• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ମାଲକାନଗିରି: ଆଦିମ ଜନଜାତି ବଣ୍ଡାମାନଙ୍କୁ ମୁଖ୍ୟସ୍ରୋତ ସହ ସମକକ୍ଷ କରିବାକୁ ସରକାର ଅନେକ ଯୋଜନା କରିଛନ୍ତି। ବଣ୍ଡା ପିଲାଙ୍କ ଶିକ୍ଷା ପାଇଁ ଗଢ଼ାଯାଇଛି ସ୍କୁଲ, ହେଲେ ମାଲକନଗିରି ମୁଦୁଲିପଡାରେ ବଣ୍ଡା ପିଲାଙ୍କ ପାଇଁ ଥିବା ସ୍କୁଲର ଅବସ୍ଥା ଦେଖି ସେମାନଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି।

ଉଡ଼ିଯାଇଛି ସ୍କୁଲ ଘରର ଛାତ। ଛିନ୍‌ଛତ୍ର ହୋଇ ପଡ଼ିରହିଛି ଆଜବେଷ୍ଟସ୍‌। ଘଟଣା ଦିନେ କି ଦୁଇ ଦିନର ନୁହେଁ ଗତ ମେ ମାସରେ ହୋଇଥିବା କାଳବୈଶାଖୀ ବର୍ଷାରେ ଭାଙ୍ଗିଯାଇଥିଲା ମାଲକାନଗିରି ମୁଦୁଲିପଡ଼ାସ୍ଥିତ ବଣ୍ଡା ଘାଟିରେ ଥିବା ବିଦ୍ୟାଳୟ। ହେଲେ ପ୍ରାୟ ଦୁଇ ମାସ ବିତିଯାଇଥିଲେ ବି ଆଉ ମରାମତି ହୋଇପାରିନାହିଁ। ଫଳରେ ବାଧ୍ୟ ହୋଇ ହଷ୍ଟେଲ ଘରେ ଚାଲିଛି କ୍ଲାସ୍‌ । ଆଉ ଘରର ଅବସ୍ଥା ଏମିତି ଯେ ବର୍ଷା ହେଲେ କଥା ସରିଲା। ଛାତରୁ ପାଣି ଗଳି ଚଟାଣରେ ପାଣି ଜମା ହୋଇ ରହିଥାଏ। ଏଭଳି ଦୟନୀୟ ସ୍ଥିତିରେ ଗଢ଼ାହେଉଛି ବଣ୍ଡା ପିଲାଙ୍କ ଭବିଷ୍ୟତ।

ବିଭାଗୀୟ କର୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ଏଯାଏଁ ମରାମତି ହୋଇପାରିନି। ତେବେ ଉପଜିଲ୍ଲାପାଳ କହିଛନ୍ତି ଝୁବଶୀଘ୍ର ମରାମତି କାମ ଆରମ୍ଭ ହେବ।

(ମାଲକାନଗିରିରୁ ଜିତେନ୍ଦ୍ର ବେଉରାଙ୍କ ରିପୋର୍ଟ)

Other Stories