• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଶ୍ରୀନଗର: ପୁଣି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍। ଜାମ୍ମୁ-କାଶ୍ମୀରରର ସୋପିଆନ୍ ଜିଲ୍ଲାରେ ଆତଙ୍କବାଦୀ ମାନେ ଜଣେ କନଷ୍ଟେବଳଙ୍କୁ ଅପହରଣ କରି ହତ୍ୟା କରିଛନ୍ତି। ସୋପିଆନ୍‌ର ଦଙ୍ଗମରୁ ଆଜି ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।

କନଷ୍ଟେବଳଙ୍କ ନାଁ ହେଉଛି ଜାଭେଦ୍ ଅହମ୍ମଦ ଦର୍‌। ଆତଙ୍କବାଦୀମାନେ ଗତକାଲି କଚ୍‌ଦୋରା ସ୍ଥିତ ଜାଭେଦ୍‌ଙ୍କ ଘର ଭିତରକୁ ବଳପୂର୍ବକ ଭାବେ ପଶି ତାଙ୍କୁ ଅପହରଣ କରିଥିଲେ। ଏହାପରେ କନଷ୍ଟେବଳଙ୍କ ପତ୍ତା ଲଗାଇବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

ସୂଚନାଥାଉ କି, ଗତ ଜୁନ୍‌ ମାସରେ ଜଣେ ସ୍ପେଶାଲ ପୋଲିସ୍‌ ଅଫିସର(ଏସ୍‌ପିଓ) ଜାମ୍ମୁ-କାଶ୍ମୀରର ପାମ୍ପୋର ଜିଲ୍ଲାରୁ ହଠାତ୍‌ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ।

Other Stories