• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର : ୧୯ ନିର୍ବାଚନରେ କଟିପାରେ ୪୦ରୁ ୫୦ ବିଜେଡି ବିଧାୟକଙ୍କ ଟିକେଟ୍‌। ଜଟିଳ ହୋଇପାରେ ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। ଏଭଳି ସ୍ଥିତିର ମୁକାବିଲା ଲାଗି ବିଜେଡି ଖେଳୁଛିକି ବିଧାନ ପରିଷଦ ଗୋଟି ? ନେତାଙ୍କ ଲାଗି ରେଡି ରଖୁଛି କି ଲଲିପପ୍ ? ବିଧାନ ପରିଷଦ ଗଠନ ଲାଗି ପ୍ରସ୍ତାବ ଆସିବାର ସାଢ଼େ ୩ ବର୍ଷ ପରେ ଓ ନିର୍ବାଚନକୁ ମାତ୍ର କେଇ ମାସ ବାକି ଥିବା ବେଳେ ସରକାରଙ୍କ ତତ୍ପରତାକୁ ନେଇ ଉଠିଛି ଏମିତି ପ୍ରଶ୍ନ।

ଏପଟେ ତେଲେଙ୍ଗାନା ଢାଞ୍ଚାରେ ଓଡ଼ିଶା ବିଧାନ ପରିଷଦ ଗଠନ ହେବ ବୋଲି ସୂଚନା ମିଳିଛି। ଏଥିରେ ୪୯ ଜଣ ସଦସ୍ୟ ରହିବେ। ୧୬ ଜଣ ସଦସ୍ୟଙ୍କୁ ବିଧାୟକ, ଆଉ ୧୬ ଜଣଙ୍କୁ ULB ପ୍ରତିନିଧି ଓ ଜିଲ୍ଲା ପରିଷଦ ତଥା ପଞ୍ଚାୟତ ପ୍ରତିନିଧି ମନୋନୀତ କରିବେ।  ଅନ୍ୟ ୧୬ ଜଣଙ୍କ ମଧ୍ୟରେ ୪ ଜଣ ଗ୍ରାଜୁଏଟ, ଶିକ୍ଷାକ୍ଷେତ୍ରରୁ ୪ ଜଣ ଏବଂ ରାଜ୍ୟପାଳଙ୍କର ୮ ମନୋନୀତ ପ୍ରତିନିଧି ରହିବେ। ଏପଟେ ଅନୁଧ୍ୟାନ କମିଟି  ତେଲେଙ୍ଗାନା ଓ ବିହାର ବିଧାନ ପରିଷଦର କାର୍ଯ୍ୟପ୍ରଣାଳୀ ସଂପର୍କରେ ତଥ୍ୟ ସଂଗ୍ରହ କରିଛି। ଏଣେ ବିଧାନସଭା ମୌସୁମୀ ଅଧିବେଶନରେ ବିଧାନ ପରିଷଦ ଗଠନ ନେଇ ସଂକଳ୍ପ ପାରିତ କରିବା ଲକ୍ଷ୍ୟରେ ଅଛନ୍ତି ସରକାର।

ଏପଟେ ଓଡ଼ିଶାରେ ବିଧାନ ପରିଷଦ ଗଠନ ନିଷ୍ପତ୍ତିକୁ ବିରୋଧୀ ଜୋରଦାର ସମାଲୋଚନା କରିଛନ୍ତି। ଏହା ବିଜେଡି ନେତାଙ୍କ ଥଇଥାନ କେନ୍ଦ୍ର ହେବ ବୋଲି ଉଭୟ କଂଗ୍ରେସ ଓ ବିଜେପି ଅଭିଯୋଗ କରିଥିବା ବେଳେ ସାମ୍ବିଧାନିକ ବ୍ୟବସ୍ଥାରେ ଏହା କରାଯାଉଥିବା ବିଜେଡି ଯୁକ୍ତି ରଖିଛି। ତେବେ ପ୍ରଶ୍ନ ଉଠୁଛି, ବିଧାନ ପରିଷଦ ଗଠନ ଦ୍ୱାରା ସହଜ ହେବ କି ରାଜ୍ୟର ପ୍ରଶାସନିକ ପ୍ରକ୍ରିୟା। ନା କେବଳ ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ଥଇଥାନ କରିବାକୁ ସରକାରଙ୍କ ଏ ଚାଲ୍। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।

Other Stories