• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁରଙ୍କୁ ଆଶ୍ୱସ୍ତି। ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ତାଙ୍କୁ ଆଗୁଆ ଜାମିନ ମିଳିଛି।

ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଶଶି ଥରୁର୍‌ଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ କୋର୍ଟଙ୍କ ବିନା ଅନୁମତିରେ ସେ ଦେଶ ଛାଡ଼ି କେଉଁଆଡ଼େ ଯାଇ ପାରିବେନି।

ଏହି ମାମଲାରେ ଗତ ୨ ଦିନ ତଳେ ଶଶି ଥରୁର୍‌ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଯାହାକୁ ଶୁଣାଣି କରି ମାମଲାକୁ ଗତକାଲି ସଂରକ୍ଷିତ ରଖିଥିଲେ କୋର୍ଟ। ତେବେ ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟି ଶଶି ଥରୁର୍‌ଙ୍କ ଆଗୁଆ ଜାମିନକୁ ବିରୋଧ କରିଥିଲା।

ଏହି ମାମଲାରେ ଜୁନ୍‌ ୫ରେ କୋର୍ଟ ଶଶି ଥରୁର୍‌ଙ୍କୁ ଜୁଲାଇ ୭ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଥାଉ କି,  ୨୦୧୪ ମସିହା ଜାନୁଆରୀ  ୧୭ରେ ଦିଲ୍ଳୀର ଏକ ପଞ୍ଚ ତାରକା ହୋଟେଲରୁ ସୁନନ୍ଦାଙ୍କ ମୃତଦେହ ମିଳିଥିଲା।

Other Stories