ଝିଅକୁ ଝୁରିଝୁରି ମରିଯିବ ତା’ ବୋଉ। କେବଳ କାନ୍ଦୁଛି, ଖାଇବା ପିଇବା ଛାଡି ଦେଲଣି। ଆମ ପାଟିକୁ ବି ଖାଦ୍ୟ ଯାଉନି। ଆଖିରୁ ଲୁହ ଶୁଖୁନି। ମନର କୋହକୁ ସମ୍ଭାଳି ହେଉନି। କୁଆଡେ ଗଲା ଝିଅ କହି ଏବେ ଖୋଜି ବୁଲୁଛନ୍ତି ଲେଡି କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ପରିବାର। ପୋଲିସ କମିଶନର ଅଫିସ, କ୍ୟାପିଟାଲ ଥାନା ଠାରୁ ଆରମ୍ଭ କରି ପୋଲିସ ବରାକ୍ ସବୁଠି ଖୋଜି ଖୋଜି ନୟାନ୍ତ, ହେଲେ କୌଣସି ପତ୍ତା ମିଳୁନାହିଁ।
ଦିଲ୍ଲୀରେ ଦ୍ରୁତଗାମୀ BMW କାର ଧକ୍କାରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଉପ ସଚିବଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଡ୍ରାଇଭର ଗିରଫ। ଦୁର୍ଘଟଣା ଘଟାଇଥିବା BMWର ମହିଳା ଚାଳକଙ୍କୁ ଗିରଫ କରିଛି ପୋଲିସ।
୧୨ଟି ଜିଲ୍ଲାରେ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ । ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହେବ ୨୫,୩୮୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ । ନିଯୁକ୍ତି ପାଇବେ ୫୨ ହଜାର ଯୁବକ ଯୁବତୀ ।
ଦୀପକ ରାଉତ ସେ ଆକାଉଣ୍ଟାଣ୍ଟ ଅଛି... ସେ ପିଲା ଉପରେ ଆମର ସନ୍ଦେହ...। ତାକୁ ବାନ୍ଧି ହାଜତରେ ଚାରି ପାଞ୍ଚ ଦିନ ରଖିଦେଲେ ସେ ସବୁ ସତ କହିବ। ମୋ ଝିଅକୁ କୋଉଠି ରଖିଛି।' - ଅପହୃତା ମହିଳା କନେଷ୍ଟବଳ ଶୁଭମିତ୍ରାଙ୍କ ବାପା
'ପାକିସ୍ତାନଠୁ ବିଜୟ ଲାଭ କରି ଭାରତ କାଲି ବିଜୟର ସବୁ ଶ୍ରେୟ ଭାରତୀୟ ଯବାନଙ୍କୁ ଉତ୍ସର୍ଗୀକୃତ କଲା । ଏହାଠାରୁ ଆଉ ଭଲ କଥା କଣ ହୋଇପାରେ। '
ଭାରତର ୫୧ ଶକ୍ତିପୀଠରେ ହୁଏନି ଏହି ଗୁପ୍ତ ପୂଜା। କେବଳ ଶ୍ରୀକ୍ଷେତ୍ରରେ ହୁଏ ଏହି ପୂଜା କଣ ସେହି ପୂଜା କାହିଁକି ଅନୁଷ୍ଠିତ ହୋଇଥାଏ? ଏନେଇ ଶୁଣନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟନାରାୟଣ ରଥଶର୍ମାଠାରୁ..
ହାତ ମିଶାଇଲାନି ଭାରତ, ରାଗିଗଲା ପାକିସ୍ତାନ । ଏସିଆନ୍ କ୍ରିକେଟ୍ କାଉନସିଲରେ ଅଭିଯୋଗ କଲା ପାକିସ୍ତାନ । ଭାରତଠୁ ଅପମାନିତ ହେବା ପରେ ଛଟପଟ ପାକିସ୍ତାନ ।
ଟିମ୍ ଇଣ୍ଡିଆକୁ ଏମିତି କହିଲେ ପାକିସ୍ତାନୀ ଫ୍ୟାନ୍... । ସହଜରେ ପାକିସ୍ତାନକୁ ଧୋଇଦେଲେ । ଭାରତର ବୋଲିଂ ଭଲ ଥିଲା, ବ୍ୟାଟିଂ ଖତରନାକ୍ ଥିଲା ।
ପୋଲିସ-ବିଜେଡି କର୍ମୀ ଧସ୍ତାଧସ୍ତି । ରାଜ୍ୟରେ ସାର ସମସ୍ୟାକୁ ନେଇ ବିଜେଡିର ବିକ୍ଷୋଭ
ଦୁବାଇରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ । ବିଶ୍ୱ ଦେଖିଲା ଭାରତର ଦମଦାର୍ ବିଜୟ । ପହଲଗାମ୍ ଆଟାକର ପ୍ରତିଶୋଧ କ୍ରିକେଟ୍ ପଡିଆରେ ନେଲା ଭାରତ । ତେବେ ଟସ୍ ପଡିବା ବେଳେ ଭାରତୀୟ କ୍ୟାପଟେନ୍ ହାଣ୍ଡସେକ୍ କରିନଥିଲେ କି ଖେଳ ସରିବା ପରେ ଭାରତୀୟ ଖେଳାଳି ହାଣ୍ଡସେକ୍ କରିନଥିଲେ ।
ପୁଣି ଆଉ ଏକ ଘୂର୍ଣ୍ଣବଳୟ...ଏଥର ବର୍ଷା ଧୋଇଯିବ କି ପାର୍ବଣ ?
ଦୁଇ ପିଲାଙ୍କ ତଣ୍ଟି ଚିପିଦେଲେ ବାପା-ମା। ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା। ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ବଞ୍ଚିଯାଇଛନ୍ତି ପତ୍ନୀ। ମାନସିକ ଅବସାଦ ଏବଂ ଆର୍ଥିକ ସଙ୍କଟ ଜଣେ ବ୍ୟକ୍ତିକୁ କେଉଁ ଦିଗକୁ ନେଇଯାଏ ଏହା ହେଉଛି ତାହାର ପ୍ରମାଣ।
ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ଅନ୍ୟତମ ଶକ୍ତି ପୀଠ ବାଙ୍କୀ ସ୍ଥିତ ମା ଚର୍ଚ୍ଚିକାଙ୍କ ପୀଠ। ଶୋଡ଼ଶ ଦିନାତ୍ମକ ପୂଜାରେ ଅନୁଷ୍ଠିତ ହେବ ମାଆଙ୍କର ବିଭିନ୍ନ ଦିବ୍ୟ ବେଶ। ସକାଳ ଧୂପରେ ମାଆଙ୍କ ପାଖରେ ଲାଗି ହେବ ମାଣ୍ଡୁଅ ଭୋଗ।
'ତା ବଡ଼ ଭଉଣୀ ସାମ୍ନାରେ କଳା ପୋଷାକ ପିନ୍ଧି ଗାଡ଼ିରେ ବସେଇ ସାନ ଭଉଣୀକୁ ନେଇଗଲେ' - ପଡ଼ୋଶୀ
'ଅଷ୍ଟମୀରେ ମା'ଙ୍କ ପାଖରେ ମାଗୁର ମାଛର ବଳି ପଡ଼େ..ସବୁଆଡ଼େ ଖୋଜିଲୁ କିନ୍ତୁ ପାଇଲୁନି...ଶେଷକୁ ଗୋଟିଏ ହାଣ୍ଡିରେ ଦେଖିଲୁ ମାଗୁର ମାଛ ଥିଲା। ଆଶ୍ଟର୍ଯ୍ୟର କଥା ସେ ହାଣ୍ଡି ଭିତରେ ଆମେ ଆଗରୁ ଖୋଜାଖୋଜି କରି ସାରିଥିଲୁ।' - ମନୋଜ ପଣ୍ଡା, କଟକ ଚଣ୍ଡୀ ମନ୍ଦିର ପୂଜକ
କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀ କେମିତି ଆବିର୍ଭାବ ହେଲେ? କଣ ଥିଲା ସଂପୂର୍ଣ୍ଣ ଘଟଣା ଶୁଣନ୍ତୁ ମାଆଙ୍କ ପୂଜକ ମନୋଜ ପଣ୍ଡାଙ୍କ ଠାରୁ...
ନିଶା ମହାରାଣାଙ୍କ ସହ ଫଟୋ ଉଠାଇ ବଦଳି ହେଲେ ପୋଲିସ ASI । ଏଭଳି କିଛି ଚର୍ଚ୍ଚା ହେଉଛି, କେନ୍ଦୁଝର ପାଟଣା ଥାନାରୁ । ପାଟଣା ଥାନାର ASI ସରୋଜ କୁମାର ସେଠୀଙ୍କ କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଠି ସେ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ସହ ନଜର ଆସିଛନ୍ତି ।
ଗାୟିକା କରାଇବାକୁ ସ୍ବପ୍ନ ଦେଖାଇ ଗଣଦୁଷ୍କର୍ମ । ଏଭଳି କିଛି ଚାଞ୍ଚଲ୍ୟକର ଅଭିଯୋଗ ରାଜଧାନୀରୁ ଆସିଛି । ପୀଡ଼ିତାଙ୍କୁ ନେଇ ଆସିଥିଲେ ଅଭିଯୁକ୍ତ ଚନ୍ଦନ । ତାଙ୍କୁ ସଙ୍ଗିତ ନିର୍ଦ୍ଦେଶକଙ୍କ ସହ ଭେଟାଇବାକୁ କହି ନେଇ ଯାଇଥିଲେ । ଗତ ୧୦ ତାରିଖ ଦିନ ଅପରାହ୍ନ ସମୟରେ ଲଜକୁ ନେଇ ସେଠି ମୃଦୁ ପାନୀୟ ସହ ନିଶା ଦେଇ ଯୁବତୀଙ୍କ ସହ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଭିଜୁଛି ସାରା ରାଜ୍ୟ । ରାଜ୍ୟ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରାୟ ଜିଲ୍ଲାରେ ବର୍ଷା ହେଉଛି । ଏଥିପାଇଁ ୟେଲୋ ଆଲର୍ଟ ବି ଜାରି କରିଛି ପାଣିପାଗ କେନ୍ଦ୍ର। ଆଜି ଉପକୂଳ ଓ ପଶ୍ଚିମରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
'ଯେଉଁମାନେ କହୁଛନ୍ତି ସେହିମାନେ ବୁଝାସୁଝା କରି ଆଣୁ ନାହାନ୍ତି। ତାଙ୍କୁ କିଏ ମନା କରୁଛି। ବରିଷ୍ଠ ନେତାମାନଙ୍କର କଣ ଦାୟିତ୍ବ ନାହିଁ। ଆମେ କଣ ଖାଲି ମିଡିଆରେ କଥା କହିଦେଲେ ହୋଇଯିବ।' - ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ମୁଖ୍ୟସଚେତକ
ଆସନ୍ତାକାଲି ଖେଳାଯିବ ଭାରତ ପାକିସ୍ତାନ ଏସିଆ କପ୍ ର ହାଇ-ଭୋଲଟେଜ୍ ମ୍ୟାଚ୍ । ହେଲେ ଏହାକୁ ନେଇ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ । ପହଲଗାମ୍ ହମଲା ପରେ ଭାରତ କାହିଁକି ପାକିସ୍ତାନ ସହ ମ୍ୟାଚ୍ ଖେଳୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଅନେକ ଲୋକେ ।
କୋରାପୁଟ ବସ୍ ଷ୍ଟାଣ୍ଡ ନିକଟରେ ଭୁଶୁଡ଼ିଲା ଦୋକାନ ଘର । ଛାତତଳେ ୩ ଜଣ ଚାପି ହୋଇ ରହିଥିବା ସନ୍ଦେହ । ଦୋକାନ ଘର ଭାଙ୍ଗିବା ପରେ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ପାର୍ଟ ପ୍ଲଟ୍ ବିକ୍ରିକୁ ନେଇ କିଏ ମନା କଲା? ମୋତେ ତଥ୍ୟ ପ୍ରମାଣ ଦିଅ ତା ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବୁ..ସସପେଣ୍ଡ କରିବୁ।' - ସୁରେଶ ପୂଜାରୀ, ରାଜସ୍ୱ ମନ୍ତ୍ରୀ
ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟ୍ରେ ପୁଣି ବଲିଉଡ ଷ୍ଟାର୍। ସଲମାନ ଖାନ୍, କପିଲ ଶର୍ମାଙ୍କ ପରେ ଏବେ ଦିଶା ପାଟନୀଙ୍କ ଘର ଉପରକୁ ହୋଇଛି ଗୁଳିମାଡ଼। ବାଇକ୍ରେ ଆସିଲେ, ଠୋ ଠା ଗୁଳି ଫୁଟାଇ ଛୁ ମାରିଲେ। ଇଏ ହେଉଛି ଦିଶା ପାଟନୀଙ୍କ ଘର ଉପରକୁ ଆକ୍ରମଣର ବେଳର ଦୃଶ୍ୟ।
ନାକ ପଟେ ପଶୁଛି, ଜୀବନ ନେଉଛି । ବ୍ରେନ ଇଟିଙ୍ଗ୍ ବା ମସ୍ତିଷ୍କ-ଖିଆ ସଂକ୍ରମଣକୁ ନେଇ ବଢ଼ିଲାଣି ଭୟ, ମାସକରେ ମଲେଣି ୬ ଜଣ । କେରଳରେ ଆତଙ୍କ ଖେଳାଇଛି ଏହି ବିରଳ ପ୍ରକାରର ମସ୍ତିଷ୍କ ସଂକ୍ରମଣ । ମସ୍ତିଷ୍କ ଖାଉଥିବା ଏମିବା ସଂକ୍ରମଣରେ ଜଣକ ପରେ ଜଣକର ମୃତ୍ୟୁ ହେଉଛି । ଜାଣନ୍ତୁ ହେଲେ କ'ଣ ଏହି ମସ୍ତିଷ୍କ ଖିଆ ସଂକ୍ରମଣ ? ଏହା କେମିତି ବ୍ୟାପୁଛି ?
ଆସନ୍ତା ୧୭ ତାରିଖରେ କଟକ ବାରବାଟୀ ଷ୍ଟାଡୟମରେ ଆରମ୍ଭ ହେବ ଓଡିଶା ପ୍ରିମିୟର ଲିଗ୍ କ୍ରିକେଟ। ଆଇପିଏଲ ଫର୍ମାଟରେ ଖେଳାଯିବ ଫଟାଫଟ କ୍ରିକେଟ । ଭୁବନେଶ୍ୱର ଏକ ତାରକା ହୋଟେଲରେ ହେଲା ଖେଳାଳି ନିଲାମୀ...