କିର୍କଙ୍କ ବେକରେ । କେହି କିଛି ବୁଝିବା ପୂର୍ବରୁ ସେଇଠି ଟଳିପଡିଲେ କିର୍କ । ଏହାର ଲାଇଭ୍ ଭିଡିଓ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ, ଯାହା ସମସ୍ତଙ୍କୁ ବିଚଳିତ କରିଦେବ ।

  • Thursday, 11 September 2025