• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ପୁରୀ : ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଦୀର୍ଘ ୧୫ ଦିନର ଅଣସର ପରେ ଆଜି ଶ୍ରୀଜିଉଙ୍କ ନବ ଯୌବନ ଦର୍ଶନ। ମହାପ୍ରଭୁଙ୍କୁ ନିକଟରୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଜଗମୋହନ ମରାମତି କାମ ସରିଥିବାରୁ ଭିତର କାଠ ନିକଟକୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ।

ଏଥିପାଇଁ ସକାଳ ୬ଟାରେ ଚକା ଅପସର କରାଯାଇଛି। ୮ଟାରୁ ଶ୍ରୀଜୀଉଙ୍କ ପରିମାଣିକ ଦର୍ଶନ ଆରମ୍ଭ ହେବ।  ଶ୍ରଦ୍ଧାଳୁ ଦକ୍ଷିଣ ଦ୍ୱାର ଦେଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ପରେ ସକାଳ ୯ଟାରୁ ୧୦ଟା ୩୦ ଯାଏଁ ଚାଲିବ ସର୍ବସାଧାରଣ ଦର୍ଶନ। ଶାନ୍ତିଶୃଙ୍ଖଳା ପାଇଁ ମନ୍ଦିର ଏବଂ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି।

ସେପଟେ ଘୋଷଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବ। ଏହାପରେ ତିନି ରଥକୁ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ।

 

Other Stories