• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଗଞ୍ଜାମ : ନାଁ ତାର କାହ୍ନା। ହେଲେ ରୂପ କିନ୍ତୁ ଭିନ୍ନ । ତାଳୁରୁ ତଳିପା, ଢ଼ାଙ୍କି ହୋଇଯାଇଛି କଳା ମଚ୍ ମଚ୍ ଲୋମରେ। ଅଦ୍ଭୁତ ଦେଖାଯାଉଛି ଶରୀରର ବିଭିନ୍ନ ଅଂଶ । ଡାହାଣ ମୁହଁରେ ମାଡ଼ି ବସିଛି ମାଂସଳ ବଥ । ତାସତ୍ତ୍ୱେ ବି କେତେବେଳେ ପାଠ ପଢ଼ୁଛି ତ ଅାଉ କେତେବେଳେ ନିଜ ଚେହେରାକୁ ଦର୍ପଣରେ ଦେଖି ନିଜେ ହସୁଛି। ଗଞ୍ଜାମ ଜିଲ୍ଲା ଗାୟଗଣ୍ଡା ପଞ୍ଚାୟତ ବାଘୁଅାସାହିର କାହ୍ନାର ଏଭଳି ଅବସ୍ଥା ଜନ୍ମରୁ।

ପ୍ରଥମେ କଳା ଦାଗ ସହ ଛୋଟ ବଥ ଥିଲା ମୁହଁରେ । ଏହା ଏବେ ମାଡ଼ିଯାଇଛି ଶରୀରର ଅନେକ ସ୍ଥାନକୁ । ଏଥିପାଇଁ କାହ୍ନାକୁ ଶୁଣିବାକୁ ପଡୁଛି ନାନା ଟାହି ଟାପରା । ସ୍କୁଲ ପାଠ ପଢ଼ାରୁ ବି ବଞ୍ଚିତ ହେବାକୁ ପଡ଼ୁଛି ତାକୁ ।

କାହ୍ନାର ଏଭଳି ସମସ୍ୟା ସମ୍ପର୍କରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଅାମେ ଅବଗତ କରାଇଥିଲୁ। ଏହାପରେ ସେ ବ୍ରହ୍ମପୁର ବଡ଼ମେଡ଼ିକାଲ୍‌କୁ ଚିକିତ୍ସା ପାଇଁ ପଠାଇବାର ବନ୍ଦୋବସ୍ତ କରାଇଥିଲେ। ଅାଉ ଏବେ କାହ୍ନାକୁ ଧରି ପରିବାର ଲୋକେ ପହଞ୍ଚିଛନ୍ତି ବ୍ରହ୍ମପୁର ବଡ଼ଡାକ୍ତରଖାନାରେ। ଡାକ୍ତର କହୁଛନ୍ତି, ଜିନ୍‌ଗତ ତ୍ରୁଟି ଯୋଗୁ ଦେଖାଦେଇଥିବା ଏଭଳି ସମସ୍ୟାରୁ  ଆରୋଗ୍ୟ ଲାଭ କରିବା ଅସମ୍ଭବ । କେବଳ ଯାହା ଅାଖି, ନାକ ଏବଂ ପାଟି ନିକଟରେ ଓହଳି ଥିବା ମାଂସକୁ ଅପରେସନ୍ କରି ଅଳ୍ପ ମାତ୍ରାରେ ବାହାର କରିଦିଅାଯାଇପାରିବ। କିନ୍ତୁ ଲୋମଶ ଅଂଶକୁ ସମ୍ପୂର୍ଣ୍ଣ ବାହାର କରିବା ସମ୍ଭବ ନୁହେଁ।

କାରଣ ଏବଂ ନିରାକରଣ ଯାହା ବି ହେଉ, କନ୍ଧମାଳର ଜଗା କାଳିଅାଙ୍କ ଭଳି ଯଦି ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିପାରନ୍ତା, ଅାଉ ସରକାରୀ ସହାୟତି ଯୋଗାଇ ଦିଅାଯାଅାନ୍ତା, ହୁଏତ କାହ୍ନାର ଭାଗ୍ୟରେ ବି ସୃଷ୍ଟି ହୁଅନ୍ତା ଏକ ନୂଅା ଅଧ୍ୟାୟ।

Other Stories