• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଉନ୍ନାଓ: ଦିନକୁ ଦିନ ଟପିଯାଉଛି ଅମାନୁଷିକତା... ଆଉ ହଜି ଯାଉଛି ମାନବିକତା। ଦିନ ଦ୍ୱିପ୍ରହରରେ ମହିଳାଙ୍କ ସହ ଦୁର୍ବ୍ୟବହାର। ଖାଲି ଦୁର୍ବ୍ୟବହାର ନୁହେଁ ତା’ ସାଙ୍ଗକୁ ଟଣାଓଟରା, ଗାଳି ଗୁଳଜ ଏବଂ ଅକଥନୀୟ ଅତ୍ୟାଚାର। ଏଭଳି କିଛି ଘଟଣା ସମୟର ଭିଡିଓ ଏବେ ଭାଇରାଲ ହୋଇଛି।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଉନ୍ନାଓ ଅଞ୍ଚଳର ଏହି ଭିଡିଓକୁ ସ୍ଥାନୀୟ କିଛି ଯୁବକ ଉତ୍ତୋଳନ କରିଥିବା ଜଣାପଡ଼ିଛି। ଉନ୍ନାଓର ଗଙ୍ଗାଘାଟ ଗାଁର ଜଣେ ମହିଳାଙ୍କୁ କିଛି ଯୁବକ ତାଙ୍କୁ ଘରୁ ଘୋଷାରି ଘୋଷାରି ଆଣି ଏକ ଜଙ୍ଗଲ ଭିତରେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ଭିଡ଼ିଓରେ ୩ଜଣ ଯୁବକ ଉକ୍ତ ମହିଳାଙ୍କ ସହ ଦୁର୍ବ୍ୟବହାର କରିବା ସହ ଅନ୍ୟ ଜଣେ ଏହାକୁ ଭିଡ଼ିଓ ରେର୍କଡ଼ିଂ କରୁଥିବା ନଜର ଆସୁଛଇ।

ଏହି ଘଟଣାରେ ପୋଲିସ୍‌ ୨ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଚଳାଇଛି।

ସୂଚନାଥାଉ କି, ଉନ୍ନାଓରେ ଗତ ମାସରେ ଜଣେ ୯ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।

Other Stories