Latest Videos

Koida’s little girl
ପୁଣି ଚର୍ଚ୍ଚାରେ ଭାଇରାଲ ଗର୍ଲ ଦୀପ୍ତିମୟୀ। ବାପାଙ୍କୁ କହିଲେ, ବଡ଼ ହେଲେ ହେବି ସମାଜସେବୀ

“ବାପା ମୁଁ ବଡ଼ ହେଲେ ଡାକ୍ତର କି ଇଞ୍ଜିନିୟର ହୁଏ କିନ୍ତୁ ମୋର ଲକ୍ଷ୍ୟ ହେବ ସମାଜସେବା” କୁନି ବୟସରେ ଏମିତି କହି ପୁଣି ଚର୍ଚ୍ଚାକୁ ଆସିଲେ ଭାଇରାଲ ଗର୍ଲ ଦୀପ୍ତିମୟୀ। ପୂର୍ବରୁ ମହାମାରୀ ସମୟରେ ଲୋକଙ୍କୁ କରୁଥିଲେ ସଚେତନ

News Fuse
୨୨ ବର୍ଷ ହେଲା ଚାଲିଥିଲା, ହେଲେ ଏବେ ବୁଡ଼ିଗଲା ବିଜେଡି ଡଙ୍ଗା

ଆଲୋ ଆଲୋ...୨୨ ବର୍ଷ ହେଲାଣି ଚାଲିଛି, କୋଉଠି ତ ଗୋଟିଏ ମାଇନର୍‌ ଲିକ୍‌ ହେବ ନା ନାହିଁ? ଦେଖୁନୁରେ ନାରଣ କେମିତି ନଈ ଭିତରେ ବୁଡିଗଲା ବିଜେଡ଼ି ଡଙ୍ଗା। ହେଲେ ଏ ଡଙ୍ଗାରେ ବିଜେପି କି କଂଗ୍ରେସ ପାସେଞ୍ଜରଙ୍କୁ ଯିବାର ଅନୁମତି ଅଛି କି ନାହିଁ?

New Song Released
“ଯାହାଙ୍କୁ ବୋଝ ଭାବୁଥିଲେ, ତାଙ୍କୁ ମୁହୂର୍ତ୍ତଟିଏ ନଦେଖିଲେ ରହିପାରୁନାହାନ୍ତି ଜିତ୍‌”

କେବଳ ଜଣଙ୍କ କଥା ଭାବୁଛନ୍ତି ଜିତ୍‌। ଯାହାକୁ ଦିନେ ବୋଝ ଭାବୁଥିଲେ, ତାକୁ ଏବେ ମୁହୂର୍ତ୍ତଟିଏ ନଦେଖିଲେ ରହିପାରୁନାହାନ୍ତି। ତୋ କଥା ଭାବି ହସେ, ତୋ କଥା ଭାବି ଋଷେ...

Apana Eka Nuhanti
ବନ୍ଧା ହୋଇଛି ଭେଣ୍ଡିଆ ପୁଅ, ଚିକିତ୍ସା ହେଲେ ଭଲ ହେବେ ବାସୁଦେବ

ଟିକିଏ ନବାନ୍ଧିଲେ କୁଆଡେ ପଳାଇବ ପୁଅ ଯେ ଖୋଜିବା କଷ୍ଟ। ବାପା-ମାଆ ଚାହୁଁନାହାନ୍ତି ଭେଣ୍ଡିଆ ପୁଅକୁ ବାନ୍ଧିବେ ବୋଲି। କିନ୍ତୁ ଉପାୟ ବି କିଛି ନାହିଁ। ଗୋଡରୁ ବେଡି ଖୋଲିଲେ ପୁଅ କୁଆଡେ ପଳାଇବ ଯେ ମିଳିବା କଷ୍ଟକର। ୮ ବର୍ଷ ହେଲାଣି ଏମିତି ବନ୍ଧା ହୋଇ ରହିଛନ୍ତି ବାସୁଦେବ...ସାହାଯ୍ୟ ମିଳିଲେ ଭଲ ହେବ ଭେଣ୍ଡିଆ ପୁଅ

Yojanara Na Hariloot
ସ୍କୁଲ ଛୁଟି ଥିବା ବେଳେ କେମିତି ଅଣ୍ଡା, ଚାଉଳ ଓ ପରିବା କିଣିଲେ ପ୍ରଧାନଶିକ୍ଷକ?

ଜାଲ ରସିଦ୍‌ରେ ଚାଲିଛି ମଧ୍ୟାହ୍ନ ଭୋଜନ। ସ୍କୁଲ ଛୁଟି ଥିବା ବେଳେ କେମିତି କିଣାଗଲା ରାସନ ସହିତ ପରିବା ଆଉ ଅଣ୍ଡା ? ପ୍ରଶ୍ନ ପଚାରିଲେ ପାଟି ହୋଇଯାଉଛି ଆଫା ଆଫା, ସେପଟେ ଦୋକାନୀ କହୁଛନ୍ତି ଏ ବିଲ୍ ଆମର ନୁହେଁ...

Taste of Odisha
ରସୁଣ, କଂଚା ଲଙ୍କା ଜିରା ହଳଦୀ ଦେଇ ଏମିତି କରନ୍ତୁ ଅମୃତଭଣ୍ଡା ପତ୍ର ପୋଡା

ରସୁଣ, କଂଚା ଲଙ୍କା, ଜିରା, ହଳଦୀ ଦେଇ ଏମିତି କରନ୍ତୁ ଅମୃତଭଣ୍ଡା ପତ୍ର ପୋଡା। ବାସ୍‌ ଟିକିଏ ଟମାଟୋ ଦେଲେ ଲାଗିବ ପୂରା ଖଟାଖଟା, ଏବେ ହିଁ ଟିପିରଖନ୍ତୁ ପୂରା ପ୍ରସ୍ତୁତି ପ୍ରଣାଳୀ

KHOLAKATHA
ଏଇଥି ପାଇଁ ଜାତିଭାଇଙ୍କୁ କ୍ଷମା ମାଗିବେ କି ନିରଞ୍ଜନ ବିଶି?

୩୦ ହଜାର ଲୋକଙ୍କୁ ନେଇ କଲେକ୍ଟର ଅଫିସ ଘେରାଉ କରୁଥିଲେ, ହେଲେ କଲ୍ୟାଣ ମଣ୍ଡପରେ ହୋଇଗଲା ସମ୍ବର୍ଦ୍ଧନା ଉତ୍ସବ? ଆଗକୁ ଆଦିବାସୀଙ୍କ ପାଇଁ ଆଲୋଚନା ହେବ ନା ଆନ୍ଦୋଳନ ବି ହେବ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି।

Making News
ପାର୍କ ବୁଦା ମୂଳେ ଚାଲିଛି କଣ ? ଭ୍ୟୁୟର୍ସ ହେଲେ ୧ ମିଲିୟନ୍‌...

ତୋ ଗୋଡ ତଳେ ମୁଁ ପଡ଼ୁଛି ମୋ ଫଟୋ ଉଠାନି। ତୁମେ ଯେମିତି ଫଟୋ ଉଠାଉଛ ଆମକୁ ଡର ମାଡୁଛି...ଥରେ ଦେଖୁନ ଏମିତି ହେଡଲାଇନ୍ସ ଦେଲୁ ଯେ...ପାର୍କ ବୁଦା ମୂଳେ ଚାଲିଛି କଣ ? ବାସ୍‌ ଭ୍ୟୁୟର୍ସ ହେଲେ ୧ ମିଲିୟନ୍‌

4 of a family clear Civil Services
ଗୋଟିଏ ପରିବାରର..ତିନିଜଣ ଆଇଏଏସ୍‌ ଆଉ ଜଣେ ପାଇଲେ ଆଇପିଏସ୍‌

୪ ପିଲାଙ୍କୁ ନେଇ ଗର୍ବିତ ହେଲେ ବାପା। ଏକା ସାଙ୍ଗରେ ତିନିଜଣ ପାଇଲେ ଆଇଏଏସ୍‌ ଜଣେ ପାଇଲେ ଆଇପିଏସ୍‌ । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏଇ ପରିବାରର ଫଟୋ...

Pakistan gets its first Hindu woman DSP
ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ...DSP ହେଲେ ମନୀଷା...

ଇତିହାସ ରଚିଲେ ମନୀଷା। ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଭାବରେ ପାଇଲେ ଡିଏସପି ପଦ...ପୂରା ବିଶ୍ୱରେ ମନୀଷାଙ୍କୁ ନେଇ ବଢିଲା ଚର୍ଚ୍ଚା...

Kim Jong-Un t
ଆମେରିକା ଉପରେ ପରମାଣୁ ଆଟାକ୍‌ କରିବାକୁ ସଜବାଜ ହେଉଛି ଉତ୍ତର କୋରିଆ...

ପୁଣି ବିବାଦରେ କିମ୍‌। କହିଲେ, ଏଥର ଆମେରିକା ଉପରେ ହେବ ପରମାଣୁ ଆକ୍ରମଣ। ବିଜୟ ହେବ ଉତ୍ତର କୋରିଆ...ଆମେରିକାର ଅବସ୍ଥା ହେବ ଏମିତି...

Prerna
ଡାକ୍ତର ହେବାର ସ୍ୱପ୍ନ ଦେଖୁ ଦେଖୁ ହୋଇଗଲେ ଜିମ୍ନାଷ୍ଟ୍...

ଯାହାର ଲକ୍ଷ୍ୟ ସ୍ଥିର ସେ କେବେ ବି ଲକ୍ଷ୍ୟଚ୍ୟୁତ ହେବନି। ଇଏ ଏମିତି ଜଣେ ନାରୀ ଯିଏ କି ଜାତୀୟ ସ୍ତରରେ ନିଜ ନାଁକୁ ବେଶ୍‌ ଆଗକୁ ନେଇଛନ୍ତି। ଜିମ୍ନାଷ୍ଟ୍ ମୀରାରାଣୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।

Khola Katha
“ଆନ୍ଦୋଳନ କଲେ ସବୁ ମିଳିପାରିବ ନାହିଁ”

ସରକାର ବିରୋଧରେ ଗର୍ଜିଲେ ସବୁକିଛି ମିଳିପାରିବ ନାହିଁ। ଆଦିବାସୀଙ୍କ ପାଇଁ ଦିନେ ଏତେ ସଂଘର୍ଷ କରୁଥିଲେ କିନ୍ତୁ ଏବେ ସରକାରୀ ଦଳରେ କେମିତି ମିଶିଲେ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି...

ENews
ଗୌରୀଙ୍କ ଲୋରୀ ଶୁଣିଶୁଣି ଶୋଇ ପଡ଼ିଲେ ଶ୍ୱଶୁର...ଦେଖନ୍ତୁ ସୁଟିଂ ସେଟ୍‌ର ସତ..

ଗୌରୀଙ୍କ ଶ୍ୱଶୁରଙ୍କୁ ସମସ୍ତେ ଭାବୁଛନ୍ତି ପାଗଳ। ହେଲେ ଗୌରୀ ଜାଣିଛନ୍ତି ସେ ଭଲ ଲୋକ...ସେଇଥି ପାଇଁ ତାଙ୍କ ସାମ୍ନାରେ ଗାଉଛନ୍ତି ଲୋରୀ। ଆଉ ସେଇ ଲୋରୀ ଶୁଣିଶୁଣି ଶୋଉଛନ୍ତି ଶ୍ୱଶୁର। ଦେଖନ୍ତୁ କାନ୍ଦ ସିନ୍‌ ପାଇଁ କେମିତି ଚାଲିଛି କସରତ?

Apana Eka Nuhanti
ଦିନେ ସୁନ୍ଦର ସୁନ୍ଦର ମନ୍ଦିର ତିଆରି କରୁଥିଲେ, ଏବେ ମାନସିକ ଭାରସାମ୍ୟ ହରାଇ ଦାଣ୍ଡରେ ବୁଲୁଛନ୍ତି...

ଦିନେ ରାଜମିସ୍ତ୍ରୀ ଥିଲେ, ସୁନ୍ଦର ସୁନ୍ଦର ମନ୍ଦିର ନିର୍ମାଣ କରୁଥିଲେ। ହେଲେ ଏବେ ସବୁ କିଛି ବଦଳିଯାଇଛି। କେତେବେଳେ କାଠ ହାଣିପକାଉଛନ୍ତି ତ କେତେବେଳେ ମାଟି ଖୋଳୁଛନ୍ତି। ପଚାରିଲେ ନିଜେ କଣ କହୁଛନ୍ତି ତାହା ବୁଝିବା ବି କଷ୍ଟ। ନିଜର ସ୍ୱପ୍ନକୁ ନେଇ ଏଣେତେଣେ ବୁଲୁଛନ୍ତି ସ୍ୱପ୍ନେଶ୍ୱର...

Making News
ଭିଡ଼ିଓ କଲରେ ଦେଖିଲ, ଡ଼୍ରେସ କିଣିକି ଦେଲ ଏବେ କହୁଛ ଚିହ୍ନିନି?

କେଡେ ଚାଲାକ୍ ତୁମେ ଚତୁର? ଫାଷ୍ଟ ଭିଡ଼ିଓ କଲରେ ଦେଖିଲ, ପରେ ଚାଟିଂ ସହ ଡେଟିଂ କଲ। ଏବେ କହୁଛ ମତେ ଚିହ୍ନିନ ବୋଲି? ତୁମେ କେମିତିକା ଲୋକ କିହୋ ଚତୁର?

 School students construct road
ଗୁହାରି ପରେ ବି ଶୁଣିଲାନି ପ୍ରଶାସନ, ନିଜ ସ୍କୁଲ ରାସ୍ତା ନିଜେ ତିଆରି କଲେ ସ୍କୁଲ ପିଲା...

ପ୍ରଶାସନକୁ ଲଜ୍ଜା। ବାରମ୍ବାର ଗୁହାରି ପରେ ବି ଶୁଣିଲାନି ପ୍ରଶାସନ। ନିଜ ସ୍କୁଲ ରାସ୍ତାକୁ ନିଜେ ତିଆରି କଲେ ପିଲା...ବଡବାବୁଙ୍କୁ ପଚାରିଲେ କହୁଛନ୍ତି, କ୍ୟାମେରା ଆଗରେ କିଛି କହିବିନି...

Google rejects man 39 times
୩୯ ଥର ଫେଲ ହେବା ପରେ ଚାକିରି ଦେଲା ଗୁଗୁଲ, ଦରମା ମିଳିବ...

ଥରେ ନୁହେଁ କି ଦୁଇଥର ନୁହେଁ ବରଂ ୩୯ ଥର ଫେଲ ମାରିବା ପରେ ଏବେ ଚାକିରି ଦେଲା ଗୁଗୁଲ। ଦରମା ଜାଣିଲେ ଆପଣଙ୍କର ଉଡ଼ିଯିବ ହୋସ୍‌...

 News Fuse
ଆଲୋ ଆଲୋ...ପିଲେ ଖାଇଲେ ମିଲମେକର, ସାର୍ ଆଉ ଦିଦି ଖାଇଲେ ଚିଙ୍ଗୁଡ଼ି..

ମାରିଦେଲୁରେ ନାରଣ। ପିଲାଏ ଖାଇଲେ ମିଲମେକର...ସେପଟେ କିନ୍ତୁ ଚକା ମାଡିକି ଚିଙ୍ଗୁଡ଼ି ଝୋଳ ଖାଇଲେ ଦିଦି ଆଉ ସାର୍‌। ଦେଖୁନୁ ନାରଣ, କେମିତି ଝୋଳ ହାପୁଡୁଛନ୍ତି ଦିଦି, ମୋ ବୋଉଲୋ...

E News on viral little boy Santanu
ଶାନ୍ତନୁଙ୍କ ନାଁ ପୂର୍ବରୁ କାହିଁକି ଲାଗିଲା ଭାଇରାଲ ବୟ?

ଶାନ୍ତନୁ କେତେ ଦୁଷ୍ଟ? ନାଁ ପଛରେ କାହିଁକି ଆଡ୍‌ ହେଲା ଭାଇରାଲ ବୟ? ଶୁଣନ୍ତୁ ଏନେଇ କଣ କହୁଛନ୍ତି କୁନି ଗୀତିକାର ଶାନ୍ତନୁ...

kholakatha
ସରକାରଙ୍କ ବିରୋଧରେ ଏତେ ଗର୍ଜୁଥିଲେ ...କିନ୍ତୁ ବିଜେଡ଼ିରେ କେମିତି ସାମିଲ ହେଲେ?

ଆଦିବାସୀଙ୍କ ହକ୍‌ ପାଇଁ ସରକାରଙ୍କ ବିରୋଧରେ ମନଖୋଲା ଗର୍ଜୁଥିଲେ ଆଉ ବର୍ଷୁଥିଲେ। ହେଲେ ଏବେ ସେଇ ଦଳରେ ମିଶି ରାଜ୍ୟସଭା ଗଲେ। ଆନ୍ଦୋଳନକୁ ଚାପିବା ପାଇଁ ବିଜେଡିରେ ସାମିଲ ହେଲେ କି ବିଶି?

Apana Eka Nuhanti
ଦିନେ ଅଟୋ ଚଳାଇ ପରିବାର ପୋଷୁଥିଲେ...ଏବେ କିଡନୀ ଖରାପ ହେବା ପରେ ଭୋକ ଉପାସରେ ସ୍ତ୍ରୀ ଓ ପିଲା

ଦିନେ ଅଟୋ ଚଳାଇ ପରିବାର ଚଳାଉଥିଲେ। ଯେତିକି ରୋଜଗାର ହେଉଥିଲା ସେତିକିରେ ବେଶ୍‌ ଭଲରେ ପରିବାର ଚଳୁଥିଲା। କିନ୍ତୁ ଦୁଇଟା ଯାକ କିଡନୀ ଖରାପ ହେବା ପରେ ଏବେ ଖାଇବାକୁ ପାଉନାହାନ୍ତି ମନୋଜ... ସ୍ୱାମୀଙ୍କ ଚିକିତ୍ସା ପାଇଁ ସିଲେଇ କରୁଛି ସ୍ତ୍ରୀ, ହେଲେ ସେଇ ପଇସା ସମୁଦ୍ରକୁ ଶଙ୍ଖେ...ସାହାଯ୍ୟ ମିଳିଲେ ଭଲ ହେବେ ମନୋଜ

Odia food likely to be included in Rashtrapati Bhavan food menu
ଦ୍ରୌପଦୀ ରାଷ୍ଟ୍ରପତି ହେବା ପରେ...ମେନୁରେ ରହିବ ଭାତ, ଶାଗ ସହ ଆଳୁ ଭର୍ତା...

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ମେନୁରେ ଆଡ୍‌ ହେବ ନୂଆ ଡିସ୍‌। ରାଷ୍ଟ୍ରପତି ଭବନରେ ଏଣିକି ସମସ୍ତେ ଖାଇବେ ଭାତ, ଶାଗ ସହ ଆଳୁଭର୍ତା...ପୂର୍ବରୁ ବି ରାଷ୍ଟ୍ରପତିଙ୍କ ଇଚ୍ଛା ଅନୁସାରେ ରନ୍ଧା ଯାଉଥିଲା ଖାଦ୍ୟ..

Making News
ଏଇଟା ଅଜାଗା ଘା’...ରାସ୍ତାରେ କଚଡା ଖାଇବା ପରେ ବି ଟାଇପିଂ ଛାଡୁନାହାନ୍ତି...

ସାର ମୋ ଆତ୍ମା କାନ୍ଦୁଛି...ଦିନ ରାତି ଏଇ ଲୋକଟା ମୋବାଇଲ ଧରି ଖେଂଚୁଛି। ସାର୍‌ ଏ ଅଜାଗା ଘା’ କାହାକୁ ଦେଖାଇବି? ମୋବାଇଲରେ ଏମିତି ବ୍ୟସ୍ତ ରହୁଛନ୍ତି ଯେ, ରାସ୍ତା ଘାଟରେ କଚଡା ଖାଇବା ପରେ ବି ଟାଇପିଂ ଛାଡୁନାହାନ୍ତି...

30 persons injected in one syringe
ଆଶ୍ଚର୍ଯ୍ୟ !! ଗୋଟିଏ ସିରିଞ୍ଜରେ ୩୦ ଜଣଙ୍କୁ ଦିଆଗଲା ଇଂଜେକସନ୍‌

ଆଶ୍ଚର୍ଯ୍ୟ !! ମାତ୍ର ଗୋଟିଏ ସିରିଞ୍ଜରେ ଦିଆଗଲା ୩୦ ଜଣଙ୍କୁ ଇଂଜେକସନ୍‌। ପ୍ରଶ୍ନ ପଚାରିବାରୁ କହିଲେ, ମୁଁ କିଛି ଜାଣିନାହିଁ। ମତେ ଦିଆଯାଇଥିଲା ଗୋଟିଏ ସିରିଞ୍ଜ...ଭାଇରାଲ ହେଉଛି ଭିଡ଼ିଓ