କର ଦାତାଙ୍କ ପାଇଁ ଖୁସି ଖବର...ଇନକମ୍ ଟ୍ୟାକ୍ସ୍ ରିଟର୍ଣ୍ଣ ଫାଇଲିଙ୍ଗ ର ଡେଡଲାଇନ ବଢିଛି...କିନ୍ତୁ ମିସ୍ କଲେ ପେନାଲିଟି ଦେବାକୁ ପଡିବ...
ଗତରାତିରୁ ପ୍ରବଳ ବର୍ଷା ଯୋଗୁଁ ଭାସୁଛି ଡେରାଡୁନ୍ ସହର। ବାଦଲ ଫଟା ବର୍ଷା ପ୍ରଭାବରେ ବହୁ ସ୍ଥାନରେ ସହର ଭିତରେ ପାଣି ପଶିଛି। ତମସା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିବାରୁ ତପକେଶ୍ବର ଶିବ ମନ୍ଦିର ବୁଡ଼ି ଯାଇଛି। ପ୍ରକୃତି ବାରମ୍ବାର ଦାଉ ସାଧି ଚାଲିଥିବାରୁ ଡେରାଡୁନ ସହରରେ ଜୀବନ ଦୁର୍ବିସହ ହୋଇ ପଡ଼ିଲାଣି।
ଧୃତରାଷ୍ଟ୍ର ପରେ ଶ୍ରୀମୟୀଙ୍କ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ। ନିଜ ସୋସିଆଲ୍ ମିଡିଆ ପେଜ୍ ରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏଥର ଏକ ସନ୍ନ୍ୟାସୀ ଉପାଖ୍ୟାନ ଲେଖିଛନ୍ତି, ଯାହା କି ପରୋକ୍ଷରେ ବିଜେଡିରୁ ସନ୍ନ୍ୟାସ ନେଇଥିବା ଭି.କେ. ପାଣ୍ଡିଆନଙ୍କ ଆଡକୁ ନିଶାନା ବୋଲି ଚର୍ଚ୍ଚା ହେଉଛି।
ଅପରେସନ୍ ଛାଡ଼ି ନର୍ସଙ୍କ ସହ ରୋମାନ୍ସ। ଆପତ୍ତିଜନକ ଅବସ୍ଥାରେ ଧରା ପଡ଼ିଲେ ଡାକ୍ତର। ପାକିସ୍ତାନୀ ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ ।
ଭାରତ ଉପରେ ରୁଷିଛି ଫୁଲେଇ ପାକିସ୍ତାନ। ହାତ ନମିଶାଇବାରୁ କମ୍ପ୍ଲେନ୍ କଲାଣି। ଟିମ୍ ଇଣ୍ଡିଆ ଉପରେ ହେବକି ଆକ୍ସନ୍ ? କ’ଣ କହୁଛି କ୍ରିକେଟ୍ ନିୟମ ?
କାହିଁକି ବଢୁଛି ପରକୀୟା ପ୍ରୀତି, କ'ଣ ଏହାର ନିର୍ଦ୍ଦିଷ୍ଟ କାରଣ, କ'ଣ କହୁଛି ଆଇନ ? ଏଭଳି ଘଟିଲେ କରିବେ କ'ଣ, କିପରି ଦୂରେଇବେ, ଦେଖନ୍ତୁ ଏହି ସ୍ୱତନ୍ତ୍ର ସାକ୍ଷାତକାର...
ଝିଅକୁ ଝୁରିଝୁରି ମରିଯିବ ତା’ ବୋଉ। କେବଳ କାନ୍ଦୁଛି, ଖାଇବା ପିଇବା ଛାଡି ଦେଲଣି। ଆମ ପାଟିକୁ ବି ଖାଦ୍ୟ ଯାଉନି। ଆଖିରୁ ଲୁହ ଶୁଖୁନି। ମନର କୋହକୁ ସମ୍ଭାଳି ହେଉନି। କୁଆଡେ ଗଲା ଝିଅ କହି ଏବେ ଖୋଜି ବୁଲୁଛନ୍ତି ଲେଡି କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ପରିବାର। ପୋଲିସ କମିଶନର ଅଫିସ, କ୍ୟାପିଟାଲ ଥାନା ଠାରୁ ଆରମ୍ଭ କରି ପୋଲିସ ବରାକ୍ ସବୁଠି ଖୋଜି ଖୋଜି ନୟାନ୍ତ, ହେଲେ କୌଣସି ପତ୍ତା ମିଳୁନାହିଁ।
କଣ୍ଟା ଦୋଳିରେ ଦର୍ଶନ ଦେଲେ ମା କନ୍ଧୁଣିଦେବୀ। ପରିବେଶ ପୂରା ଆନନ୍ଦମୟ, ଭକ୍ତ ଉତ୍ସବମୁଖର। ବାଜା ଆଉ ଝାଞ୍ଜରେ କମ୍ପି ଉଠୁଛି ଗଗନ ପବନ। ସୃଷ୍ଟି ହେଉଛି ଆଧ୍ୟାତ୍ମିକ ପରିବେଶ। ଟଭାକଣ୍ଟା ପିଢ଼ାରେ ହୋଇଛି ଦୋଳି। ଆଉ ମା’ ଏହି କଣ୍ଟା ଦୋଳିରେ ବସି ଝୁଲୁଛନ୍ତି।
ରାଜ୍ୟରେ ଆଗାମୀ ୩ ଦିନ ଯାଏଁ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ପ୍ରବଳ ଵର୍ଷାକୁ ନେଇ ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଏହି ୪ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ।
ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଦେଖାଗଲା ପୁଣି ସେଇ ଦୃଶ୍ୟ...ନୀଳଚକ୍ର ବାନାରେ ବସିଲା ଚିଲ...। ତେବେ ଏପରି ଦୃଶ୍ୟ ବାରମ୍ୱାର ଦେଖାଯାଉଥିଲେ ମଧ୍ୟ ଶୁଭ କି ଅଶୁଭ ବୋଲି ବୁଦ୍ଧିଜୀବୀ ମହଲରେ ସବୁବେଳେ ଚର୍ଚ୍ଚା ଆଲୋଚନା ଜୋର୍ ଧରିଥାଏ।
କୋରାପୁଟ ଜୟପୁରରେ ଉଡ଼ନ୍ତା ସାପ। ଆଜି ସକାଳେ ସ୍ଥାନୀୟ ଗୌଡ଼ ସାହିର ଜଣେ ବ୍ୟକ୍ତିଙ୍କ ଗାଧୁଆ ଘର ଭିତରେ ଗୋଟିଏ ବିରଳ ସାପ ଦେଖିବାକୁ ମିଳିଥିଲା। ପରେ ରେସ୍କ୍ୟୁ ଟିମକୁ ଡାକି ଉଦ୍ଧାର କରାଯାଇଥିଲା।
ଆବାସ ଦିବସ ପାଳନ କରିବେ ରାଜ୍ୟ ସରକାର। ପ୍ରତି ଜିଲ୍ଲା, ପୌରସଂସ୍ଥାରେ ଆୟୋଜନ ହେବ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ମେଳା। ଏନେଇ ସବୁ ଜିଲ୍ଲପାଳଙ୍କୁ ଚିଠି ଲେଖିଛନ୍ତି ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ।
ଅକ୍ଟୋବର ୧ରୁ ବଦଳିଯିବ ରେଳବାଇରେ ଟିକେଟ ବୁକିଂ ସିଷ୍ଟମ୍। ରିଜର୍ଭେସନ ଖୋଲିବାର ପ୍ରଥମ ୧୫ ମିନିଟରେ ଟିକେଟ୍ ବୁକିଂ ପାଇଁ ଆଧାର ଯାଞ୍ଚ ଥିବା ଯାତ୍ରୀମାନଙ୍କୁ ପ୍ରାଥମିକତା ଦିଆଯିବ। ଯେଉଁମାନଙ୍କର ଆଧାର ଯାଞ୍ଚ କରାଯାଇଛି ସେମାନେ ପ୍ରଥମ ୧୫ ମିନିଟରେ ଅନଲାଇନ୍ ଟିକେଟ୍ ବୁକ୍ କରିପାରିବେ। ଏହି ନିୟମ ଉଭୟ IRCTC ୱେବସାଇଟ୍ ଓ ମୋବାଇଲ୍ ଆପରେ ଲାଗୁ ହେବ।
କୁଚିଣ୍ଡା ତହସିଲଦାର ସସପେଣ୍ଡ। ଚାକିରିରୁ ନିଲମ୍ବିତ ହୋଇଛନ୍ତି କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇ। ତାଙ୍କୁ ନିଳମ୍ବନ କରିଛି ରାଜସ୍ବ ବିଭାଗ। ଏକ ଜମିଜମା ମାମଲାରେ ପକ୍ଷପାତିତା କରିଥିବା ନେଇ ଅଭିଯୋଗ ହୋଇଥିଲା। ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଓ ଉତ୍ତରାଞ୍ଚଳ ରାଜସ୍ବ କମିଶମର ନିକଟରେ ଅଭିଯୋଗ କରିଥିଲେ ଜଣେ ବ୍ୟକ୍ତି।
ରିଲ୍ସ ନାଁରେ ସଡ଼କ ସୁରକ୍ଷା ନିୟମର ଉଲ୍ଲଂଘନ କଲେ ହେବ ଆକ୍ସନ। ଏହା ଉପରେ ବିଶେଷ ନଜର ରଖାଯିବ।
ପୁରୀ ଜିଲ୍ଲା ବାଲିହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାରେ ୩ ଅଟକ। ଆଉ ଜଣେ ଦୁର୍ବୃତ୍ତ ଫେରାର ଅଛି। ତାକୁ ଧରିବାକୁ ତନାଘନା କରୁଛି ବ୍ରହ୍ମଗିରି ଥାନା ପୋଲିସ। ପୀଡ଼ିତା ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଛି। ବାଲିହରଚଣ୍ଡୀ ଜଙ୍ଗଲରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ପୀଡ଼ିତା। ଶନିବାର ବାଲିହରଚଣ୍ଡୀ ବୁଲିବାକୁ ଆସିଥିବା ବେଳେ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।...
ଝିଅକୁ ଝୁରିଝୁରି ମରିଯିବ ତା’ ବୋଉ। କେବଳ କାନ୍ଦୁଛି, ଖାଇବା ପିଇବା ଛାଡି ଦେଲଣି। ଆମ ପାଟିକୁ ବି ଖାଦ୍ୟ ଯାଉନି। ଆଖିରୁ ଲୁହ ଶୁଖୁନି। ମନର କୋହକୁ ସମ୍ଭାଳି ହେଉନି। କୁଆଡେ ଗଲା ଝିଅ କହି ଏବେ ଖୋଜି ବୁଲୁଛନ୍ତି ଲେଡି କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ପରିବାର। ପୋଲିସ କମିଶନର ଅଫିସ, କ୍ୟାପିଟାଲ ଥାନା ଠାରୁ ଆରମ୍ଭ କରି ପୋଲିସ ବରାକ୍ ସବୁଠି ଖୋଜି ଖୋଜି ନୟାନ୍ତ, ହେଲେ କୌଣସି ପତ୍ତା ମିଳୁନାହିଁ।
ଦିଲ୍ଲୀରେ ଦ୍ରୁତଗାମୀ BMW କାର ଧକ୍କାରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଉପ ସଚିବଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଡ୍ରାଇଭର ଗିରଫ। ଦୁର୍ଘଟଣା ଘଟାଇଥିବା BMWର ମହିଳା ଚାଳକଙ୍କୁ ଗିରଫ କରିଛି ପୋଲିସ।
୧୨ଟି ଜିଲ୍ଲାରେ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ । ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହେବ ୨୫,୩୮୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ । ନିଯୁକ୍ତି ପାଇବେ ୫୨ ହଜାର ଯୁବକ ଯୁବତୀ ।
ଦୀପକ ରାଉତ ସେ ଆକାଉଣ୍ଟାଣ୍ଟ ଅଛି... ସେ ପିଲା ଉପରେ ଆମର ସନ୍ଦେହ...। ତାକୁ ବାନ୍ଧି ହାଜତରେ ଚାରି ପାଞ୍ଚ ଦିନ ରଖିଦେଲେ ସେ ସବୁ ସତ କହିବ। ମୋ ଝିଅକୁ କୋଉଠି ରଖିଛି।' - ଅପହୃତା ମହିଳା କନେଷ୍ଟବଳ ଶୁଭମିତ୍ରାଙ୍କ ବାପା
'ପାକିସ୍ତାନଠୁ ବିଜୟ ଲାଭ କରି ଭାରତ କାଲି ବିଜୟର ସବୁ ଶ୍ରେୟ ଭାରତୀୟ ଯବାନଙ୍କୁ ଉତ୍ସର୍ଗୀକୃତ କଲା । ଏହାଠାରୁ ଆଉ ଭଲ କଥା କଣ ହୋଇପାରେ। '
ଭାରତର ୫୧ ଶକ୍ତିପୀଠରେ ହୁଏନି ଏହି ଗୁପ୍ତ ପୂଜା। କେବଳ ଶ୍ରୀକ୍ଷେତ୍ରରେ ହୁଏ ଏହି ପୂଜା କଣ ସେହି ପୂଜା କାହିଁକି ଅନୁଷ୍ଠିତ ହୋଇଥାଏ? ଏନେଇ ଶୁଣନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟନାରାୟଣ ରଥଶର୍ମାଠାରୁ..
ହାତ ମିଶାଇଲାନି ଭାରତ, ରାଗିଗଲା ପାକିସ୍ତାନ । ଏସିଆନ୍ କ୍ରିକେଟ୍ କାଉନସିଲରେ ଅଭିଯୋଗ କଲା ପାକିସ୍ତାନ । ଭାରତଠୁ ଅପମାନିତ ହେବା ପରେ ଛଟପଟ ପାକିସ୍ତାନ ।
ଟିମ୍ ଇଣ୍ଡିଆକୁ ଏମିତି କହିଲେ ପାକିସ୍ତାନୀ ଫ୍ୟାନ୍... । ସହଜରେ ପାକିସ୍ତାନକୁ ଧୋଇଦେଲେ । ଭାରତର ବୋଲିଂ ଭଲ ଥିଲା, ବ୍ୟାଟିଂ ଖତରନାକ୍ ଥିଲା ।
ପୋଲିସ-ବିଜେଡି କର୍ମୀ ଧସ୍ତାଧସ୍ତି । ରାଜ୍ୟରେ ସାର ସମସ୍ୟାକୁ ନେଇ ବିଜେଡିର ବିକ୍ଷୋଭ