• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ଇସ୍ତଫା ଦେଇଥିଲେ ।

ତେବେ ତାଙ୍କର ଏହି ଇସ୍ତଫାପତ୍ରକୁ ଏଆଇସିସି ଗ୍ରହଣ କରିନଥିବା ଜଣାପଡ଼ିଛି। ଏନେଇ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର ଆଜି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ ପ୍ରସାଦ  ହରିଚନ୍ଦନ ୨୦୧୯ ନିର୍ବାଚନ ଯାଏଁ ସଭାପତି ପଦରେ ରହିବେ। ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ପିସିସି ସଭାପତି ପରିବର୍ତ୍ତନ କରିବେନି।”

ସନ୍ଧ୍ୟା ମହାପାତ୍ର କହିଛନ୍ତି,“ ଆଗକୁ ଆସୁଛି ନିର୍ବାଚନ। ଆଠ ନଅ ମାସରେ ନୂଆ ସଭାପତି କାମ କରି ପାରିବେନି। ଏଆଇସିସି ପ୍ରସାଦଙ୍କ ଇସ୍ତଫା ଗ୍ରହଣ କଲେ ନାହିଁ।”

Other Stories