ଭୁବନେଶ୍ୱର: ଜୁଲାଇ ୨୯ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
ମାଟ୍ରିକ ରେଜଲ୍ଟ ନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇ କହିଛନ୍ତି, ୨୯ ତାରିଖ ସକାଳ ୯ଟାରେ ଭିଡିଓ କନ୍ଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇବ। ଦିନ ସାଢ଼େ ୧୧ଟାରୁ ଛାତ୍ରଛାତ୍ରୀମାନେ ରେଜଲ୍ଟ ଦେଖି ପାରିବେ। ବୋର୍ଡର ୨ ୱେବ୍ସାଇଟ୍ www.bseodisha.ac.in; www.bseodisha.nic.in ଓ 5676750ରେ SMS କଲେ ବି ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ।
ସୂଚନାଥାଉ କି, ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ୨,୮୮୮ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିବା ବେଳେ ୬୦ଟି ମୂଲ୍ୟାୟନ କେନ୍ଦ୍ର ହୋଇଥିଲା। ମୂଲ୍ୟାୟନ ପ୍ରକ୍ରିୟାରେ ୧୫ ହଜାରରୁ ଅଧିକ ଶିକ୍ଷକ ସାମିଲ ହୋଇଥିଲେ। ମାର୍ଚ୍ଚ ୧୮ରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ହେଲେ ମହାମାରୀ କରୋନା ଯୋଗୁ ଖାତାଦେଖାକୁ ସ୍ଥଗିତ ରଖାଯାଇଥିଲା।